Advertisment

ରୁଷ ପକାଇଲା ବୋମା, ପାଣି ପକାଇ ଲିଭାଇଦେଲା ୟୁକ୍ରେନ୍‌

କିଭ୍‌: ୟୁକ୍ରେନ୍‌ ଓ ରୁଷ ଭିତରେ ଦୀର୍ଘ ୧୬ ଦିନ ହେଲା ଜାରି ରହିଛି ଯୁଦ୍ଧ। ରୁଷର ଏକା ଜିଦ୍‌ ୟୁକ୍ରେନ୍‌କୁ ଦଖଲ କରିବ। ସେପଟେ ୟୁକ୍ରେନ୍‌ ମଧ୍ୟ କିଛି କମ୍‌ ନୁହେଁ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଛାଡିବାକୁ ନାରାଜ। ଉଭୟ ଦେଶ ଭିତରେ ଜାରି ରହିଛି ଘମାଘୋଟ ଯୁଦ୍ଧ। ରୁଷ ଆକାଶ ମାର୍ଗରୁ ୟୁକ୍ରେନ୍‌ ଆଡକୁ ମିସାଇଲ୍‌ ମାଡ କରୁଛି। ଏଥିସହ ବଡ ବଡ ବୋମା ମଧ୍ୟ ପିଙ୍ଗୁଛି। ତେବେ ଏହାରି ଭିତରେ […]

ରୁଷ ପକାଇଲା ବୋମା, ପାଣି ପକାଇ ଲିଭାଇଦେଲା ୟୁକ୍ରେନ୍‌

russia-dropped-a-bomb

Advertisment

କିଭ୍‌: ୟୁକ୍ରେନ୍‌ ଓ ରୁଷ ଭିତରେ ଦୀର୍ଘ ୧୬ ଦିନ ହେଲା ଜାରି ରହିଛି ଯୁଦ୍ଧ। ରୁଷର ଏକା ଜିଦ୍‌ ୟୁକ୍ରେନ୍‌କୁ ଦଖଲ କରିବ। ସେପଟେ ୟୁକ୍ରେନ୍‌ ମଧ୍ୟ କିଛି କମ୍‌ ନୁହେଁ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଛାଡିବାକୁ ନାରାଜ। ଉଭୟ ଦେଶ ଭିତରେ ଜାରି ରହିଛି ଘମାଘୋଟ ଯୁଦ୍ଧ। ରୁଷ ଆକାଶ ମାର୍ଗରୁ ୟୁକ୍ରେନ୍‌ ଆଡକୁ ମିସାଇଲ୍‌ ମାଡ କରୁଛି। ଏଥିସହ ବଡ ବଡ ବୋମା ମଧ୍ୟ ପିଙ୍ଗୁଛି। ତେବେ ଏହାରି ଭିତରେ ରୁଷର କିଛି ବୋମା କାମ ଦେଉନଥିବାବେଳେ ଆଉ କିଛି ବୋମାକୁ ପାଣି ପାକାଇ ଲିଭାଇ ଦେଉଛନ୍ତି ୟୁକ୍ରେନବାସୀ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ସୋଶାଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିବା ଏକ ଭଡିଓରେ ଦେଖିବାକୁ ମିଳିଛି ଯେ, ୟୁକ୍ରେନ୍‌ର ଜଣେ ବ୍ୟକ୍ତ ପାଣି ବୋତଲ ସାହାଯ୍ୟରେ ବେଶ୍‌ ସାବଧାନତାର ସହ ରୁଷ ପକାଇଥିବା ବୋମାକୁ ନିଷ୍କ୍ରିୟ କରିଦେଉଛନ୍ତି। ୧୩ ସେକେଣ୍ଟର ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓ NEXTA ନାମକ ଟ୍ୱିଟ୍‌ର ହ୍ୟାଣ୍ଡେଲ ଜରିଆରେ ଶେଆର କରାଯାଇଛି।

ଭିଡିଓର କ୍ୟାପସନରେ ଲେଖାଅଛି, ବୋମା ନିଷ୍କ୍ରିୟ କରିବା ପ୍ରକ୍ରିୟା। ଦ ଟେଲଗ୍ରାଫ ଅନୁଯାୟୀ ସୋଶାଲ ମିଡିଆରେ ଏହି ଭିଡିଓଟି ଖୁବ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ୟୁଜର୍ସମାନେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି। ପୂର୍ବରୁ ଏଭଳି ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ସେଥିରେ ରୁଷ ପକାଇଥିବା ଓଜନଦାର ବୋମାଗୁଡିକ କାମ ଦେଉନଥିବା ଦେଖିବାକୁ ମିଳିଥିଲା। ଉକ୍ତ ବୋମାକୁ ଲୋକେ ବୋହି ନେଇଯାଉଥିବା ମଧ୍ୟ ଭିଡିଓରେ ନଜର ଆସିଥିଲା।

Advertisment

https://twitter.com/nexta_tv/status/1501653510915596310?s=20&t=6_i3Fiu1O3NtlqxcPvSGqQ

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe