Advertisment

ଲୋକସଂଖ୍ୟା ବଢ଼ାଇଲେ ମିଳିବ ମାଗଣାରେ ଜମି!

କାନ୍‌ବେରା: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାରତ ସମେତ ଅନେକ ଦେଶ କେତେ କଣ କଠୋର ନିୟମ କରୁଛନ୍ତି। ହେଲେ ଏ ଭୂଖଣ୍ଡରେ ଏମିତି କିଛି ଦେଶ ରହିଛି, ଯେଉଁଠି ଜନସଂଖ୍ୟା ବୃଦ୍ଧି ପାଇଁ ଦିଆଯାଉଛି ମାଗଣାରେ ଜମି ଅଫର। ଏପରି ଅଫର ଭାରତରେ ନୁହେଁ, ଅଷ୍ଟ୍ରେଲିଆର କ୍ୱିଲ୍‌ପି ସହରରେ ଦିଆଯାଉଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ସର୍ତ୍ତକଥା ପଛରେ ପକାନ୍ତୁ। ପ୍ରଥମେ ଆସନ୍ତୁ ନଜର ପକାଇବା କ୍ୱିଲ୍‌ପି ସହର ବିଷୟରେ। ଏହି ସହରରେ ଜନସଂଖ୍ୟା ବହୁତ […]

author-image
Manoranjan Sial
ଲୋକସଂଖ୍ୟା ବଢ଼ାଇଲେ ମିଳିବ ମାଗଣାରେ ଜମି!

Viral Australian

କାନ୍‌ବେରା: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାରତ ସମେତ ଅନେକ ଦେଶ କେତେ କଣ କଠୋର ନିୟମ କରୁଛନ୍ତି। ହେଲେ ଏ ଭୂଖଣ୍ଡରେ ଏମିତି କିଛି ଦେଶ ରହିଛି, ଯେଉଁଠି ଜନସଂଖ୍ୟା ବୃଦ୍ଧି ପାଇଁ ଦିଆଯାଉଛି ମାଗଣାରେ ଜମି ଅଫର। ଏପରି ଅଫର ଭାରତରେ ନୁହେଁ, ଅଷ୍ଟ୍ରେଲିଆର କ୍ୱିଲ୍‌ପି ସହରରେ ଦିଆଯାଉଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି।

Advertisment

ସର୍ତ୍ତକଥା ପଛରେ ପକାନ୍ତୁ। ପ୍ରଥମେ ଆସନ୍ତୁ ନଜର ପକାଇବା କ୍ୱିଲ୍‌ପି ସହର ବିଷୟରେ। ଏହି ସହରରେ ଜନସଂଖ୍ୟା ବହୁତ କମ୍‌। ଅର୍ଥାତ ଏଠାରେ ମାତ୍ର ୮୦୦ ଲୋକ ରହୁଛନ୍ତି। ଯେଉଁଥିପାଇଁ ପଶୁ ଓ ମେଣ୍ଢା ପାଳନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ନିଯୁକ୍ତି ସୁଯୋଗ ପୂରଣ ହୋଇପାରୁ ନାହିଁ। ଜନସଂଖ୍ୟା କମ୍‌ ଯୋଗୁ ଏପରି ସମସ୍ୟା ଉପୁଜୁଛି। ତେଣୁ ଜନସଂଖ୍ୟା ବୃଦ୍ଧି ପାଇଁ ମାଗଣା ଜମିର ଅଫର ଦେବାକୁ ଘୋଷଣା କରିଥିଲା କ୍ୱିଲ୍‌ପି ସିଟି କାଉନ୍‌ସିଲ।

ସିଟି କାଉନ୍‌ସିଲର ଏହି ଘୋଷଣା ପରେ ଲୋକମାନେ ଲୋଭରେ ପଡ଼ି ଜମି ହାତେଇବା ପାଇଁ ଆଗେଇ ଆସିବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଘୋଷଣାର ଦୁଇ ସପ୍ତାହ ଭିତରେ ପୂରା ଅଷ୍ଟ୍ରେଲିଆ ମହାଦେଶ ଓ ବିଦେଶରୁ ପାଖାପାଖି ୨୫୦ ଲୋକ ମାଗଣା ଜମି ସମ୍ପର୍କରେ ତଥ୍ୟ ନେଇଥିଲେ।କ୍ୱିଲ୍‌ପି ସିଟି କାଉନ୍‌ସିଲର ଅଧିକାରୀଙ୍କ କହିବା ଅନୁସାରେ ମାଗଣା ଜମି ପାଇବା ପାଇଁ ବ୍ରିଟେନ୍‌, ଭାରତ, ହଂକଂ, ନ୍ୟୁଜିଲାଣ୍ଡର ଲୋକମାନେ ତଥ୍ୟ ସଂଗ୍ରହ କରିଥିଲେ।

Advertisment

ମାଗଣାରେ ଜମି ପାଇବା ପାଇଁ କ୍ୱିଲ୍‌ପି ସିଟି କାଉନ୍‌ସିଲ ଏକ ସର୍ତ୍ତ ରଖିଥିଲା। ସର୍ତ୍ତ ଅନୁସାରେ ମାଗଣା ଜମି ପାଇଁ ଆବେଦନ କରିଥିବା ବ୍ୟକ୍ତିମାନେ ଅଷ୍ଟ୍ରେଲିଆର ସ୍ଥାୟୀ ନାଗରିକ ହେବା ଆବଶ୍ୟକ।