Advertisment

ମଝି ନଦୀରେ ଚାଲିଛି ପାଠପଢ଼ା

ପାଟନା: ଚାରିଆଡେ କେବଳ ପାଣି ଆଉ ପାଣି। ଆଉ ପାଣି ଭିତରେ ଚାଲିଛି ପାଠ ପଢ଼ା। ନଦୀ ମଝିରେ ଡଙ୍ଗାରେ ବସିଛନ୍ତି ପିଲା, ଆଉ ପଢ଼ାଉଛନ୍ତି ଶିକ୍ଷକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କଟିହାର ଜିଲ୍ଲାରେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ କଟିହାର ଜିଲ୍ଲା ମନିହାରୀ ଅନୁମଣ୍ଡଳର ଅନେକ ଅଞ୍ଚଳରେ ଏବେ ବନ୍ୟା ପାଣି ପସିଛି। ଏଭଳି ପରିସ୍ଥିତିରେ ଏଠି ଯୁଆଡେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମଝି ନଦୀରେ ଚାଲିଛି ପାଠପଢ଼ା

Floting School

ପାଟନା: ଚାରିଆଡେ କେବଳ ପାଣି ଆଉ ପାଣି। ଆଉ ପାଣି ଭିତରେ ଚାଲିଛି ପାଠ ପଢ଼ା। ନଦୀ ମଝିରେ ଡଙ୍ଗାରେ ବସିଛନ୍ତି ପିଲା, ଆଉ ପଢ଼ାଉଛନ୍ତି ଶିକ୍ଷକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କଟିହାର ଜିଲ୍ଲାରେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ କଟିହାର ଜିଲ୍ଲା ମନିହାରୀ ଅନୁମଣ୍ଡଳର ଅନେକ ଅଞ୍ଚଳରେ ଏବେ ବନ୍ୟା ପାଣି ପସିଛି। ଏଭଳି ପରିସ୍ଥିତିରେ ଏଠି ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି ହିଁ ଦେଖାଯାଉଛି। ଘରଗୁଡିକ ବୁଡି ଯାଇଛି। ଯାତାୟତ ଏକପ୍ରକାର ଠପ୍‌ ହୋଇଛି। ଏତେ ସବୁ ପରେ ମଧ୍ୟ ସେଠାରେ ପାଠ ପଢ଼ା ଅଟକି ନାହିଁ। ସେଠରେ ଫ୍ରି କୋଚିଂ ଚଳାଉଥିବା କୁନ୍ଦନ, ପଙ୍କଜ ଏବଂ ରବିନ୍ଦ୍ର କିନ୍ତୁ ନିଜ ଦାୟିତ୍ୱ ତୁଲାଇ ଚାଲିଛନ୍ତି। ବନ୍ୟା ସତ୍ତ୍ୱେ ଡଙ୍ଗା ଉପରେ ହିଁ ଏମାନେ ଖୋଲି ଦେଇଛନ୍ତି କୋଚିଂ କ୍ଲାସ।

ପିଲାଙ୍କୁ ପଢ଼ାଉଥିବା ତିନି ଯୁବକଙ୍କ କହିବା ମୁତାବକ, ସେମାନେ ଗତ କିଛି ବର୍ଷ ଧରି ଏହି ଅଞ୍ଚଳର ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ବନ୍ୟା ସମୟରେ ସରକାର ଅନ୍ୟାନ୍ୟ ସୁବିଧା ଯୋଗାଉଛନ୍ତି, ଯେଉଁ ବିଦ୍ୟାଳୟ ସେମାନେ ନିଜ ସ୍ତରରେ ଚଳାଉଥିଲେ, ବର୍ତ୍ତମାନ ସେମାନେ ଏକ ଡଙ୍ଗା ସାହାୟତାରେ ଶିକ୍ଷାଦାନ ଜାରି ରଖିବାକୁ ଚାହୁଁଥିବା ସେମାନେ କହିଛନ୍ତି।

Advertisment

ସେପଟେ ଏହି ଭାସମାନ କୋଚିଂ କ୍ଲାସରେ ପଢ଼ୁଥିବା ପିଲାମାନେ କହିଛନ୍ତି, ଗଙ୍ଗା ନଦୀରେ ବନ୍ୟା ଯୋଗୁଁ ପୂରା ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଭଳି ସ୍ଥିତିରେ ଡଙ୍ଗା ହିଁ ଏକମାତ୍ର ସୁରକ୍ଷିତ ସ୍ଥାନ। ଡଙ୍ଗାରେ ଚାଲିଥିବା ପାଠଶାଳାରେ ପଢ଼ିବା ପାଇଁ ସେମାନେ ମଧ୍ୟ ଆଗ୍ରହି ଥିବା କହିଛନ୍ତି।

https://twitter.com/manishndtv/status/1434346709786583041?s=20

Viral Video