Advertisment

ଦେଶ ଛାଡି ଯାଉଥିଲେ ଗାର୍ଲଫ୍ରେଣ୍ଡ, ହେଲେ ପ୍ରେମରେ ବାନ୍ଧି ନେଲେ ୟୁକ୍ରେନ୍‌ ଯବାନ

କିଭ: ଯୁଦ୍ଧ ଭିତରେ ପୁଣି ଦେଖିବାକୁ ମିଳିଲା ପ୍ରେମ। ଯୁବତୀଙ୍କ ପ୍ରମରେ ପଡିଲେ ୟୁକ୍ରେନ୍‌ ଯବାନ। ଦେଶ ଛାଡି ଯାଉଥିବା ଗାର୍ଲଫ୍ରେଣ୍ଡ ଅଧବଟାରେ ଅଟକାଇ ଦେଲେ। ଚେକ୍‌ପଏଣ୍ଟରେ ଗାର୍ଲଫ୍ରେଣ୍ଡଙ୍କ ସାମ୍ନାରେ ଆଣ୍ଠୁମାଡି ବସି କଲେ ପ୍ରପୋଜ। ରୁଷ ୟୁକ୍ରେନ୍‌ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏଭଳି କିଛି ହୃଦୟ ତରଳି ଯାଉଥିବା ଭିଡିଓ। ଯୁଦ୍ଧ ଭିତରେ ଗାର୍ଲଫ୍ରେଣ୍ଡଙ୍କୁ ମନର କଥା କହିଲେ ୟୁକ୍ରେନ୍‌ ଯବାନ। ପ୍ରବଳ ଗୁଳି ବର୍ଷା ଆଉ ରକେଟ ମାଡ ଭିତରେ କଲେ ପ୍ରେମ […]

author-image
Madhupriya Mistry
ଦେଶ ଛାଡି ଯାଉଥିଲେ ଗାର୍ଲଫ୍ରେଣ୍ଡ, ହେଲେ ପ୍ରେମରେ ବାନ୍ଧି ନେଲେ ୟୁକ୍ରେନ୍‌ ଯବାନ

ukrainian soldier propose

କିଭ: ଯୁଦ୍ଧ ଭିତରେ ପୁଣି ଦେଖିବାକୁ ମିଳିଲା ପ୍ରେମ। ଯୁବତୀଙ୍କ ପ୍ରମରେ ପଡିଲେ ୟୁକ୍ରେନ୍‌ ଯବାନ। ଦେଶ ଛାଡି ଯାଉଥିବା ଗାର୍ଲଫ୍ରେଣ୍ଡ ଅଧବଟାରେ ଅଟକାଇ ଦେଲେ। ଚେକ୍‌ପଏଣ୍ଟରେ ଗାର୍ଲଫ୍ରେଣ୍ଡଙ୍କ ସାମ୍ନାରେ ଆଣ୍ଠୁମାଡି ବସି କଲେ ପ୍ରପୋଜ। ରୁଷ ୟୁକ୍ରେନ୍‌ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏଭଳି କିଛି ହୃଦୟ ତରଳି ଯାଉଥିବା ଭିଡିଓ।

Advertisment

ଯୁଦ୍ଧ ଭିତରେ ଗାର୍ଲଫ୍ରେଣ୍ଡଙ୍କୁ ମନର କଥା କହିଲେ ୟୁକ୍ରେନ୍‌ ଯବାନ। ପ୍ରବଳ ଗୁଳି ବର୍ଷା ଆଉ ରକେଟ ମାଡ ଭିତରେ କଲେ ପ୍ରେମ ନିବେଦନ। ଦେଶ ଛାଡି ଯାଉଥିବା ଗାର୍ଲଫ୍ରେଣ୍ଡ ବାନ୍ଧିନେଲା ୟୁକ୍ରେନ୍‌ ଯବାନଙ୍କ ପ୍ରେମ। ରାସ୍ତା ମଝିରେ ଆଣ୍ଠୁମାହି ବସି ନିଜ ଗାର୍ଲଫ୍ରେଣ୍ଡ ହାତରେ ମୁଦି ପିନ୍ଧାଇଲେ ଯବାନ। ଯୁଦ୍ଧର ଭୟାବହତା ଭିତରେ ହଠାତ ଖେଳିଗଲା ଖୁସିର ଲହରି। ୟୁକ୍ରେନ୍‌ ଯବନାଙ୍କ ଏଭଳି ନିଆରା ଢ଼ଙ୍ଗରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣଙ୍କ ତାଙ୍କର କିଛି ସାଙ୍ଗଙ୍କ ସହ କାର୍‌ରେ ଯାଉଥିଲେ। ଚେକ୍‌ପଏଣ୍ଟ ପାଖରେ ସୈନ୍ୟ ଜଣଙ୍କ ତାଙ୍କ କାର୍‌କୁ ଚେକ୍‌ କରିବା ପାଇଁ ଅଟକାଇଥିଲେ। କିଛି ସୈନ୍ୟ ତାଙ୍କ କାର୍‌ ଚେକ୍‌ କରୁଥିବା ବେଳେ ପ୍ରେମିକ ପ୍ରବର ସୈନ୍ୟ ଜଣଙ୍କ ପଛରୁ ଆସି ଯୁବତୀଙ୍କୁ ଆଣ୍ଠେଇ ପ୍ରେମ ନିବେଦନ କରିଥିଲେ। ବନ୍ଧୁକ ବଦଳରେ ଗୋଟେ ହାତରେ ମୁଦି ଏବଂ ଅନ୍ୟ ହାତରେ ଫୁଲ ଧରି ଯୁବତୀଙ୍କୁ କହିଥିଳେ ମନର କଥା।

Advertisment

https://twitter.com/kendisgibson/status/1500890377020129285?s=20&t=mmdH_HzWX7XHipTk9d6G2A

ଯୁବତୀ ଜଣଙ୍କ ମଧ୍ୟ ଏସବୁ ଦେଖି ଏକଦମ୍‌ ଅବାକ୍‌ ହୋଇଯାଇଥିଲେ। ପରେ ୟୁକ୍ରେନ ଯବାନଙ୍କ ପ୍ରେମ ନିବେଦନକୁ ସେ ସ୍ୱୀକାର କରିଥିଲେ। ଆଖପାଖରେ ଥିବା ଅନ୍ୟ ସୈନ୍ୟମାନେ ଏହି ପୂରା ଘଟଣା ଭିଡିଓକୁ ସୁଟ୍‌ କରିଥିଲେ। ଏଥିସହ ପ୍ରପୋଜ କରିବା ବେଳେ ସେ ମ୍ୟୁଜିକ ବଜାଇ ଗୀତ ଗାଇଥିଲେ। ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା। ଏହି ପ୍ରେମୀ ଯୁଗଳକୁ ସମସ୍ତେ ଶୁଭେଚ୍ଛା ଜଣାଇ ସେଲିବ୍ରେସନ୍‌ର କରିଥିଲେ।

ନିକଟରେ ଏହାପୂର୍ବରୁ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲେ। ଯେଉଁଥିରେ ଯୁଦ୍ଧ ଭୂମିକରେ ଦୁଇ ୟୁକ୍ରେନ୍‌ ଯବାନ ବିବାହ କରିଥିଲେ। ପରସ୍ପରକୁ ମୁଦି ପିନ୍ଧାଇ ଫୁଲ ଦେଇଥିଲେ। ସାଙ୍ଗରେ ବିବାହ ପାଇଁ ମନ୍ତ୍ର ପାଠ ମଧ୍ୟ ହୋଇଥିଲା। ଏହା ଉଭୟ ଉଭେୟଙ୍କୁ ସାତ ଜନ୍ମର ସାତୀ କରି ନେଇଥିଲେ। ଏହି ଭିଡିଓଟି ମଧ୍ୟ ସୋଶାଲ ମିଡିଆରେ ଖୁବ ଭଇରାଲ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୧୪ ଦିନ ହେଲା ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିରହିଛି। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ରୁଷ ତା' ଜିଦ୍‌ରେ ଅଟଳ ରହିଛି। ସେପଟେ ୟୁକ୍ରେନ୍‌ ମଧ୍ୟ ପଛଘୁଞ୍ଚା ଦେବନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି। ଏଥିସହ ରୁଷର ଆକ୍ରମଣର ମୁହଁତୋଡ ଜବାବ ଦେଉଛି। ଏହି ଯୁଦ୍ଧ ପିରସ୍ଥିତି ଭିତରେ ଅନେକ ଭିଡିଓ ସାମ୍ନାକୁ ଆସିଛି । ସେଥିମଧ୍ୟରୁ କିଛି ହୃଦୟ ବିଦାରକ ହୋଇଥିବା ବେଳେ ଆଉ କିଛି ମଜାଦର ଥିବା ଦେଖିବାକୁ ମିଳିଛି।