Advertisment

ମା’କୁ ହାଣି ଖଣ୍ଡ ଖଣ୍ଡ କରି ଖାଇଥିଲା ପୁଅ, ମିଳିଲା ୧୫ ବର୍ଷର ଜେଲ୍

ସ୍ପେନର ଜଣେ ବ୍ୟକ୍ତିକୁ ନିଜ ମା’ର ହତ୍ୟା କରିବା ଏବଂ ମୃତଦେହକୁ ଖାଇବା ମାମଲାରେ ୧୫ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି। ରିପୋର୍ଟ ମୁତାବକ, ୨୮ ବର୍ଷୀୟ ଆଲବର୍ଟୋ ସାଞ୍ଚେଜ୍ ଗୋମେଜଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା। ସେତେବେଳେ ପୁଲିସକୁ ଘର ଆଖାପାଖ ଏବଂ ପ୍ଲାଷ୍ଟିକ କଣ୍ଟେନସରୁ ମୃତଦେହର କିଛି ଖଣ୍ଡ ମିଳିଥିଲା। ସୂଚନା ଅନୁଯାୟୀ, ଆଲବର୍ଟୋ ନିଜ ମା’ ସହ ଭେଣ୍ଟର୍ସର ମାଡ୍ରିଡରେ ରହୁଥିଲା । କିନ୍ତୁ ୨୦୧୯ ମସିହା ଫେବୃଆରୀ ମାସର ଏକ ରାତିରେ ୬୬ […]

ଅଦ୍ୟତନ ହୋଇଛି
ମା’କୁ ହାଣି ଖଣ୍ଡ ଖଣ୍ଡ କରି ଖାଇଥିଲା ପୁଅ, ମିଳିଲା ୧୫ ବର୍ଷର ଜେଲ୍

alberto

Advertisment

ସ୍ପେନର ଜଣେ ବ୍ୟକ୍ତିକୁ ନିଜ ମା’ର ହତ୍ୟା କରିବା ଏବଂ ମୃତଦେହକୁ ଖାଇବା ମାମଲାରେ ୧୫ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି। ରିପୋର୍ଟ ମୁତାବକ, ୨୮ ବର୍ଷୀୟ ଆଲବର୍ଟୋ ସାଞ୍ଚେଜ୍ ଗୋମେଜଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା। ସେତେବେଳେ ପୁଲିସକୁ ଘର ଆଖାପାଖ ଏବଂ ପ୍ଲାଷ୍ଟିକ କଣ୍ଟେନସରୁ ମୃତଦେହର କିଛି ଖଣ୍ଡ ମିଳିଥିଲା।

Advertisment

ସୂଚନା ଅନୁଯାୟୀ, ଆଲବର୍ଟୋ ନିଜ ମା’ ସହ ଭେଣ୍ଟର୍ସର ମାଡ୍ରିଡରେ ରହୁଥିଲା । କିନ୍ତୁ ୨୦୧୯ ମସିହା ଫେବୃଆରୀ ମାସର ଏକ ରାତିରେ ୬୬ ବର୍ଷୀୟ ମା’ ସହ ଆଲବର୍ଟର ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ରାଗରେ ଆଲବର୍ଟୋ ନିଜ ମା’ର ଗଳା କାଟି ହତ୍ୟା କରିଥିଲା।

ମାରିଆ ସୋଲେଦାଦ୍ ଗୋମେଜ୍ (ଆଲବର୍ଟର ମା’)ଙ୍କର ହଠାତ୍ ଗାୟବ ହେବା ନେଇ ତାଙ୍କର ଜଣେ ବନ୍ଧୁଙ୍କୁ ଚିନ୍ତା ହୋଇଥିଲା। ଯାହା ପରେ ମାରିଆଙ୍କ ବନ୍ଧୁ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଛାନଭିନ୍ କରି ମାରିଆଙ୍କ ଘରେ ପହଞ୍ଚିଥିଲା ଏବଂ ସେଠାକାର ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲା। ଘର ଆଖପାଖ ଏବଂ ପ୍ଲାଷ୍ଟିକ କଣ୍ଟେନରରେ ଶବର କିଛି ଖଣ୍ଡ ପୁଲିସ୍ ଜବତ କରିଥିଲା, ଯାହା ପରେ ଏହି ମାମଲାରେ ଆଲବର୍ଟୋକୁ ଗିରଫ କରାଯାଇଥିଲା ।

Advertisment

ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ଆଲବର୍ଟୋ ୨୬ ବର୍ଷର ଥିଲା। ମା’ର ହତ୍ୟା କରିବା ପରେ ସେ ଦୁଇ ସପ୍ତାହ ଧରି ମୃତଦେହର କିଛି ଭାଗକୁ ଖଣ୍ଡ ଖଣ୍ଡ କରି କାଟି ଖାଇ ଯାଇଥିଲା। ଏହାସହ କିଛି ଅଂଶକୁ ନିଜ କୁକୁରକୁ ଖାଇବାକୁ ଦେଇଥିଲା। ତେବେ କୋର୍ଟରେ ଆଲବର୍ଟୋ ଯେତେବେଳେ ନିଜକୁ ବଞ୍ଚାଇବା ପାଇଁ କହିଥିଲା ଯେ ହତ୍ୟା ବେଳେ ତା’ର ମାନସିକ ସ୍ଥିତି ଠିକ୍ ନଥିଲା, କୋର୍ଟ ଏହି ବିତର୍କକୁ ଖାରଜ କରିଦେଇଥିଲେ ।

ଏବେ ଆଲବର୍ଟୋକୁ ହତ୍ୟା ମାମଲାରେ ୧୫ ବର୍ଷ ଓ ମୃତଦେହ ସହ ଅମାନବୀୟ ବ୍ୟବହାର ପାଇଁ ୫ ମାସର ଅତିରିକ୍ତି ଦଣ୍ଡବିଧାନ ମିଳିଛି। ଏହାସହ ତା’ ଭାଇକୁ କ୍ଷତିପୂରଣ ବାବଦରେ ୫୩ ଲକ୍ଷ ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe