Advertisment

ଭକ୍ତଙ୍କୁ ଜ୍ଞାନ ବାଣ୍ଟିଲେ ଧର୍ମଗୁରୁ: ମଦ ପିଅ, ଧନୀ ହୁଅ

ନୂଆଦିଲ୍ଲୀ: ‘ମଦ ପଇଲେ ବଢ଼ିବ ଧନ। ଯେତେ ମଦ ପିଇବ ସେତେ ଧନୀ ହେବ।’ ଭକ୍ତଙ୍କୁ ଏଭଳି କିଛି ଜ୍ଞାନ ବାଣ୍ଟୁଛନ୍ତି ଜଣେ ଧର୍ମଗୁରୁ। କେବଳ ସେତିକି ନୁହେଁ ଭକ୍ତଙ୍କୁ ନିଜ ସାମ୍ନାରେ ବସାଇ ପିଆଉଛନ୍ତି ମଦ। ମଦ ପିଇବାକୁ ଭକ୍ତମାନଙ୍କୁ ପ୍ରତ୍ସାହିତ କରୁଛନ୍ତି ଧର୍ମଗୁରୁ। ଯାହାର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଥାଇଲାଣ୍ଡର ଚିଆଙ୍ଗ ୟୁହେନ ଜିଲ୍ଲାର ମହା ସରଖାମ। ଏଠାରେ ରୁହନ୍ତି PHRA AJRAN KAMPEE ଧର୍ମଗୁରୁ। ଏଠାରେ ତାଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭକ୍ତଙ୍କୁ ଜ୍ଞାନ ବାଣ୍ଟିଲେ ଧର୍ମଗୁରୁ: ମଦ ପିଅ, ଧନୀ ହୁଅ

encourages-followers-to-get-drunk

ନୂଆଦିଲ୍ଲୀ: 'ମଦ ପଇଲେ ବଢ଼ିବ ଧନ। ଯେତେ ମଦ ପିଇବ ସେତେ ଧନୀ ହେବ।' ଭକ୍ତଙ୍କୁ ଏଭଳି କିଛି ଜ୍ଞାନ ବାଣ୍ଟୁଛନ୍ତି ଜଣେ ଧର୍ମଗୁରୁ। କେବଳ ସେତିକି ନୁହେଁ ଭକ୍ତଙ୍କୁ ନିଜ ସାମ୍ନାରେ ବସାଇ ପିଆଉଛନ୍ତି ମଦ। ମଦ ପିଇବାକୁ ଭକ୍ତମାନଙ୍କୁ ପ୍ରତ୍ସାହିତ କରୁଛନ୍ତି ଧର୍ମଗୁରୁ। ଯାହାର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଥାଇଲାଣ୍ଡର ଚିଆଙ୍ଗ ୟୁହେନ ଜିଲ୍ଲାର ମହା ସରଖାମ। ଏଠାରେ ରୁହନ୍ତି PHRA AJRAN KAMPEE ଧର୍ମଗୁରୁ। ଏଠାରେ ତାଙ୍କ ମନ୍ଦିର ବି ଅଛି। ଏହି ମନ୍ଦିରରେ ଧର୍ମଗୁରୁଙ୍କୁ ଭେଟିବା ପାଇଁ କୋଣ ଅନୁକୋଣରୁ ଅନୁଗାମୀମାନେ ଆସିଥା'ନ୍ତି। ତେବେ ବାବାଙ୍କୁ ଭେଟିବାକୁ ଆଗୁଆ ବୁକ୍ କରିବାକୁ ପଡିଥାଏ। କାରଣ ଦିନକରେ ମାତ୍ର ୫୦ଜଣଙ୍କୁ ଭେଟିଥାନ୍ତି ସେ। ଏଠାରୁ ଯେଉଁମାନେ ଆସନ୍ତୁ, ସେମାନଙ୍କୁ ମଦ ପିଇବାକୁ ପଡେ। ଧର୍ମଗୁରୁ ଜଣକ ଲୋକଙ୍କୁ ମଦ ପିଇବା ଲାଗି ପରାମର୍ଶ ଦିଅନ୍ତି। ଯିଏ ଯେତେ ଅଧିକ ମଦ ପିଇବ ସିଏ ସେତେ ଧନୀ ହେବ ବୋଲି କୁହନ୍ତି ଧର୍ମଗୁରୁ।

Cult religious leader

ଜଣେ ମହିଳା ଟିକଟକର୍‌ଙ୍କ ଭିଡିଓରୁ ଏହି ପୂରା ଘଟଣାର ଖୁଲାସା ହୋଇଛି। ଏହି ମହିଳା ଟିକ୍‌ଟକର୍‌ ଜଣକ ଧର୍ମଗୁରୁଙ୍କ ମନ୍ଦିରରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ସେହି ସମୟର ଏକ ଭିଡିଓକୁ ସେ ନିଜ ଆକାଉଣ୍ଟର ଶେଆର କରିଛନ୍ତି। ଏହି ଭିଡିଓରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସାଧା ପୋଷାକରେ ନଜର ଆସିଥିଲେ। ସେମାନେ ନାଲି ରଙ୍ଗର ମୁଣ୍ଡରେ କପଡା ପିନ୍ଧିଥିବାବେଳେ ସମସ୍ତେ ତଳେ ବସି ଖାଇବା ସହ କିଛି ପାନୀୟ ପିଉଥିବା ନଜର ଆସୁଛନ୍ତି। ସେପଟେ ଧର୍ମଗୁରୁ  ଜଣଙ୍କ ବେଶଭୂଷା ହୋଇ ଲୋକ ଲୋକମାନଙ୍କ ମଧ୍ୟରେ ବୁଲୁଛନ୍ତି ଓ ଲୋକଙ୍କୁ ପ୍ରାର୍ଥନା କରିବାକୁ କହୁଛନ୍ତି। ଏଥିସହ ମଦ ପିଇବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଅଧିକ ସୁନା ପାଇବାକୁ ବିୟର ପିଅନ୍ତୁ, ଧନୀ ହେବା ପାଇଁ ରାଇସ ହ୍ୱିସ୍କି ପିଅନ୍ତୁ । ତୁମେ ଯେତେ ଅଧିକ ପିଅ, ତୁମର ଧନ ସେତେ ବଢିବ।'

Advertisment

भक्त झूमते हुए

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓକୁ ଶେଆର କରି କ୍ୟାପସନରେ ମହିଳା ଲେଖିଛନ୍ତି, 'ଯଦି ଆପଣ ଧନୀ ହେବାକୁ ଚାହାଁନ୍ତି ତେବେ ଏହି ସମାରୋହରେ ସାମିଲ ହୁଅନ୍ତୁ। ଏହି ସମାରୋହରେ ତୁମର ଭାଗ୍ୟ ଖୋଲିଯିବ। ଯେ ପର୍ଯ୍ୟନ୍ତ ଆପଣ ଏହି ସମାରୋହରେ ଅଛନ୍ତି ସେହି ପର୍ଯ୍ୟନ୍ତ ଆପଣ ପିଇବା ବନ୍ଦ କରିବେନି।

ସେପଟେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକମାନେ ଉକ୍ତ ଧାର୍ମିଗୁରୁଙ୍କୁ ଠକ ବୋଲି କହୁଛନ୍ତି। ଧର୍ମଗୁରୁ ଜଣକ ସଫେଇ ଦେଇ କହିଛନ୍ତି, ' ଏହି ସମାରୋହକୁ ଯଏ ଥରେ ଆସିଛି ସିଏ ପୁଣି ଥରେ ଆସିବା ପାଇଁ ବାଧ୍ୟ ହେଉଛନ୍ତି। କାରଣ ଏଥିରେ ଭାଗ ନେବା ପରେ ଲୋକଙ୍କୁ ସଫଳତା ମିଳିଛି। ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ କେବଳ ମଦ ପିଇବକୁ ପ୍ରୋତ୍ସାହିତ କରାଯାଉ ନାହିଁ ଧନୀ ହେବା ପାଇଁ କଠିନ ପରିଶ୍ରମ କରିବାକୁ ମଧ୍ୟ ଉତ୍ସାହିତ ହୁଅନ୍ତି। ସେ କାହା ସହ ଜୋର ଜବରଦସ୍ତି କରନ୍ତି ନାହିଁ ବୋଲି କହିଛନ୍ତି।

Cult religious leader

ଭିଡିଓ ସାମ୍ନାକୁ ଆସିବା ପରେ ମାମଲାର ଯାଞ୍ଚ କରିବା ପାଇଁ ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ Somporn Kuankamkong ପହଞ୍ଚିଥିଲେ। ଯାଞ୍ଚ ବେଳେ ସେଠାରେ କୌଣସି ବେଆଇନ ଜିନିଷ ମିଳିନାହିଁ, କିନ୍ତୁ ଅଧିକାରୀମାନେ ପ୍ରତିଦିନ ଏହି ମନ୍ଦିର ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି। ଏଥିସହ ଏହି ସମାରୋହରେ ସେ ମଦ୍ୟପାନକୁ ନିଷେଧ କରିବାକୁ ଧାର୍ମିକ ନେତାଙ୍କୁ କହିଛନ୍ତି।