ସିରାଜଙ୍କ ‘ବୁଲେଟ୍’ ଛକା ଦେଖି ସବୁ ଅବାକ୍
ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜାରି ରହିଛି। ଏହି ମ୍ୟାଚରେ ଭାରତର ପେସ୍ ବୋଲର ମହମ୍ମଦ ସିରାଜ୍ ଭାରତୀୟ ମାଟିରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ସିରାଜ୍ ବୋଲିଂରେ ତ ସମସ୍ତଙ୍କ ମନ ଜିଣିଛନ୍ତି, କିନ୍ତୁ ଯେତେବେଳେ ତାଙ୍କୁ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳିଛି, ସେଥିରେ ମଧ୍ୟ ସେ କମାଲ୍ କରିଦେଖାଇଛନ୍ତି। ବ୍ୟାଟିଂରେ ସିରାଜ୍ ଆକର୍ଷଣୀୟ ଶଟ୍ ମାରି ଫ୍ୟାନଙ୍କୁ ଚମକାଇ ଦେଇଛନ୍ତି।
ସିରାଜ୍ ଦ୍ୱିତୀୟ ଇନିଂସରେ ୧୬ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଛକା ରହିଛି। ତେବେ ସିରାଜଙ୍କ ଦୁଇଟି ଛକା ମଧ୍ୟରୁ ଗୋଟିଏ ଛକାକୁ ବିସିସିଆଇ ‘ବୁଲେଟ୍’ ଶଟ୍ କହିଛି। କେବଳ ଏତିକି ନୁହେଁ ବିସିସିଆଇ ଏହି ଛକାର ଭିଡିଓ ମଧ୍ୟ ଶେଆର୍ କରିଛି। ଅଶ୍ୱିନ୍ ଶତକ ମାରିବା ପରେ ସିରାଜ ବଡ଼ ଶଟ୍ ଖେଳିବା ଆରମ୍ଭ କରିଥିଲେ।
Siraj's bullet six into the stands https://t.co/jh77hzaEuC via @bcci
— cricket fan (@cricketfanvideo) February 15, 2021
Siraj's bullet six into the stands
Sample that for a shot! A maximum flying off Siraj's bat got Virat Kohli animated in the dressing room.pic.twitter.com/w1oDGRvmLy
— Ammar (@its__ammar) February 15, 2021
ଭାରତୀୟ ଇନିଂସରେ ୮୩ତମ ଓଭରରେ ଜ୍ୟାକ୍ ଲିଚଙ୍କ ତୃତୀୟ ବଲକୁ ସିଧା ଲଙ୍ଗ ଅନ୍ ଆଡ଼କୁ ମାରିଥିଲେ। ଏହି ଶଟ୍ ସିରାଜଙ୍କ ବ୍ୟାଟରୁ ବାହାରିବା ପରେ ସିଧା ଷ୍ଟାଣ୍ଡରେ ଯାଇ ପଡ଼ିଥିଲା। ସିରାଜଙ୍କ ଏହି ଶଟକୁ ବିସିସିଆଇ ‘ବୁଲେଟ୍’ ଛକା ନାମରେ ନାମିତ କରିଛି। ଯାହାର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଦ୍ୱିତୀୟ ଇନିଂସରେ ସିରାଜ୍ ୨୧ ବଲରେ ୧୬ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ସିରାଜଙ୍କର ଭାରତୀୟ ମାଟିରେ ପ୍ରଥମ ଛକା ମଧ୍ୟ ଥିଲା, ଯାହାକୁ ସେ ସର୍ବଦା ମନେ ରଖିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।