Advertisment

କୋର୍ଟ ପରିସରରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ଓକିଲ

ଭୋପାଲ: ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ଓକିଲ। ଚାପୁଡା ଉପରେ ଚାପୁଡା, ଲାତ ଗୋଇଠା ସାଙ୍ଗକୁ ବିଧା। ଯହା ପାରିଲେ ତାହା ମାରି ଚାଲିଲେ। ସେ ପୁଣି କୋର୍ଟ ପରିସରରେ। ମହିଳା ଜଣକ ଯେତେ ଚିତ୍କାର କରୁଥିଲେ ବି କିଛି ଶୁଣିଲେନି। ଆଖପାଖରେ ଲୋକ ଥିଲେ ମଧ୍ୟ କେବଳ ସାଜିଲେ ଦେଖଣହାରୀ। ମହିଳାଙ୍କୁ ଓକିଲଙ୍କ କବଳରୁ ରକ୍ଷା କରିବାକୁ କେହି ଆସିଲେନି। ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରୁ। ଯାହାର ଭିଡିଓ ସୋଶାଲ […]

author-image
Madhupriya Mistry
କୋର୍ଟ ପରିସରରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ଓକିଲ

lawyer-beat-woman

ଭୋପାଲ: ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ଓକିଲ। ଚାପୁଡା ଉପରେ ଚାପୁଡା, ଲାତ ଗୋଇଠା ସାଙ୍ଗକୁ ବିଧା। ଯହା ପାରିଲେ ତାହା ମାରି ଚାଲିଲେ। ସେ ପୁଣି କୋର୍ଟ ପରିସରରେ। ମହିଳା ଜଣକ ଯେତେ ଚିତ୍କାର କରୁଥିଲେ ବି କିଛି ଶୁଣିଲେନି। ଆଖପାଖରେ ଲୋକ ଥିଲେ ମଧ୍ୟ କେବଳ ସାଜିଲେ ଦେଖଣହାରୀ। ମହିଳାଙ୍କୁ ଓକିଲଙ୍କ କବଳରୁ ରକ୍ଷା କରିବାକୁ କେହି ଆସିଲେନି। ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରୁ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

On Digicam, Lawyer Thrashes Lady At Courtroom Advanced In Madhya Pradesh –  Latest News, Breaking News Today – Bollywood, Cricket, Business, Politics –  Lokjanta | IndiaToday

ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲା। ଏଠାରେ ଥିବା ଏକ ସିଭିଲ୍‌ କୋର୍ଟକୁ ଜଣେ ମହିଳା ଗୋଟିଏ ମାମଲାର ଆଲୋଚନା ପାଇଁ ଓକିଲଙ୍କ ପାଖକୁ ଆସିଥିଲେ। ଏହାପରେ ଓକିଲଙ୍କ କ୍ୟାବିନ ଭିତରେ ଦୁହିଁଙ୍କ ମଧ୍ୟରେ କେସ୍‌କୁ ନେଇ କଥା କଟାକଟି ହୋଇଥିଲା। ପରେ ଓକିଲ ଜଣଙ୍କ ରାଗିଯାଇ ମହିଳାଙ୍କୁ ଆକ୍ରମଣ କରିଥିଲେ।  କ୍ୟାବିନ୍‌ ଭିତରୁ ପୀଡିତା ମହିଳାଙ୍କୁ ଧକ୍କା ମାରି ବାହାରକୁ ବାହାର କରିଦେବା ସହ ତାଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ପିଟିଥିଲେ। ପାଖରେ ଥିବା ଲୋକଙ୍କୁ ମହିଳା ଜଣଙ୍କ ବଞ୍ଚାଇବା ପାଇଁ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କୁ ସାହାଯ୍ୟ କରିନଥିଲେ। ଏସମସ୍ତ ଘଟଣା ସିଭିଲ୍‌ କୋର୍ଟ ପରିସରରେ ହିଁ ଘଟିଥିଲା।

शहडोल में वकील ने महिला को सड़क पर पीटा.

ସେପଟେ କୋର୍ଟ ପରିସରରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ସମସ୍ତ ଘଟଣାକୁ ନିଜ ମୋବାଇଲ୍‌ରେ କଏଦ୍‌ କରିଥିଲେ। ଯାହା ପରେ ସୋଶାଲ ମିଡିଆରେ ଏହି ପୂରା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଉକ୍ତ ଓକିଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

Advertisment

MP: The woman was beaten up by running in public in the court premises, the  woman's child kept crying and crying on the ground - Connexionblog