Advertisment

ବେଡରୁମ୍ କ୍ୟାମେରା ବନ୍ଦ କରିବାକୁ ଭୁଲିଗଲେ ରାହୁଲ୍, ତା’ ପରେ…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ଆଉ ସପ୍ତାହେ ବାକି ଥିବା ଏବେଠାରୁ ଫ୍ୟାନଙ୍କ ଭିତରେ ଫିଭର୍ ଦେଖିବାକୁ ମିଳିଲାଣି। ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଟିମର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜସ୍ଥାନ ରୟାଲ୍ସ ନିଜ ଦଳର ଅଲରାଉଣ୍ଡର ରାହୁଲ୍ ତେୱାତିଆଙ୍କର ଏକ ଭିଡିଓ ଟ୍ୱିଟରରେ ଶେଆର୍ କରିଛି। ରାହୁଲ ତେୱାତିଆ ହୋଟେଲର ଯେଉଁ ରୁମରେ ରହୁଛନ୍ତି, ସେହି ରୁମରେ ରାଜସ୍ଥାନ ରୟାଲ୍ସ କ୍ୟାମେରା ସେଟ୍‌ କରାଯାଇଥିଲା। ତେବେ ତେୱାତିଆ ରୁମର କ୍ୟାମେରାକୁ ବନ୍ଦ […]

author-image
Ranjit Kumar Jena
ବେଡରୁମ୍ କ୍ୟାମେରା ବନ୍ଦ କରିବାକୁ ଭୁଲିଗଲେ ରାହୁଲ୍, ତା’ ପରେ…

Rahul-Tewatia

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ଆଉ ସପ୍ତାହେ ବାକି ଥିବା ଏବେଠାରୁ ଫ୍ୟାନଙ୍କ ଭିତରେ ଫିଭର୍ ଦେଖିବାକୁ ମିଳିଲାଣି। ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଟିମର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜସ୍ଥାନ ରୟାଲ୍ସ ନିଜ ଦଳର ଅଲରାଉଣ୍ଡର ରାହୁଲ୍ ତେୱାତିଆଙ୍କର ଏକ ଭିଡିଓ ଟ୍ୱିଟରରେ ଶେଆର୍ କରିଛି।

Advertisment

ରାହୁଲ ତେୱାତିଆ ହୋଟେଲର ଯେଉଁ ରୁମରେ ରହୁଛନ୍ତି, ସେହି ରୁମରେ ରାଜସ୍ଥାନ ରୟାଲ୍ସ କ୍ୟାମେରା ସେଟ୍‌ କରାଯାଇଥିଲା। ତେବେ ତେୱାତିଆ ରୁମର କ୍ୟାମେରାକୁ ବନ୍ଦ କରିବାକୁ ଭୁଲିଯାଇଛନ୍ତି ଏବଂ ତାଙ୍କର କାର୍ଯ୍ୟକଳାପ କ୍ୟାମେରାରେ କଏଦ ହୋଇଛି।

ଟିମ୍ ସହ ଯୋଗ ଦେବା ପରେ ରାହୁଲ୍ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ହୋଟେଲର ଏକ ରୁମରେ ରହୁଛନ୍ତି। ରାଜସ୍ଥାନ ରୟାଲ୍ ପକ୍ଷରୁ ଶେଆର୍ କରାଯାଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ୍ ପ୍ରଥମେ ଫୋନରେ କଥା ହେଉଛନ୍ତି। ଏହା ପରେ ସେ କଛି ଏକ୍ସରସାଇଜ୍ କରୁଛନ୍ତି ଏବଂ ଏହା ପରେ ବ୍ୟାଟିଂ ପ୍ରାକ୍ଟିସ୍ କରୁଥିବାର ଦେଖିବାକୁ ମିଳିଛି। ରାଜସ୍ଥାନ ରୟାଲ୍ସ କ୍ୟାପସନରେ ଲେଖିଛି ଯେ ‘ରାହୁଲ ଭାବୁଛନ୍ତି ଯେ ତାଙ୍କୁ କେହି ଦେଖୁନାହାନ୍ତି’।

Advertisment

https://twitter.com/rajasthanroyals/status/1377131421416923140?s=20

ସୋଶାଲ ମିଡିଆରେ ରାହୁଲ ତେୱାତିଆଙ୍କର ଏହି ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଫ୍ୟାନ୍ ଏହି ଭିଡିଓରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ତେବେ ରାହୁଲ୍ ଏପର୍ଯ୍ୟନ୍ତ ଏହି ଭିଡିଓକୁ ନେଇ କିଛି ବି କହିନାହାନ୍ତି।

ଆଇପିଏଲର ଗତ ସଂସ୍କରଣରେ ରାହୁଲଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ରାହୁଲ୍ ଉଭୟ ବ୍ୟାଟ୍ ଓ ବଲରେ କମାଲ୍‌ କରିଥିଲେ। ସେ ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ଶ ସଂସ୍କରଣରେ ୧୪ ମ୍ୟାଚ୍ ଖେଳି ୪୨.୫୦ ହାରରେ ୨୫୫ ରନ୍ କରିବା ସହ ୧୦ ୱିକେଟ୍‌ ମଧ୍ୟ ନେଇଥିଲେ। ସେହିପରି ରାହୁଲ୍ ଆଇପିଏଲରେ ମୋଟ ୩୪ ମ୍ୟାଚରେ ୩୬୬ ରନ୍ ଓ ୨୪ ୱିକେଟ୍‌ ନେଇଛନ୍ତି।

୨୭ ବର୍ଷୀୟ ରାହୁଲଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା। କିନ୍ତୁ ତାଙ୍କୁ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିଲା ନାହିଁ।

IPL 2021