/odisha-reporter/media/post_attachments/uploads/2021/02/SKEE-TH-1.jpg)
SKEE TH
ନୂଆଦିଲ୍ଲୀ: ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା। ତାହା ପୁଣି ଭାରତୀୟ ପାରଂପାରିକ ପରିପାଟୀରେ । ଧୋତି, ଶାଢ଼ୀ ପିନ୍ଧି ସ୍କି କରି ଆମେରିକାରେ ରହୁଥିବା ଭାରତୀୟ ଦଂପତି ଦିବ୍ୟ ଓ ମଧୁ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି। ଏପରି ହଟକେ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ।
[caption id="attachment_618319" align="aligncenter" width="650"]
ଭାରତୀୟ ପାରମ୍ପରିକ ପୋଷାକେ ସ୍କି କରୁଛନ୍ତି ପ୍ରବାସୀ ଭାରତୀୟ ଦମ୍ପତି।[/caption]
ଆମେରିକାରେ ରହୁଥିବା ଭାରତୀୟ ଦଂପତି ଦିବ୍ୟ ଓ ମଧୁ ମିନେସୋଟା ୱେଲ୍ଟ ଭିଲେଜ୍ରେ ଏହି ସ୍କି କରୁଛନ୍ତି । ଏହାକୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିବା ପରେ ଖୁବ୍ ପସନ୍ଦ କରୁଛନ୍ତି ୟୁଜର୍ସ । ସ୍କି କଲା ବେଳେ ସାଧାରଣତଃ ପିନ୍ଧିବାକୁ ପଡ଼େ ସ୍ୱତନ୍ତ୍ର ପୋଷାକ ଓ ସୁରକ୍ଷା ଉପକରଣ। ଦିବ୍ୟ ଓ ମଧୁ ସେସବୁ ତ ପିନ୍ଧିଛନ୍ତି, ହେଲେ ଚାପି ପାରିନାହାନ୍ତି ନିଜକୁ ଭାରତୀୟ ବୋଲି ପରିଚୟ ଦେବାର ଇଚ୍ଛାକୁ । ସେଥିପାଇଁ ଶାଢ଼ୀ ଓ ଧୋତିରେ କରିଛନ୍ତି ସ୍କି।
[caption id="attachment_618320" align="aligncenter" width="650"]
ଆମେରିକାରେ ରହୁଥିବା ଭାରତୀୟ ଦଂପତି ସ୍କି କରୁଛନ୍ତି।[/caption]
କେବଳ ଦିବ୍ୟ ଓ ମଧୁ ନୁହନ୍ତି, ଆଉ ଜଣେ ଭାରତୀୟଙ୍କ ଅଜବ ଭିଡିଓ ବି ଭାଇରାଲ୍ ହେଉଛି ସୋଶାଲ ମିଡିଆରେ । ସେ ମାଇନସ୍ ୨୦ ଡିଗ୍ରୀ ସେଲ୍ସିୟସ୍ ଭଳି ଅସହ୍ୟ ଥଣ୍ଡାରେ କରିଛନ୍ତି ଭାଙ୍ଗ୍ଡ଼ା । କାନାଡ଼ାର ଲୋକପ୍ରିୟ ଡାନ୍ସର ଗୁରଦୀପ ପନ୍ଧେର୍ କିଛି ଫ୍ରେଞ୍ଚ ସାଥୀଙ୍କ ସହ ବରଫାବୃତ ଅଞ୍ଚଳରେ ଭାଙ୍ଗ୍ଡ଼ା କରୁଥିବା ଦେଖିବାକୁ ମିଳୁଛି ।
[caption id="attachment_618322" align="aligncenter" width="650"]
ଗୁରଦୀପ କିଛି ଫ୍ରେଞ୍ଚ ସାଥୀଙ୍କ ସହ ବରଫାବୃତ ଅଞ୍ଚଳରେ ଭାଙ୍ଗ୍ଡ଼ା କରୁଛନ୍ତି।[/caption]
କାନାଡ଼ାର ୟୁକନ୍ରେ ସେମାନଙ୍କୁ ଭାଙ୍ଗ୍ଡ଼ା ଶିଖାଇଛନ୍ତି ଗୁରଦୀପ । ଏହି ଭିଡିଓ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ, ଏହାକୁ ହଲିଉଡ୍ ଷ୍ଟାର୍ ରିଆନ୍ ରିନଲ୍ଡ ଲାଇକ୍ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
