କ୍ୟାନ୍‌ସର ପୀଡିତ ବାପାକୁ ଲଣ୍ଡା କଲେ, ନିଜେ ବି ହେଲେ

ନୂଆଦିଲ୍ଲୀ: କ୍ୟାନ୍‌ସର, ଏହି ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ। ଏହା କେତେ ଯେ ମାରାତ୍ମକ, ଯିଏ ଭୋଗିଛି ସିଏ ଜାଣିଛି। ଏହା ଏକ ଏଭଳି ରୋଗ ଯେଉଁଥିରେ କେବଳ ରୋଗୀ ନୁହନ୍ତି, ତାଙ୍କର ପୂରା ପରିବାର ମଧ୍ୟ କଷ୍ଟ ପାଆନ୍ତି। କେମୋଥେରାପି ଏବଂ ରେଡିଏସନ୍‌ ଭଳି ବହୁ କଷ୍ଟ ଟ୍ରିଟମେଣ୍ଟ ଦେଇ ରୋଗୀକୁ ଗତି କରିବାକୁ ପଡେ। ଏହି ଚିକିତ୍ସାରେ କ୍ୟାନ୍‌ସର ରୋଗୀଙ୍କ ଶରୀର ଅତ୍ୟନ୍ତ ଦର୍ବଳ ହୋଇଯାଏ। କଠିନ କେମୋଥେରାପି ଯୋଗୁଁ ରୋଗୀଙ୍କ […]

battling cancer

Madhupriya Mistry
  • Published: Thursday, 23 September 2021
  • , Updated: 23 September 2021, 01:58 PM IST

ନୂଆଦିଲ୍ଲୀ: କ୍ୟାନ୍‌ସର, ଏହି ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ। ଏହା କେତେ ଯେ ମାରାତ୍ମକ, ଯିଏ ଭୋଗିଛି ସିଏ ଜାଣିଛି। ଏହା ଏକ ଏଭଳି ରୋଗ ଯେଉଁଥିରେ କେବଳ ରୋଗୀ ନୁହନ୍ତି, ତାଙ୍କର ପୂରା ପରିବାର ମଧ୍ୟ କଷ୍ଟ ପାଆନ୍ତି। କେମୋଥେରାପି ଏବଂ ରେଡିଏସନ୍‌ ଭଳି ବହୁ କଷ୍ଟ ଟ୍ରିଟମେଣ୍ଟ ଦେଇ ରୋଗୀକୁ ଗତି କରିବାକୁ ପଡେ। ଏହି ଚିକିତ୍ସାରେ କ୍ୟାନ୍‌ସର ରୋଗୀଙ୍କ ଶରୀର ଅତ୍ୟନ୍ତ ଦର୍ବଳ ହୋଇଯାଏ। କଠିନ କେମୋଥେରାପି ଯୋଗୁଁ ରୋଗୀଙ୍କ ଚେହେରା ବଦଳିଯିବା ସହ ତାଙ୍କ କେଶ ମଧ୍ୟ ଝଡିଯାଏ।

କେଶ ହରାଇବା ବେଳେବେଳେ ରୋଗୀଙ୍କ ଉପରେ ମାନସିକ ଚାପ ପକାଇଥାଏ। କ୍ୟାନ୍‌ସର ରୋଗୀକୁ ଖୁସି କରାଇବା ତଥା ମାନସିକ ଚାପରୁ ଦୂରେଇ ରଖିବା ପାଇଁ ତାଙ୍କ ପରିବାର ସଦସ୍ୟ ହୁଅନ୍ତୁ ଅବା କୌଣସି ବନ୍ଧୁ, ତାଙ୍କୁ କ୍ୟାନ୍‌ସର ସହ ଲଢ଼ିବା ପାଇଁ ଶକ୍ତି ଦିଅନ୍ତି। ରୋଗୀଙ୍କ କେଶ ଝଡୁଥିବା ଦେଖି, ତାଙ୍କୁ ଦୁଃଖ ଅନୁଭବ ନ କରାଇବା ପାଇଁ ନିଜେ ମଧ୍ୟ ଲଣ୍ଡା ହୋଇଯା'ନ୍ତି। ନିକଟରେ ଏଭଳି ହିଁ ଏକ ପ୍ରେରଣାଦାୟକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହିପରି ଏକ ଘଟଣାକ୍ରମରେ କ୍ୟାନ୍‌ସର ପୀଡିତ ବାପାଙ୍କ ପାଇଁ ଲଣ୍ଡା ହୋଇଛି ପୁଅ। ନିଜ ବାପାକୁ ଲଣ୍ଡା କରିବା ସହ ନିଜେ ମଧ୍ୟ ନିଜର କେଶ କାଟିଦେଇଛି। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ପ୍ରଥମେ ବାପାଙ୍କୁ ଟ୍ରିମରରେ ଲଣ୍ଡା କରୁଛି ପୁଅ। ଏହାପରେ ସେ ମଧ୍ୟ ନିଜେ ଲଣ୍ଡା ହୋଇଯାଉଛି। ଏକ କପଡା ଉପରେ କ୍ୟାନ୍‌ସର ପୀଡିତ ବାପା ନିଜ କଟା ଚୁଟିଗୁଡିକୁ ଦେଖି ଦୁଃଖିତ ହୋଇଯାଉଛନ୍ତି। ଏହାପରେ କଳା ରଙ୍ଗର କଟା କେଶ ପଡୁଥିବା ଦେଖ, ନିଜ ପୁଅକୁ ଦେଖିବା ପାଇଁ ପଛକୁ ବୁଲିପଡୁଛନ୍ତି। ପୁଅକୁ ମଧ୍ୟ ଲଣ୍ଡା ହେଉଥିବା ଦେଖି କ୍ୟାନ୍‌ସର ପୀଡିତ ବାପା ଜଣକ ନିଜ ଆଖିରୁ ଆଉ ଲୁହକୁ ଅଟକାଇ ପାରୁନାହାନ୍ତି। ପରେ ଉଭୟ ବାପା ପୁଅ ଭାବୁକ ହୋଇପଡୁଛନ୍ତି। ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗୁଛନ୍ତି।

ଏହି ସମସ୍ତ ଘଟଣାର ଭିଡିଓକୁ ଉକ୍ତ ପୁଅ ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଏହାକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, 'ଆପଣ ଜଣେ ମୋର ଅଦ୍ଭୁତ ବାପା ହୋଇଥିବାରୁ ଧନ୍ୟବାଦ। ବାପା ଯେପରି ପୁଅ ମଧ୍ୟ ସେପରି। ବର୍ତ୍ତମାନ ଆମେ ଦୁହେଁ ଏକାଭଳି, ଦୁଇ ଜଣ ହ୍ୟାଣ୍ଡସମ୍‌ ବ୍ୟକ୍ତି।'

ଏହି ଭିଡିଓଟି ଭାଇରାଲ ହେବା ସହ ସୋଶାଲ ମଡିଆରେ ଅନେକ ୟୁଜର୍ସଙ୍କୁ ଭାବୁକ କରିଦେଇଛି। ଏହ ଦେଖି ଅନେକଙ୍କ ଆଖିରୁ ଲୁହ ମଧ୍ୟ ଝରି ଆସିଛି।  ଜଣେ ୟୁଜର୍ସ କ୍ୟାନ୍‌ସର ପୀଡିତ ରୋଗୀଙ୍କୁ ଲଢ଼ିବା ପାଇଁ ସାହାସ ଦେବାକୁ ପୁଅଙ୍କ ଏଭଳି କାରନାମା ଦେଖି ଚକିତ ହୋଇପଡିଛନ୍ତି। ଆଉ ଜଣେ ୟୁଜର୍ସ 'ଦୁଇ ଜଣ ଅଦ୍ଭୁତ ବ୍ୟକ୍ତି' ବୋଲି କମେଣ୍ଟ ଦେଇଛନ୍ତି। ଭିଡିଓଟିକୁ ବର୍ତ୍ତମାନ ଯାଏଁ ୨୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

https://twitter.com/GoodNewsCorres1/status/1440076918255067147?s=20

Related story