Advertisment

'ସୁପର୍ ମ୍ୟାନ୍' ଭଳି ଉଡ଼ିକି କ୍ୟାଚ୍ ଧରିଲେ ପନ୍ତ, ଭିଡିଓ ଭାଇରାଲ୍

ଚେନ୍ନାଇ: ଭାରତୀୟ କ୍ରିକେଟ୍ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିଜର ୱିକେଟକିପିଂକୁ ନେଇ ଲଗାତର ସମାଲୋଚନାର ଶିକାର ହୋଇ ଆସୁଛନ୍ତି। କିନ୍ତୁ ଆଜି ପନ୍ତ ନିଜର ଦମଦାର ୱିକେଟକିପିଂ ଦ୍ୱାରା ସମାଲୋଚକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ପନ୍ତ ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ପନ୍ତ ଦୁଇଟି ଦମଦାର କ୍ୟାଚ୍ ଧରିଛନ୍ତି, ଯାହା ମ୍ୟାଚକୁ ଭାରତ ସପକ୍ଷରେ କରିଦେଇଛି। ତେବେ ଏଥିରେ ଏମିତି ଏକ କମାଲ କ୍ୟାଚ୍ ଥିଲା, ଯାହାକୁ ଫ୍ୟାନ୍ ସୋଶାଲ ମିଡିଆରେ ସୁପରମ୍ୟାନ୍ କହି ସମ୍ବୋଧନ କରିଛନ୍ତି। […]

ଅଦ୍ୟତନ ହୋଇଛି
'ସୁପର୍ ମ୍ୟାନ୍' ଭଳି ଉଡ଼ିକି କ୍ୟାଚ୍ ଧରିଲେ ପନ୍ତ, ଭିଡିଓ ଭାଇରାଲ୍

pant

Advertisment

ଚେନ୍ନାଇ: ଭାରତୀୟ କ୍ରିକେଟ୍ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିଜର ୱିକେଟକିପିଂକୁ ନେଇ ଲଗାତର ସମାଲୋଚନାର ଶିକାର ହୋଇ ଆସୁଛନ୍ତି। କିନ୍ତୁ ଆଜି ପନ୍ତ ନିଜର ଦମଦାର ୱିକେଟକିପିଂ ଦ୍ୱାରା ସମାଲୋଚକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ପନ୍ତ ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ପନ୍ତ ଦୁଇଟି ଦମଦାର କ୍ୟାଚ୍ ଧରିଛନ୍ତି, ଯାହା ମ୍ୟାଚକୁ ଭାରତ ସପକ୍ଷରେ କରିଦେଇଛି। ତେବେ ଏଥିରେ ଏମିତି ଏକ କମାଲ କ୍ୟାଚ୍ ଥିଲା, ଯାହାକୁ ଫ୍ୟାନ୍ ସୋଶାଲ ମିଡିଆରେ ସୁପରମ୍ୟାନ୍ କହି ସମ୍ବୋଧନ କରିଛନ୍ତି।

Advertisment

ପ୍ରଥମ ଇନିଂସରେ ଇଂଲଣ୍ଡର ସଅଳ ୫ ୱିକେଟ୍ ପତନ ହେବା ପରେ ୱିକେଟକିପର ବ୍ୟାଟ୍ସମ୍ୟନେ ବେନ୍ ଫୋକ୍ସ ଓ ଓଲି ପୋପ୍ ସ୍ଥିତି ସମ୍ଭାଳିଥିଲେ। ଭାରତୀୟ ବୋଲରଙ୍କ ପକ୍ଷେ ଏହି ଯୋଡ଼ିକୁ ଭାଙ୍ଗିବା କଷ୍ଟକର ହୋଇପଡ଼ିଥିଲା। ଏହି ସମୟରେ କ୍ୟାପଟେନ୍ ବିରାଟ୍ କୋହଲି ଭାରତରେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ମହମ୍ମଦ ସିରାଜଙ୍କୁ ବୋଲିଂ କରିବାକୁ ଦେଇଥିଲେ। ସିରାଜଙ୍କ ସାମ୍ନାରେ ଥିଲେ ପୋପ୍। ସିରାଜଙ୍କ ପ୍ରଥମ ବଲ ରିଭର୍ସ ସୁଇଂ ହେବାରୁ ଲେଗ୍ ଷ୍ଟମ୍ପ ବାହାରକୁ ଚାଲିଯାଉଥିଲା। ତେବେ ପୋପ ବାହାରେ ଯାଉଥିବା ଏହି ବଲକୁ ଖେଳିଥିଲେ ଏବଂ ପନ୍ତ ନିଜର ବାମପଟକୁ ଡାଇଭ୍ ମାରି ଚମତ୍କାର ଢଙ୍ଗରେ କ୍ୟାଚ୍ ଧରିଥିଲେ।

https://twitter.com/middlestump4/status/1360879316435800069?s=20

ପନ୍ତଙ୍କ ଏହି କ୍ୟାଚ୍ ଦେଖି ସମସ୍ତରେ ଚକିତ ହୋଇପଡ଼ିଥିଲେ। ପୂରା ଟିମ୍ ତାଙ୍କୁ ବଧେଇ ଜଣାଇବାକୁ ତାଙ୍କ ପାଖକୁ ଯାଇଥିଲା। ଷ୍ଟାଡିୟମରେ ଉପସ୍ଥିତ ଭାରତୀୟ ଫ୍ୟାନଙ୍କର ଉତ୍ସାହ ମଧ୍ୟ ଦେଖିବା ଯୋଗ୍ୟ ଥିଲା। ଦର୍ଶକ ଏହି କ୍ୟାଚର ଭରପୂର ମଜା ଉଠାଇଥିଲେ। ଏପରିକି ସୋଶାଲ ମିଡିଆରେ ପନ୍ତଙ୍କର ଏହି ଆକର୍ଷଣୀୟ କ୍ୟାଚ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। କିଛି ଫ୍ୟାନ୍ ତାଙ୍କୁ ସୁପର୍ ମ୍ୟାନ୍ କହିବାକୁ ପଛାଇ ନାହାନ୍ତି।

Advertisment

https://twitter.com/sunny_hrudhay/status/1360884076689821701?s=20

ଏହି ମ୍ୟାଚରେ ମଧ୍ୟ ପନ୍ତ ଆଉ ଆକର୍ଷଣୀୟ କ୍ୟାଚ୍ ଧରିଛନ୍ତି। ଈଶାନ୍ତ ଶର୍ମାଙ୍କ ବଲରେ ଜ୍ୟାକ୍ ଲିଚ୍ ଶଟ୍ ମାରିଥିଲେ, ଯାହାକୁ ପନ୍ତ ଗୋଟିଏ ହାତରେ ଧରି ଭାରତକୁ ସଫଳତା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe