Advertisment

ସାତ ଫେରା ପୂର୍ବରୁ ଅଟକିଗଲା କନିଆ, କହିଲା-ପସନ୍ଦ ହେଉନି ବର

ଲକ୍ଷ୍ନୌ: ଧୁମଧାମରେ ଚାଲିଥିଲା ବାହାଘର। ବେଦୀ ଉପରେ ଛ’ ଫେରା ନେଇସାରିଥିଲେ ବର-କନିଆ। ଶେଷ ଫେରା ସରିଲେ, ବାହାଘର ସରିଥାନ୍ତା। ସାତ ଜନ୍ମର ସାଥୀ ହୋଇଥାନ୍ତେ ଉଭୟ। ହେଲେ ହଠାତ୍ ସପ୍ତମ ଫେରା ନେବାକୁ ମନା କରିଦେଲା କନିଆ। ଯିଏ ଯେତେ ବୁଝାଇଲେ ବି ଜମା ଶୁଣିଲାନି। ବାରମ୍ବାର କାରଣ ପଚରାଯିବା ପରେ କନିଆ କହିଲା, ତାକୁ ବର ପସନ୍ଦ ନାହିଁ। ଉତ୍ତରପ୍ରଦେଶର ମହୋବା। ଝାନସୀର ମୁଢାରୀ ଗାଁରୁ ବାରାତ ଆସିଥିଲା। ବାଜା, ବାଣ , ରୋଷଣୀ […]

author-image
Madhupriya Mistry
ସାତ ଫେରା ପୂର୍ବରୁ ଅଟକିଗଲା କନିଆ, କହିଲା-ପସନ୍ଦ ହେଉନି ବର

indian marriage

ଲକ୍ଷ୍ନୌ: ଧୁମଧାମରେ ଚାଲିଥିଲା ବାହାଘର। ବେଦୀ ଉପରେ ଛ’ ଫେରା ନେଇସାରିଥିଲେ ବର-କନିଆ। ଶେଷ ଫେରା ସରିଲେ, ବାହାଘର ସରିଥାନ୍ତା। ସାତ ଜନ୍ମର ସାଥୀ ହୋଇଥାନ୍ତେ ଉଭୟ। ହେଲେ ହଠାତ୍ ସପ୍ତମ ଫେରା ନେବାକୁ ମନା କରିଦେଲା କନିଆ। ଯିଏ ଯେତେ ବୁଝାଇଲେ ବି ଜମା ଶୁଣିଲାନି। ବାରମ୍ବାର କାରଣ ପଚରାଯିବା ପରେ କନିଆ କହିଲା, ତାକୁ ବର ପସନ୍ଦ ନାହିଁ।

Advertisment

ଉତ୍ତରପ୍ରଦେଶର ମହୋବା। ଝାନସୀର ମୁଢାରୀ ଗାଁରୁ ବାରାତ ଆସିଥିଲା। ବାଜା, ବାଣ , ରୋଷଣୀ ସହ ବର ଆସିଥିଲା ବାହାହେବାକୁ। କନିଆ ଘର ବି ବରପକ୍ଷର ସ୍ୱାଗତରେ କୌଣସି ଅବହେଳା କରିନଥିଲେ। ସୁରୁଖୁରୁରେ ସରିଥିଲା ଦ୍ୱାର ପୂଜା। ବର-କନିଆ ପରସ୍ପରକୁ ଜୟମାଳା ପିନ୍ଧାଇଥିଲେ। ଷ୍ଟେଜ ଉପରେ ବର-ବଧୂ ସହ ଫଟୋ ଉଠା ଚାଲିଲା। ପରେ ଖୁସି ଖୁସିରେ ସମସ୍ତେ ଭୋଜି ବି ଖାଇଥିଲେ।

ଏହାପରେ ମଧ୍ୟରାତ୍ରିରେ ଆରମ୍ଭ ହୋଇଥିଲା ବିବାହ। ଅଗ୍ନିକୁ ସାକ୍ଷୀ ରଖି ଛ’ ଫେରା ସରିବା ପରେ ସାତ ଫେରା ବେଳକୁ ଅଟକିଯାଇଥିଲା କନିଆ। ଲୁଗାର ଗଣ୍ଠି ଖୋଲି ନିଜ ରୁମକୁ ଚାଲିଯାଇଥିଲା। ପରିବାର ଯେତେବେଳେ ଏହାର କାରଣ ପଚାରିଥିଲେ, ଝିଅ କହିଥିଲା ତାକୁ ବର ପସନ୍ଦ ହେଉନି, ତେଣୁ ବିବାହ କରିବନି। ବାହା ହେବାକୁ ଝିଅ ମନା କରିଦେବା ପରେ ଗାଁରେ ଅଧରାତିରେ ପଞ୍ଚାୟତ ବସିଥିଲା। ତେବେ ଝିଅ ଅରାଜି ଥିବାରୁ ବନ୍ଦ ହୋଇଥିଲା ବାହାଘର। ଏହାପରେ ଖାଲି ହାତରେ ବାରାତ ନେଇ ଦୁଃଖରେ ଘରକୁ ଫେରିଯାଇଥିଲା ବର।

Advertisment