Advertisment

କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ

ଦେଶରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ଭିତରେ ଏକ ଭଲ ଖବର ହେଉଛି ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି। ଲକଡାଉନ ପରେ ଲୋକମାନେ ଘରୁ ବାହାରି ସ୍ୱାଭାବିକ ଜୀବନ ଆରମ୍ଭ କଲେଣି। ଏଣୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି। ଦୀର୍ଘ ଦିନ ଧରି ଲକଡାଉନ୍ ଲାଗି ରହିବାରୁ କଟକଣା ଦୃଷ୍ଟିରୁ ଅନେକ ବିବାହ ସ୍ଥଗିତ ରହିଯାଇଥିଲା। ଅନଲକ୍ ପରେ ଏବେ ପୁଣି ବାହାଘର ଅନୁଷ୍ଠିତ […]

ଅଦ୍ୟତନ ହୋଇଛି
କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ

viral video

Advertisment

ଦେଶରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ଭିତରେ ଏକ ଭଲ ଖବର ହେଉଛି ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି। ଲକଡାଉନ ପରେ ଲୋକମାନେ ଘରୁ ବାହାରି ସ୍ୱାଭାବିକ ଜୀବନ ଆରମ୍ଭ କଲେଣି। ଏଣୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି।

Advertisment

ଦୀର୍ଘ ଦିନ ଧରି ଲକଡାଉନ୍ ଲାଗି ରହିବାରୁ କଟକଣା ଦୃଷ୍ଟିରୁ ଅନେକ ବିବାହ ସ୍ଥଗିତ ରହିଯାଇଥିଲା। ଅନଲକ୍ ପରେ ଏବେ ପୁଣି ବାହାଘର ଅନୁଷ୍ଠିତ ହେଉଛି। ହେଲେ କରୋନା ସଂକ୍ରମଣକୁ ନେଇ ପୂରା ସତର୍କତା ପାଳନ କରାଯାଉଛି। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କନ୍ୟାଙ୍କ ହଳଦୀ ପରମ୍ପରା ଚାଲିଥିବା ଦେଖିବାକୁ ମିଳିଛି।

ଭିଡିଓରେ ବିବାହ ହେବାକୁ ଥିବା କନ୍ୟାଙ୍କ ହଳଦୀ ରସମ୍ ଚାଲିଥିବା ଦେଖିବାକୁ ମିଳିଛି। ହେଲେ ସବୁଠାରୁ ମଜାର ବିଷୟ ହେଲା, କନ୍ୟାଙ୍କୁ ପେଣ୍ଟ ରୋଲର୍ ବ୍ରଶ୍ ଜରିଆରେ ହଳଦୀ ଲଗାଯାଉଛି। ଜଣେ ମହିଳା ରୋଲର୍ ବ୍ରଶ୍ ହଳଦୀ ବଟାରେ ବୁଡ଼ାଇ ଶାରୀରିକ ଦୂରତ୍ୱ ବଜାୟ ରଖି କନ୍ୟାଙ୍କୁ ହଳଦୀ ଲଗାଇ ଦେଉଛନ୍ତି। ଟିକେ ନଜର ପକାନ୍ତୁ...

Advertisment

ଏଭଳି ମଜାଦାର ଭିଡିଓ ସେପ୍ଟେମ୍ବର 26ରେ ସୋଶାଲ ମିଡିଆରେ ଶେୟାର କରାଯାଉଛି। ଏହା ଏବେ ଭାଇରାଲ ହେବା ସହ ହଜାର ହଜାର ଲାଇକ, କମେଣ୍ଟ ଆଉ ଶେୟାର କରାଗଲାଣି।

Viral Video Social Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe