ଚାଲାଣ କାଟିଲା ପୁଲିସ, ଥାନା ଅନ୍ଧାର କରିଦେଲେ ବିଦ୍ୟୁତ୍‌ କର୍ମଚାରୀ

ଲକ୍ଷ୍ନୌ: ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଜଣେ ବିଦ୍ୟୁତ କର୍ମଚାରୀଙ୍କ ପୁଲିସ କାଟିଲା ଚାଲାଣ।  ହଜାରେ କି ଦୁଇ ହଜାର ନୁହେଁ ପାଖାପଖି ୬ ହଜାର ଟଙ୍କାର ଫାଇନ୍ ଧରାଇଲା ପୁଲିସ। ବାସ୍‌ ଏତିକିରେ ରାଗିଗଲେ ବିଦ୍ୟୁତ୍‌ କର୍ମଚାରୀ। ପୁଲିସ ଉପରେ ରାଗ ସୁଝାଇବାକୁ ଯାଇ ଅନ୍ଧାର କରିଦେଲେ ଥାନା। ଉତ୍ତର ପ୍ରଦେଶର ଶାମଲିରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା। ବିଦ୍ୟୁତ୍‌ କର୍ମଚାରୀଙ୍କ ଚାଲାଣ କାଟିବା ପୁଲିସକୁ ମହଙ୍ଗା ପଡିଛି। ପୁଲିସକୁ ଦେଲେ ପାନେ। […]

lineman-got-angry

Madhupriya Mistry
  • Published: Wednesday, 24 August 2022
  • , Updated: 24 August 2022, 04:25 PM IST

ଲକ୍ଷ୍ନୌ: ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଜଣେ ବିଦ୍ୟୁତ କର୍ମଚାରୀଙ୍କ ପୁଲିସ କାଟିଲା ଚାଲାଣ।  ହଜାରେ କି ଦୁଇ ହଜାର ନୁହେଁ ପାଖାପଖି ୬ ହଜାର ଟଙ୍କାର ଫାଇନ୍ ଧରାଇଲା ପୁଲିସ। ବାସ୍‌ ଏତିକିରେ ରାଗିଗଲେ ବିଦ୍ୟୁତ୍‌ କର୍ମଚାରୀ। ପୁଲିସ ଉପରେ ରାଗ ସୁଝାଇବାକୁ ଯାଇ ଅନ୍ଧାର କରିଦେଲେ ଥାନା।

ଉତ୍ତର ପ୍ରଦେଶର ଶାମଲିରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା। ବିଦ୍ୟୁତ୍‌ କର୍ମଚାରୀଙ୍କ ଚାଲାଣ କାଟିବା ପୁଲିସକୁ ମହଙ୍ଗା ପଡିଛି। ପୁଲିସକୁ ଦେଲେ ପାନେ। ଆପଣାଇଲେ ଯେସାକୁ ତେସା ନୀତି।  ଶ୍ୟାମଲିଙ୍କ ଥାନା ଭବନ ସ୍ଥିତ ପାୱାର ହାଉସରେ ପୋଷ୍ଟ ହୋଇଥିବା ଚୁକ୍ତିଭିତ୍ତିକ ଲାଇନମ୍ୟାନ୍‌ ମେହତାବଙ୍କ ଟ୍ରାଫିକ୍‌ ପୁଲିସ ଚାଲାଣ କାଟିଥିଲା। ହେଲମେଟ ପିନ୍ଧିନଥିବା ଅଭିଯୋଗରେ ମେହତାବଙ୍କ ୬ ହଜାର ଟଙ୍କାର ଫାଇନ୍‌ କାଟିଥିଲା ପୁଲିସ। ଏଥିରେ ରାଗିଯାଇ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଜଣକ ଥାନାର ବିଦ୍ୟୁତ୍‌ ଲାଇନ୍‌ କାଟି ଦେଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/Saurabh_Unmute/status/1562355058532323329?s=20&t=seV0DO-T2qdhdcdsBD0BaQ

ଚୁକ୍ତିଭିତ୍ତିକ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ କହିବା ମୁତାବକ, ତାଙ୍କ ଦରମା ହେଉଛି ୫ ହଜାର। ତାଙ୍କୁ ପୁଲିସ କିନ୍ତୁ ୬ ହଜାର ଟଙ୍କାର ଫାଇନ୍‌ ଧରାଇଛି। ସେ ନିଜ ବାଇକ୍‌ରେ ବିଦ୍ୟୁତ ଯାଞ୍ଚ ପାଇଁ ଆସୁଥିଲେ। ଏହି ସମୟରେ ସେ ହେଲମେଟ୍‌ ପିନ୍ଧିନଥିଲେ। ଅଧାବାଟରେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇଥିଲା ଓ ହେଲମେଟ୍‌ କାହିଁ ବୋଲି ପ୍ରଶ୍ନ କରିଥିଲା। ଏହାର ଉତ୍ତରରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଜଣକ ଲାଇନ୍‌ ଚେକ୍‌ କରିବାକୁ ଆସିଛି, ଆଗୁକୁ ଏଭଳି ଭୁଲ୍‌ ହେବ ନାହିଁ। ହେଲମେଟ୍‌ ବ୍ୟବହାର କରିବି ବୋଲି କହିଥିଲେ। କିନ୍ତୁ ପୁଲିସ କିଛି ଶୁଣି ନଥିଲା।

ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଲୁଟୁଛନ୍ତି। ଅଧିକ ବିଲ୍‌ ପଠାଉଛନ୍ତି। ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ନିଶ୍ଚିତ ରୂପେ ଚାଲାଣ କଟାଯିବ କହି ଟ୍ରାଫିକ୍‌ ପୁଲିସ ଜଣ ଚାଲାଣ କାଟିଥିବା ମେହତାବ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଟ୍ରାଫିକ୍‌ ପୁଲିସଙ୍କ ସାମ୍ନାରେ ଅନ୍ୟ ଲୋକମାନେ ହେଲମେଟ୍‌ ନପିନ୍ଧି ଯାଉଥିଲେ ସୁଦ୍ଧା ସେ ତାଙ୍କୁ ଛାଡି ଦେଇଥିଲେ। ପୁଲିସ ଥାନାର ବିଦ୍ୟୁତ୍‌ ବିଲ୍‌ ବକେୟା ଥିଲା। ସେମାନେ ବିଦ୍ୟୁତ୍‌ ବିଲ୍‌ ଟଙ୍କା ଭରି ନଥିଲେ। ତେଣୁ ଥାନାର ଲାଇନ୍‌ କାଟିଦେଇଥିବା ବିଦ୍ୟୁତ କର୍ମଚାରୀ ଜଣକ କହିଛନ୍ତି।

Related story