sapa33
ମୁମ୍ବାଇ: ସାରୁ ପତ୍ର ଉପରେ ଏକ ଛୋଟିଆ ସାପ ଖେଳୁଥିବାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁ ସାପର ଦୁଇଟି ମୁଣ୍ଡ ରହିଛି। ସାପଟିକୁ ମହାରାଷ୍ଟ୍ରରୁ ଉଦ୍ଧାର କରାଯାଇଛି।
ଭାରତୀୟ ବନବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ୨୦ ସେକେଣ୍ଡର ଏହି ସାପ ଭିଡିଓଟିକୁ ସୋଶାଲ ମିଡିଆ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଭିଡିଓଟିକୁ ଶେଆର୍ କରି ସେ ଲେଖିଛନ୍ତି, ‘ଦୁଇଟି ମୁଣ୍ଡ ଥିବା ରୁସେଲ୍ସ ଭାଇପର୍କୁ ମହାରାଷ୍ଟ୍ରରୁ ଉଦ୍ଧାର କରାଯାଇଛି। ବଂଶଗତ ଅସୁବିଧା କାରଣରୁ ଏହି ସାପମାନେ କମ୍ ସମୟ ପାଇଁ ବଞ୍ଚି ରହିଥାନ୍ତି। ଏହି ସାପଟି ଅଧିକ ବିଷାକ୍ତ ହୋଇଥିବାରୁ କାମୁଡ଼ିଲେ ବଞ୍ଚିବା ଅସମ୍ଭବ।’
ସୁଶାନ୍ତ ନନ୍ଦ ଏହି ଭିଡିଓଟିକୁ ଶେଆର୍ କରିବା ପରେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୮ ହଦଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ୟୁଜର ଏହି ପୋଷ୍ଟକୁ ଦେଖିବା ପରେ ଲାଇକ୍ କମେଣ୍ଟସ୍ ଦେବାରେ ଲାଗିଛନ୍ତି।
ଜଣେ ୟୁଜର ଏହି ଭିଡିଓଟିକୁ ଦେଖି ଲେଖିଛନ୍ତି, ‘ ଏହି ସାପଟି ବହୁତ ବିଷାକ୍ତ। ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଏମାନେ ଦେଖିବାକୁ ମିଳିଥା’ନ୍ତି। ଏହି ସାପ କାମୁଡ଼ିଲେ ବହୁତ ଯନ୍ତ୍ରଣା ହୋଇଥାଏ ଏବଂ ବ୍ୟକ୍ତି ଧିରେ ଧିରେ ମୃତ୍ୟୁ ମୁଖକୁ ଚାଲିଯାଇଥା’ନ୍ତି।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/sapa33.jpg)