/odisha-reporter/media/post_attachments/uploads/2022/01/woman-constable.jpg)
woman constable
ଭୋପାଲ: ବିଚ୍ ରାସ୍ତା ଉପରେ ଯୁବକଙ୍କୁ ପ୍ୟାଣ୍ଟ ସଫା କରିବାକୁ ବାଧ୍ୟ କଲେ ମହିଳା କନଷ୍ଟେବଳ। ଏହାପରେ ତାଙ୍କ ଗାଲକୁ ଢ଼ୋ..କି ବଜେଇ ଦେଲେ। ସମସ୍ତଙ୍କ ଆଗରେ ଉକ୍ତ ଯୁବକଙ୍କୁ ମହିଳା କନଷ୍ଟେବଳ ଚାପୁଡା ମରିଲେ। ମଧ୍ୟପ୍ରଦେଶର ରିବା ଅଞ୍ଚଳରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମଧ୍ୟପ୍ରଦେଶର ଉକ୍ତ ମହିଳା ପୁଲିସ କର୍ମଚାରୀ ଜଣକ ଯୁବକଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଭାଇରାଲ ଭିଡିଓରେ ଜଣେ ମହିଳା କନଷ୍ଟେବଳ ଯୁବକଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ମହିଳା ପୁଲିସ ପ୍ରଥମେ ତାଙ୍କ ପ୍ୟାଣ୍ଟକୁ ଯୁବକ ଦ୍ୱାରା ସଫା କରାଉଛନ୍ତି। ଆଉ ପରେ ଯୁବକ ଜଣଙ୍କୁ ଚାପୁଡ଼ା ମଧ୍ୟ ମାରିଦେଉଛନ୍ତି। ରିବାର ସିରମୌର ଛକ ଅଞ୍ଚଳର ଏହି ଘଟଣା ବୋଲି କୁହାଯାଉଛି।
ବାସ୍ତବରେ ଯୁବକ ଜଣକ ନିଜ ବାଇକ୍ ହଟାଇବା ବେଳେ ପାଖରେ ଠିଆ ହୋଇଥିବା ମହିଳା ପୁଲିସ କର୍ମଚାରୀଙ୍କ ପ୍ୟାଣ୍ଟରେ ଟିକେ କାଦୁଆ ଲାଗିଯାଇଥିଲା। ପରେ ମହିଳା ପୁଲିସ ଜଣକ ପ୍ୟାଣ୍ଟ ମଇଳା ହୋଇଯାଇଥିବା ଦେଖି ରାଗି ଯାଇଥିଲେ। ଏହାପରେ ସେ ଯୁବକ ଜଣକୁ ଅଟକାଇ ନିଜ ପ୍ୟାଣ୍ଟରୁ କାଦୁଅ ସଫା କରିବାକୁ ବାଧ୍ୟ କରିଥିଲେ। କେବଳ ଏତିକିରେ ତାଙ୍କ ରାଗ ଶାନ୍ତି ହୋଇନଥିଲା। ପ୍ୟାଣ୍ଟ ସଫା ହେବା ପରେ ଉକ୍ତ ଯବକଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରି ସେଠାରୁ ଚାଲି ଯାଇଥିଲେ ମହିଳା କନଷ୍ଟେବଳ।
ଏହି ପୂରା ଘଟଣାକୁ ସେଠାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ନିଜ କ୍ୟାମେରାରେ କଏଦ୍ କରିନେଇଥିଲେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ଉକ୍ତ ମହିଳା ପୁଲିସ କର୍ମଚାରୀ ଜଣକ ନାଁ ଶଶୀ କଳା ବୋଲି ପରିଚୟ ମିଳିଛି। ଶଶୀ କଳା ସ୍ଥାନୀୟ ଜିଲ୍ଲାପାଳଙ୍କ ଅଫିସରେ ହୋମ୍ଗାର୍ଡ ରୂପେ କାମ କରନ୍ତି।
ସେପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଏସ୍ପିଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମେ ଭିଡିଓ ଦେଖିଛୁ। ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଧିକାରୀଙ୍କ ପ୍ୟାଣ୍ଟ ସଫା କରିବା ପାଇଁ ବାଧ୍ୟ କରାଯାଇଛି ଏବଂ ତାଙ୍କୁ ମାଡ ମଧ୍ୟ ମରାଯାଇଛି। ଏନେଇ ଯଦି କିଏ ଅଭିଯୋଗ ଆଣନ୍ତି ତେବେ ଆମେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
https://twitter.com/Anurag_Dwary/status/1481117517674283008?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
