/odisha-reporter/media/post_attachments/uploads/2021/05/robin-uthappa-and-his-wife.jpg)
robin-uthappa-and-his-wife
ନୂଆଦିଲ୍ଲୀ: ଭାରତର ଭେଟେରାନ୍ ଓପ୍ନର ଓ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ବ୍ୟାଟ୍ସମ୍ୟାନ୍ ରବିନ୍ ଉଥାପ୍ପା ସୋଶାଲ ମିଡିଆରେ ଖୁବ୍ ସକ୍ରିୟ । ଏବେ ନିଜର ଡାନ୍ସ ପ୍ରତିଭା ଦେଖାଇଛନ୍ତି, ଯେଉଁଥିରେ ସେ ନିଜ ପତ୍ନୀ ଶୀତଲ ଗୌତମଙ୍କ ସମେତ ଅନ୍ୟ ଲୋକଙ୍କ ସହ କିଛି ଷ୍ଟେପ୍ କରୁଥିବାର ଦେଖିବାକୁ ମିଳିଛି । ରବିନ୍ ଉଥାପ୍ପା ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାର କ୍ୟାପସନରେ ସେ ଲେଖିଛନ୍ତି, ଯଦି ଆପଣଙ୍କ ପତ୍ନୀ ଆପଣଙ୍କୁ ଅଡ଼ୁଆରେ ପକାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ସେହି ଭୂମିକାକୁ ତୁଲାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ।
ଭିଡିଓରେ ଉଥାପ୍ପା ଓ ତାଙ୍କ ଡାନ୍ସ ପାର୍ଟନର୍ ‘ଡୋଣ୍ଟ ଡାନ୍ସ’ ତାଳରେ ନାଚୁଥିବାର ଦେଖିବାକୁ ମିଳିଛି । ଆଇପିଏଲରେ ତାଙ୍କ ଟିମର ସାଥୀ ଖେଳାଳି ଋତୁରାଜ ଗାଏକ୍ୱାଡ୍ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ରବି ଭାଇ, ଆପଣଙ୍କ ପାଇଁ ୧୦ରୁ ୧୦ ନମ୍ବର ।’ ଉଥାପ୍ପାଙ୍କ ଡାନ୍ସ ମୁଭରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ବ୍ୟାଟ୍ସମ୍ୟାନ୍ ସଚିନ୍ ବେବି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଭାରତର ପୂର୍ବତନ ଟେନିସ୍ ତାରକା ରୋହନ୍ ବୋପନ୍ନା ମଧ୍ୟ ପ୍ରତିକ୍ରିୟା ଦେଇ ଡାନ୍ସକୁ ବ୍ରିଲିଆଣ୍ଟ ବୋଲି କହିଛନ୍ତି । ୩୫ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଉଥାପ୍ପା ଅଧିକାଂଶ ସମୟରେ ନିଜ ପତ୍ନୀ ଓ ପୁଅ ସହ ଫଟୋ ଓ ଭିଡିଓ ଶେଆର୍ କରନ୍ତି।
୨୦୨୧ ଆଇପିଏଲରେ ସେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମରେ ଅଛନ୍ତି, କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ଉଥାପ୍ପାଙ୍କ ବଦଳରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଋତୁରାଜ ଗାଏକ୍ୱାଡ୍ ଓ ଫାଫ୍ ଡୁପ୍ଲେସିସଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ଦେଇଛନ୍ତି ।
କରୋନା ସଂକ୍ରମଣ ଯୋଗୁ ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରିଦିଆଯାଇଛି । ତେବେ ଚଳିତ ସଂସ୍କରଣରେ ଧୋନିଙ୍କ ଟିମ୍ ଜବରଦସ୍ତ ପ୍ରଦର୍ଶନ କରିଛି । ଚେନ୍ନାଇ ୭ଟି ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
