Advertisment

ରୁଷରେ ଚିନି ପାଇଁ ଟଣାଓଟରା

ମସ୍କୋ: ରାଷ୍ଟ୍ରପତି ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋଭାବ ଏବେ ରୁଷବାସୀ ଭୋଗିବା ଆରମ୍ଭ କରିଛନ୍ତି। ୟୁକ୍ରେନ୍‌ ଉପରେ ହମ୍‌ଲା କରୁଥିବାରୁ ରୁଷ ଉପରେ ଆମେରିକା ସମେତ ପଶ୍ଚିମ ଦେଶଗୁଡିକ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆର୍ଥିକ ଓ ବ୍ୟବସାୟିକ କଟକଣାର ପ୍ରଭାବ ରୁଷବାସୀଙ୍କ ଉପରେ ପଡିଛି। ଦେଖାଦେଇଛି ଖାଦ୍ୟର ଅଭାବ। ଏପରିକି ଚିନି ପାଇଁ ଲୋକେ ଟଣାଓଟରା ହେଉଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ରୁଷ ଉପରେ ଲାଗିଛି ଆର୍ଥିକ ପ୍ରତିବନ୍ଧକ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରୁଷରେ ଚିନି ପାଇଁ ଟଣାଓଟରା

fight-each-other-for-sugar

ମସ୍କୋ: ରାଷ୍ଟ୍ରପତି ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋଭାବ ଏବେ ରୁଷବାସୀ ଭୋଗିବା ଆରମ୍ଭ କରିଛନ୍ତି। ୟୁକ୍ରେନ୍‌ ଉପରେ ହମ୍‌ଲା କରୁଥିବାରୁ ରୁଷ ଉପରେ ଆମେରିକା ସମେତ ପଶ୍ଚିମ ଦେଶଗୁଡିକ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆର୍ଥିକ ଓ ବ୍ୟବସାୟିକ କଟକଣାର ପ୍ରଭାବ ରୁଷବାସୀଙ୍କ ଉପରେ ପଡିଛି। ଦେଖାଦେଇଛି ଖାଦ୍ୟର ଅଭାବ। ଏପରିକି ଚିନି ପାଇଁ ଲୋକେ ଟଣାଓଟରା ହେଉଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ରୁଷ ଉପରେ ଲାଗିଛି ଆର୍ଥିକ ପ୍ରତିବନ୍ଧକ। ଏଥିପାଇଁ ସେଠାକାର କିଛି ନୋକାନ ଏବଂ ସୁପରମାର୍କେଟରେ ଦେଖାଦେଇଛି ଆର୍ଥିକ ସଙ୍କଟ। ଏହାକୁ ଦୃଷ୍ଟିରେ ରଖି ସେଠାରେ ଜଣଙ୍କ ପିଛା ୧୦ କିଲୋଗ୍ରାମ ଚିନି ନିର୍ଦ୍ଧାରିତ କରାଯାଇଛି। ଏହି କଟକଣା ପରେ ଏବେ ରୁଷରେ ଚିନିର ଦାମ୍‌ ଆକାଶଛୁଆଁ ହୋଇଛି। ରୁଷବାସୀ ଚିନି କିଣି ଘରେ ଗଚ୍ଛିତ ରଖିବା ପାଇଁ ସୁପରମାର୍କେଟରେ ଭିଡ ଜମାଇଛନ୍ତି। ଏପରି ସୁପରମାର୍କେଟରେ ଲୋକେ ଚିନି ନେବା ପାଇଁ ଟଣାଓଟରା କରିବା ସହ ମାରପିଟ୍‌ ହେଉଛନ୍ତି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦୧୫ ପରେ ରୁଷରେ ଏବେ ଦରଦାମ ଚରମ ସୀମାରେ ପହଞ୍ଚିଛି। ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ହୁ ହୁ ହୋଇ ବଢ଼ି ଚାଲିଛି। ବିଶେଷ କିରି ଚିନି ଦାମ ଆହେତୁକ ବଢ଼ିଛି। ସେପଟେ କିନ୍ତୁ ରୁଷ ଅଧିକାରୀମାନେ ଦେଶରେ ଚିନିର ଅଭାବ ନଥିବା ନେଇ ଜୋର୍‌ ଦେଇ କହୁଛନ୍ତି। ଭୟରେ ଲୋକେ ଚିନି ଆଗୁଆ କିଣି ନେଉଥିବା ଯୋଗୁଁ ଚିନିର ଅଭାବ ସୃଷ୍ଟି ହୋଇଥିବା ରୁଷ ଅଧିକାରୀମାନେ କହିଛନ୍ତି।

Advertisment

ରୁଷରେ ଏବେ ଚିନି ଦାମ୍‌ ୩୧% ଯାହା ମହଙ୍ଗା ହୋଇଛି। ଏହାର ପ୍ରମୁଖ କାରଣ ହେଉଛି ଆମେରିକା ଓ ପଶ୍ଚିମ ଦେଶଗୁଡିକ ରୁଷ ଉପରେ ଲଗାଇଥିବା କଡା ପ୍ରତିବନ୍ଧିକ। ଚିନି ବ୍ୟତୀତ ଅନ୍ୟ ସାମଗ୍ରୀଗୁଡିକର ଦାମ୍‌ ମଧ୍ୟ ବଢ଼ିଛି। ଅନେକ ପଶ୍ଚିମ କମ୍ପାନୀ ରୁଷ ଛାଡି ଦେଇଛନ୍ତି। ରୁଷ ସରକାର ଦରଦାମ୍‌ ବୃଦ୍ଧିକୁ ରୋକିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି, କିନ୍ତୁ ଏହାର ପ୍ରଭାବ କିଛି ଖାସ୍‌ ପଡୁନି। ରୁଷ-ୟୁକ୍ରେନ୍‌ ଯୁଦ୍ଧ ଲାଗି ଏବେ ସାଧାରଣ ନାଗରିକ ହଇରାଣ ହେଉଛନ୍ତି। ବିଶେଷ କରି ରୁଷବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

https://twitter.com/buch10_04/status/1505068461998882821?s=20&t=TmJX3eTbADIiR1dYbeeb7g

Russia-Ukraine War