Advertisment

ହୃଦୟ ଜିତିଲେ ରୋହିତ, ଛକା ମାଡ଼ରେ ଆହତ ଛୋଟ ଝିଅକୁ ଭେଟିଲେ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ୍‌ ସହ ହୃଦୟ ଜିତିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ବଲ ମାଡ଼ରେ ଆହତ ହୋଇଥିବା ଜଣେ ୬ ବର୍ଷୀୟ ଝିଅକୁ ରୋହିତ ମ୍ୟାଚ୍‌ ପରେ ଭେଟି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ରୋହିତ ଗତକାଲି ଓଭାଲରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଅପରାଜିତ ୭୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ବିଶାଳ ଛକା ମାରିଥିଲେ। ହେଲେ ସେ ୫ମ ଓଭରରେ ଡାଭିଲ ୱିଲ୍ଲୀଙ୍କୁ […]

ହୃଦୟ ଜିତିଲେ ରୋହିତ, ଛକା ମାଡ଼ରେ ଆହତ ଛୋଟ ଝିଅକୁ ଭେଟିଲେ

Rohit

Advertisment

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ୍‌ ସହ ହୃଦୟ ଜିତିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ବଲ ମାଡ଼ରେ ଆହତ ହୋଇଥିବା ଜଣେ ୬ ବର୍ଷୀୟ ଝିଅକୁ ରୋହିତ ମ୍ୟାଚ୍‌ ପରେ ଭେଟି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ରୋହିତ ଗତକାଲି ଓଭାଲରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଅପରାଜିତ ୭୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ବିଶାଳ ଛକା ମାରିଥିଲେ।

Advertisment

ହେଲେ ସେ ୫ମ ଓଭରରେ ଡାଭିଲ ୱିଲ୍ଲୀଙ୍କୁ ମାରିଥିବା ଗୋଟିଏ ଛକା ଷ୍ଟାଣ୍ଡରେ ବସିଥିବା ୬ ବର୍ଷୀୟ ମୀରା ସାଲଭିଙ୍କ ଦେହରେ ମାଡ଼ ହୋଇଥିଲା। ସେ ଆହତ ହେବା ସହ ଇଂଲଣ୍ଡ ଟିମର ଫିଜିଓ ତୁରନ୍ତ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଏହାର ଭିଡିଓ ମଧ୍ୟ ରହିଛି।

ରୋହିତଙ୍କ ଛକା ଝିଅଟି ଦେହରେ ମାଡ଼ ହୋଇଯିବାରୁ ସମସ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରୋହିତ ମଧ୍ୟ ଏକଥା ଜାଣି ବିଚଳିତ ହୋଇଥିଲେ। କିଛି ମିନିଟ ପାଇଁ ମ୍ୟାଚ ବନ୍ଦ ରହିବା ସହ ସମସ୍ତେ ଷ୍ଟାଣ୍ଡକୁ ଚାହିଁ ରହିଥିଲେ। ପ୍ରାଥମିକ ଚିକିତ୍ସା ପରେ ମୀରା ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା। ଏହାପରେ ପୁଣି ଖେଳ ଆରମ୍ଭ ହୋଇଥିଲା।

Advertisment

ତେବେ ମ୍ୟାଚ୍ ଶେଷ ହେବା ପରେ ରୋହିତ ନିଜେ ମୀରାଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଛନ୍ତି। ଏହି ସମୟରେ ସେ ତାଙ୍କ ବାପାଙ୍କ କୋଳରେ ରହିଥିଲେ। ରୋହିତଙ୍କ ଏପରି ଆଚରଣକୁ ସମସ୍ତେ ପ୍ରଶଂସା କରିଛନ୍ତି।


ଭାରତ ଆର୍ମି ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ରୋହିତ ଶର୍ମାଙ୍କ ଛକା ମୀରାଙ୍କ ଦେହରେ ମାଡ଼ ହେବା ପରେ ଇଂଲଣ୍ଡ ଫିଜିଓ ତାଙ୍କର ଚିକିତ୍ସା କରିଥିଲେ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ କୌଣସି ବଡ଼ ଆଘାତ ଲାଗି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋହିତ ଶର୍ମା ନିଜେ ମ୍ୟାଚ୍ ପରେ ମୀରାଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି।


ମ୍ୟାଚ୍ କଥା ବିଚାରକୁ ନେଲେ ଭାରତ ମଙ୍ଗଳବାର ମ୍ୟାଚ୍‌କୁ ଏକତରଫା ଭାବେ ଜିତି ନେଇଛି। ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ସଫଳତା ଯୋଗୁ ଇଂଲଣ୍ଡ ୧୧୦ରେ ଅଲଆଉଟ ହୋଇଯାଇଥିଲା। ଟିମ ଇଣ୍ଡିଆ ୧୧୧ ରନର ଟାର୍ଗେଟକୁ ବିନା କୌଣସି ୱିକେଟ ହରାଇ ୧୮୮ ବଲ ପୂର୍ବରୁ ହାସଲ କରି ନେଇଛି। ରୋହିତ ଶେଷ ଯାଏ ୫୮ ବଲରେ ୭୬ ଓ ଶିଖର ଧୱନ ୫୪ ବଲରେ ଅପରାଜିତ ୩୧ ରନର ଇନିଂସ ଖେଳିଥିଲେ। ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe