Advertisment

ମହିଳାଙ୍କୁ ମାରି ୩ ବର୍ଷ ପାଇଁ ଜେଲ ଗଲା ମେଣ୍ଢା

ନୂଆଦିଲ୍ଲା: ମହିଳାଙ୍କୁ ମାରିଦେଲା ମେଣ୍ଢା। ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ଶିଙ୍ଗରେ ଭୁଷି ହତ୍ୟା କରିବା ଅଭିଯୋଗରେ ମେଣ୍ଢାକୁ ଜେଲ୍‌ ହୋଇଛି। ତାକୁ ତିନି ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଭଳି ଏକ ରୋଚକ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଦକ୍ଷିଣ ସୁଡାନରେ। ରିପୋର୍ଟ ମୁତାବକଳ ରୁମ୍ବେକ ଇଷ୍ଟ କାଉଣ୍ଟିରେ ୪୦ ବର୍ଷୀୟ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟା ଅଭିଯୋଗରେ ଏକ ମେଣ୍ଢାକୁ ଗିରଫ କରାଯାଇଛି।ଉକ୍ତ ଅଭିଯୁକ୍ତ […]

ମହିଳାଙ୍କୁ ମାରି ୩ ବର୍ଷ ପାଇଁ ଜେଲ ଗଲା ମେଣ୍ଢା

Sheep Sentenced To Three Years In Jail

Advertisment

ନୂଆଦିଲ୍ଲା: ମହିଳାଙ୍କୁ ମାରିଦେଲା ମେଣ୍ଢା। ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ଶିଙ୍ଗରେ ଭୁଷି ହତ୍ୟା କରିବା ଅଭିଯୋଗରେ ମେଣ୍ଢାକୁ ଜେଲ୍‌ ହୋଇଛି। ତାକୁ ତିନି ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଭଳି ଏକ ରୋଚକ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଦକ୍ଷିଣ ସୁଡାନରେ।

Advertisment

ରିପୋର୍ଟ ମୁତାବକଳ ରୁମ୍ବେକ ଇଷ୍ଟ କାଉଣ୍ଟିରେ ୪୦ ବର୍ଷୀୟ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟା ଅଭିଯୋଗରେ ଏକ ମେଣ୍ଢାକୁ ଗିରଫ କରାଯାଇଛି।ଉକ୍ତ ଅଭିଯୁକ୍ତ ମେଣ୍ଢା ନିଜ ଶିଙ୍ଗରେ ପ୍ରଥମେ ମହିଳାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଏହାପରେ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡିଥିଲେ। ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ ମହିଳା ଜଣକ ଏଧିଓ ଚାମ୍ପିଂ ବୋଲି ଜଣାପଡିଛି। ହତ୍ୟାକରୀ ମେଣ୍ଢାକୁ ବର୍ତ୍ତମାନ ତିନି ବର୍ଷ ପାଇଁ ଲେକ୍ସ ଷ୍ଟେଟ୍‌ର ଏଡୁଏଲ କାଉଣ୍ଟି ମୁଖ୍ୟାଳୟର ଏକ ସୈନ୍ୟ ଶିବିରରେ ରଖାଯାଇଛି। ପୁଲିସ କହିବା ମୁତାବକ, ମେଣ୍ଢାକୁ ଗିରଫ କରି ବର୍ତ୍ତମାନ ମାଲେଙ୍ଗ ଅଗୋକ ପାୟମର ଏକ ପୁଲିସ ଷ୍ଟେସନରେ ରଖାଯାଇଛି।

Advertisment

ସେପଟେ ମହିଳାଙ୍କ ହତ୍ୟା ଅଭିଯୋଗରେ ମେଣ୍ଢାର ମାଲିକକୁ ମଧ୍ୟ ଦଣ୍ଡ ମିଳିଛି। ଜରିମାନା ବାବଦକୁ ସେ ପୀଡିତା ପରିବାରଙ୍କୁ ୫ଟି ଗାଈ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ତିନି ବର୍ଷ ପରେ ଯେତେବେଳେ ମେଣ୍ଢାଟି ଜେଲରୁ ମୁକ୍ତି ହେବେ ସେତେବେଳେ ମଧ୍ୟ ସେ ତା'ମାଲିକ ପାଖକୁ ଯାଇପାରିବ ନାହିଁ। ଜରିମାନା ବାବଦକୁ ଏହି ମେଣ୍ଢାକୁ ପୀଡିତା ପରିବାରକୁ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe