Advertisment

ରୁଷ ନୀତିକୁ ବିରୋଧ, ନାଳରେ ଢ଼ାଳୁଛନ୍ତି ମଦ

ନୂଆଦିଲ୍ଲୀ: ରୁଷ ଉପରେ ୟୁକ୍ରେନ୍‌ର ଆକ୍ରମଣ ନୀତିକୁ ଜୋରଦାର ବିରୋଧ। ରୁଷର ଯୁଦ୍ଧଖୋର ମନୋବୃତ୍ତିକୁ ସମଗ୍ର ବିଶ୍ୱରେ ଜୋରଦାର ବିରୋଧ କରାଯାଉଥିବା ବେଳେ କ୍ଷତିର ସମ୍ମୁଖୀନ ହେଉଛି ଦେଶର ଏକ ନାମୀଦାମୀ ମଦ ବ୍ରାଣ୍ଡ। କେଉଁଠି ଏହାକୁ ବ୍ୟାନ୍‌ କରାଯାଉଛି ତ ଆଉ କେଉଁଠି ନିଶାଖୋର୍‌ ଲୋକ ବି ଏହାକୁ କିଣି ଡ୍ରେନ୍‌ରେ ଢ଼ାଳୁଛନ୍ତି। ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରଠାରୁ ବିପୁଳ କ୍ଷତି ସହୁଛି ଏଠାକର ମଦ ବ୍ରାଣ୍ଡ ଭୋଡ୍‌କା। ଯାହାର ଭିଡିଓ ଏବେ […]

ଅଦ୍ୟତନ ହୋଇଛି
ରୁଷ ନୀତିକୁ ବିରୋଧ, ନାଳରେ ଢ଼ାଳୁଛନ୍ତି ମଦ

vodka down the drain

Advertisment

ନୂଆଦିଲ୍ଲୀ: ରୁଷ ଉପରେ ୟୁକ୍ରେନ୍‌ର ଆକ୍ରମଣ ନୀତିକୁ ଜୋରଦାର ବିରୋଧ। ରୁଷର ଯୁଦ୍ଧଖୋର ମନୋବୃତ୍ତିକୁ ସମଗ୍ର ବିଶ୍ୱରେ ଜୋରଦାର ବିରୋଧ କରାଯାଉଥିବା ବେଳେ କ୍ଷତିର ସମ୍ମୁଖୀନ ହେଉଛି ଦେଶର ଏକ ନାମୀଦାମୀ ମଦ ବ୍ରାଣ୍ଡ। କେଉଁଠି ଏହାକୁ ବ୍ୟାନ୍‌ କରାଯାଉଛି ତ ଆଉ କେଉଁଠି ନିଶାଖୋର୍‌ ଲୋକ ବି ଏହାକୁ କିଣି ଡ୍ରେନ୍‌ରେ ଢ଼ାଳୁଛନ୍ତି। ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରଠାରୁ ବିପୁଳ କ୍ଷତି ସହୁଛି ଏଠାକର ମଦ ବ୍ରାଣ୍ଡ ଭୋଡ୍‌କା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ଯୁକ୍ତରାଷ୍ଟ୍ର ଆମେରିକାର କିଛି ଅଭ୍ୟାସଗତ ମଦ୍ୟପବ୍ୟକ୍ତି ମାନବିକ ସହାୟତା ପ୍ରୟାସକୁ ସମର୍ଥନ କରିବାକୁ ଯାଇ ଏଭଳି ପଦକ୍ଷେପ ନେଇଛନ୍ତି। ସେମାନେ ରୁଷର ଆକ୍ରମଣକୁ ନିଆରା ଢ଼ଙ୍ଗରେ ବିରୋଧ କରିଛନ୍ତି। ୟୁକ୍ରେନ୍‌କୁ ସେମାନେ ସମର୍ଥନ କରି ରୁଷ ନିର୍ମିତ ବ୍ରାଣ୍ଡର ମଦ କିଣି ଡ୍ରେନ୍‌ରେ ଢ଼ାଳୁଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Las Vegas bar owner and patrons pour Russian vodka down the drain in show of support for Ukraine - News.jobsvacancy.in

ଲାସ ଭେଗାସର ଏକ ବାର୍‌ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ଡ୍ରେନ୍‌ରେ ମଦ ଢ଼ାଳିବା ପାଇଁ ସୁଯୋଗ ଦେଉଛି। ଏହି ବାର୍‌ରୁ ଅଭ୍ୟାସଗତ ମଦ୍ୟପବ୍ୟକ୍ତିମାନେ ଟଙ୍କା ଦେଇ ରୁଷିଆର ଭୋଡକା କିଣି ଡ୍ରେନ୍‌ରେ ଢ଼ାଳୁଛନ୍ତି। ଏହି ଉପାୟରେ ସଂଗୃହିତ ଅର୍ଥକୁ ୟୁକ୍ରେନ୍ର ସହାୟତା ପାଇଁ ଦାନ କରାଯାଉଛି।

Advertisment

ସେପଟେ ରୁଷ-ୟୁକ୍ରେନ୍‌ର ଯୁଦ୍ଧ ପରିସ୍ଥିତି ଭିତରେ କ୍ଷତି ସହୁଛି ଭୋଡକା। ରୁଷକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ରୁଷରେ ତିଆରି ଏବଂ ରୁଷର ବ୍ରାଣ୍ଡେଡ୍‌ ମଦ ଭୋଡ୍‌କାକୁ ବର୍ଜନ କରିବା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଛି ଯୁଦ୍ଧ ଏବେ ରୁଷର ଭୋଡକାକୁ ଆମେରିକୀୟମାନଙ୍କ ଶତ୍ରୁ କରିଦେଇଛି।

Pine Tavern owner pours all the Russian vodka down the drain - YouTube

ଶନିବାର ଦିନର ଆମେରିକାର ନ୍ୟୁ ହ୍ୟାମ୍ପଶାୟର୍‌ର ଗଭର୍ଣ୍ଣର କ୍ରିସ୍‌ ସୁନୁନୁ ଘୋଷଣା କରିଛନ୍ତି ଯେ, ରୁଷରେ ନିର୍ମିତ ଏବଂ ରୁଷ ବ୍ରାଣ୍ଡେଡ୍‌ ଭୋଡକାକୁ ରାଜ୍ୟର ସମସ୍ତ ମଦ ଦୋକାନରେ ବିକ୍ରି ବ୍ୟାନ୍‌ କରାଯାଇଛି। ଓହିଓରେ ମଧ୍ୟ ଗଭର୍ଣ୍ଣର ରୁଷ ବ୍ରାଣ୍ଡେଡ୍‌ ଭୋଡକା କିଣିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଘୋଷଣା କରିଛନ୍ତି।

ମଦ ଦୋକାନୀଙ୍କୁ ତୁରନ୍ତ ଭୋଡକାଗୁଡିକୁ କାଉଣ୍ଟରରୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାନାଡା ମଧ୍ୟ ରୁଷକୁ ଭୋଡକା ଜରିଆରେ ଆର୍ଥିକ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି। ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ସେ ନିନ୍ଦା କରି କାନାଡା ମଧ୍ୟ ସେଠାରେ ଭୋଡକା ଏବଂ ରୁଷରେ ନିର୍ମିତ ସମସ୍ତ ପାନୀୟ ଜିନିଷକୁ ବ୍ୟାନ୍‌ କରିବା ଆରମ୍ଭ କରିଦେଇଛି। ସେଠାକାର ଦୋକାନୀମାନଙ୍କୁ ରୁଷ ନିର୍ମିତ କୌଣସି ବି ଜିନିଷ ବିକ୍ରି କରିବାକୁ ବାରଣ କରାଯାଇଛି।

Russian Vodka' Trends as Netizens Call for its Boycott and Show Support for Ukraine

‘ରଏଟର୍ସର ରିପୋର୍ଟ ଅନୁସାରେ, ମାନିଟୋବା ଏବଂ ନ୍ୟୁଫାଉଣ୍ଡଲ୍ୟାଣ୍ଡ୍‌ ପ୍ରଦେଶରେ ଥିବା ମଦ ଭଣ୍ଡାରରୁ ସବୁ ରୁଷୀୟ ସ୍ପିରିଟ୍‌ (ମଦ) ହଟାଇ ଦିଆଯାଉଛି। ସେହିପରି, କାନାଡାର ସବୁଠୁ ଜନବହୁଳ ପ୍ରଦେଶ ଅଣ୍ଟାରିଓରେ ମଧ୍ୟ ସମସ୍ତ ରୁଷୀୟ ଉତ୍ପାଦନ ପ୍ରତ୍ୟାହାର କରିନେବା ପାଇଁ ‘ଲିକର୍‌ କଣ୍ଟ୍ରୋଲ୍‌ ‌ବୋର୍ଡ ଅଫ୍ ଅଣ୍ଟାରିଓ’ ନିର୍ଦ୍ଦେଶ ଦେଇଛି।

‘ଷ୍ଟାଟିଟିକ୍ସ୍‌ କାନଡା’ ତଥ୍ୟ ଅନୁସାରେ, ୨୦୨୧ରେ କାନଡା ରୁଷ୍‌ର ୩.୭୮ ନିୟୁତ ଡଲାର୍‌ର ମଦ ଆମଦାନି କରିଥିଲା। ‘ହ୍ୱିସ୍କି’ ପରେ କାନଡୀୟ ଗ୍ରାହକମାନଙ୍କର ଦ୍ୱିତୀୟ ମନପସନ୍ଦ ମଦ ହେଉଛି ‘ଭୋଡ୍‌କା’। ସାରା ବିଶ୍ୱରେ ମଧ୍ୟ ଭୋଡ୍‌କାର ବେଶ୍‌ ଚାହିଦା ରହିଛି।

https://twitter.com/FoxNews/status/1498130842597707781?s=20&t=0M7BM-Un22FApCD6rELfGA

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe