Advertisment

ଗର୍ଭବତୀ ବନକର୍ମଚାରଙ୍କୁ ପୂର୍ବତନ ସରପଞ୍ଚଙ୍କ ଥାର୍ଡ ଡିଗ୍ରୀ, ଭିଡିଓ ଭାଇରାଲ

ମୁମ୍ବାଇ: ବନବିଭାଗର ଜଣେ ଗର୍ଭବତୀ କର୍ମଚାରୀଙ୍କ ଉପରେ ପୂର୍ବତନ ସରପଞ୍ଚଙ୍କ ଅକଥନୀୟ ଅତ୍ୟାଚାର। ଗର୍ଭବତୀ ମହିଳାଙ୍କ ଉପରେ ସେ ଆପ୍ଲାଏ କରିଛନ୍ତି ଥାର୍ଡ ଡିଗ୍ରୀ। ତଳେ ପକାଇ ଲାତ ଗୋଇଠା ମାରିବା ସହ ତାଙ୍କ ଚୁଟି ଧରି ଘୋଷାଡି ଆଣିଛନ୍ତି। କେବଳ ଏତିକିରେ ରାଗ ଶାନ୍ତ ହେଇନି, ତଳେ ପକାଇ ତାଙ୍କ ଉପରେ ବସି ପଡିଛନ୍ତି ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ତ୍ରୀ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ସତାରା ଜିଲ୍ଲାରୁ । ସୂଚନା […]

ଅଦ୍ୟତନ ହୋଇଛି
ଗର୍ଭବତୀ ବନକର୍ମଚାରଙ୍କୁ ପୂର୍ବତନ ସରପଞ୍ଚଙ୍କ ଥାର୍ଡ ଡିଗ୍ରୀ, ଭିଡିଓ ଭାଇରାଲ

couple brutally assault pregnant forest guard

Advertisment

ମୁମ୍ବାଇ: ବନବିଭାଗର ଜଣେ ଗର୍ଭବତୀ କର୍ମଚାରୀଙ୍କ ଉପରେ ପୂର୍ବତନ ସରପଞ୍ଚଙ୍କ ଅକଥନୀୟ ଅତ୍ୟାଚାର। ଗର୍ଭବତୀ ମହିଳାଙ୍କ ଉପରେ ସେ ଆପ୍ଲାଏ କରିଛନ୍ତି ଥାର୍ଡ ଡିଗ୍ରୀ। ତଳେ ପକାଇ ଲାତ ଗୋଇଠା ମାରିବା ସହ ତାଙ୍କ ଚୁଟି ଧରି ଘୋଷାଡି ଆଣିଛନ୍ତି। କେବଳ ଏତିକିରେ ରାଗ ଶାନ୍ତ ହେଇନି, ତଳେ ପକାଇ ତାଙ୍କ ଉପରେ ବସି ପଡିଛନ୍ତି ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ତ୍ରୀ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ।

Advertisment

ସୂଚନା ମୁତାବକ, ପୀଡିତା ମହିଳା ଜଣଙ୍କର କିଛି ଶ୍ରମିକକୁ ନେଇ ଉକ୍ତ ଅଞ୍ଚଳର ପୂର୍ବତନ ସରପଞ୍ଚ ଏବଂ ତାଙ୍କ ପତ୍ନୀଙ୍କ ସହ ବିବାଦ ଲାଗି ରହିଥିଲା। ଯାହା ପରେ ପୂର୍ବତନ ସରପଞ୍ଚ ଏବଂ ତାଙ୍କ ପତ୍ନୀ ମହିଳା ବନକର୍ମଚାରୀ ଏବଂ ତାଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ଅତ୍ୟନ୍ତ ନିର୍ମମ ଭାବେ ମାଡ ମାରିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଅଭିଯୁକ୍ତ ପୂର୍ବତନ ସ୍ୱାମୀ-ସ୍ତ୍ରୀ ମିଶି ମହିଳା ବନକର୍ମଚାରୀଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ପୀଡିତାଙ୍କ ସ୍ୱାମୀ ମଧ୍ୟ ବନ ବିଭାଗର କର୍ମଚାରୀ ଅଟନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡରେ ଆସିଛନ୍ତି ମହାରାଷ୍ଟ୍ରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ। ପୁଲିସ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀକୁ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ମିଳିଥିବା ସୂଚନା ମୁତାବକ, ବନବିଭାଗ ଅଧିନରେ ଥିବା ଜମି ଉପରେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଅବୈଧ ରୂପେ ଶ୍ରମିକଙ୍କୁ ନେଇ କାମ କରୁଥିଲେ। ଜାନୁଆରୀ ୧୭ ତାରିଖରେ ବନବିଭାଗ କର୍ମଚାରୀ ସିନ୍ଧୁ ସାନପ ଏବଂ ତାଙ୍କ ସ୍ୱାମୀ ମିଶି ସେଠାରେ କାମ କରୁଥିବା ଶ୍ରମିକଙ୍କୁ ଅଟକାଇ ଅନ୍ୟ ଏକ ସ୍ଥାନକୁ ପଠାଇ ଦେଇଥିଲେ। ଏହା ଜାଣିବା ପରେ ଅଭିଯୁକ୍ତ ରାମଚନ୍ଦ୍ର ଏବଂ ସ୍ତ୍ରୀ ପ୍ରତିଭା ରାଗି ଯାଇଥିଲେ। ଦୁହେଁ ଫୋନ୍‌ କରି ପୀଡିତା ବନବିଭାଗ କର୍ମଚାରୀଙ୍କୁ ମାଡ ମାରିବୁ ବୋଲି ଧମକ ଦେଇଥିଲେ। ଏହାପରେ ଜାନୁଆରୀ ୧୯ ତାରିଖ ଅଭିଯୁକ୍ତମାନେ ଗର୍ଭବତୀ ମହିଳାଙ୍କୁ ନିର୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି।

https://twitter.com/PraveenIFShere/status/1484019049596350465?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe