Advertisment

ମନ ଛୁଇଁଲା ଭଳି ଭିଡିଓ ଶେଆର୍ କଲେ ସଚିନ୍ ତେନ୍ଦୁଲକର୍

ନୂଆଦିଲ୍ଲୀ: ମହାନ କ୍ରିକେଟର ସଚିନ୍ ତେନ୍ଦୁଲକର ଅଧିକାଂଶ ସମୟରେ ସୋଶାଲ ମିଡିଆରେ ପ୍ରେରଣାଦାୟକ ପୋଷ୍ଟ କରନ୍ତି, ଯାହାକୁ ତାଙ୍କର ଫ୍ୟାନ୍ ଖୁବ୍ ପସନ୍ଦ କରନ୍ତି। ତାଙ୍କର ଏହିସବୁ ପୋଷ୍ଟ ଲୋକଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ମଧ୍ୟ ଦେଇଥାଏ। ସୋମବାର ସଚିନ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଦିବ୍ୟାଙ୍ଗ ନିଜ ଗୋଡ଼ରେ କ୍ୟାରମ୍ ଖେଳୁଛନ୍ତି। ସଚିନ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଏ ହେଉଛନ୍ତି ହର୍ଷଦ ଗୋଥଙ୍କର, ଯିଏ ନିଜ […]

ଅଦ୍ୟତନ ହୋଇଛି
ମନ ଛୁଇଁଲା ଭଳି ଭିଡିଓ ଶେଆର୍ କଲେ ସଚିନ୍ ତେନ୍ଦୁଲକର୍

sachin-tendulkar

Advertisment

ନୂଆଦିଲ୍ଲୀ: ମହାନ କ୍ରିକେଟର ସଚିନ୍ ତେନ୍ଦୁଲକର ଅଧିକାଂଶ ସମୟରେ ସୋଶାଲ ମିଡିଆରେ ପ୍ରେରଣାଦାୟକ ପୋଷ୍ଟ କରନ୍ତି, ଯାହାକୁ ତାଙ୍କର ଫ୍ୟାନ୍ ଖୁବ୍ ପସନ୍ଦ କରନ୍ତି। ତାଙ୍କର ଏହିସବୁ ପୋଷ୍ଟ ଲୋକଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ମଧ୍ୟ ଦେଇଥାଏ। ସୋମବାର ସଚିନ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଦିବ୍ୟାଙ୍ଗ ନିଜ ଗୋଡ଼ରେ କ୍ୟାରମ୍ ଖେଳୁଛନ୍ତି।

Advertisment

ସଚିନ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଏ ହେଉଛନ୍ତି ହର୍ଷଦ ଗୋଥଙ୍କର, ଯିଏ ନିଜ ଆଦର୍ଶ ଉକ୍ତିରେ 'ଆଇ-ଏମ୍-ପସିବଲ' ଅର୍ଥାତ୍ 'ନିଜକୁ ସମ୍ଭବ' ବୋଲି ବାଛିଛନ୍ତି। ସଚିନ ସେହି ବ୍ୟକ୍ତିଙ୍କ ପରିଚୟ ସାର୍ବଜନୀନ କରିଛନ୍ତି, ଯିଏ ନିଜ ସାଙ୍ଗମାନଙ୍କ ସହ ଗୋଟିଏ ରୁମରେ କ୍ୟାରମ୍ ଖେଳୁଛନ୍ତି।

https://twitter.com/sachin_rt/status/1419597276465434627?s=20

ସଚିନ ନିଜ ପୋଷ୍ଟରେ ଯେଉଁ ବାର୍ତ୍ତା ଲେଖିଛନ୍ତି, ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସଚିନ୍ ଲେଖିଛନ୍ତି, ଅସମ୍ଭବ ଓ ସମ୍ଭବ ମଧ୍ୟରେ ପାର୍ଥକ୍ୟ ଜଣଙ୍କ ଦୃଢ଼ ସଂକଳ୍ପ ମଧ୍ୟରେ ନିହିତ। ହର୍ଷଦଙ୍କ ପ୍ରଶଂସା କରି ସଚିନ କହିଛନ୍ତି, ଜିନିଷଗୁଡିକୁ ସମ୍ଭବ କରିବାର ଉପାୟ ଖୋଜିବା ପାଇଁ ତାଙ୍କର ଏହି ପ୍ରେରଣାକୁ ଭଲ ପାଅ, ଯାହାକି ଆମେ ସମସ୍ତେ ତାଙ୍କଠାରୁ ଶିଖିପାରିବା।

Advertisment

ସଚିନଙ୍କ ଦ୍ୱାରା ଶେଆର୍ କରାଯାଇଥିବା ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯୭ହଜାରୁ ଅଧିକ ଲୋକେ ଦେଖି ସାରିଲେଣି। ଲୋକେ ମଧ୍ୟ ଏହି ବ୍ୟକ୍ତିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି ଏବଂ କମେଣ୍ଟ ମଧ୍ୟ ଦେଉଛନ୍ତି।

ଜଣେ ୟୁଜର କହିଛନ୍ତି, ଚମତ୍କାର। ଏହା ପ୍ରମାଣ କରିଛି ଯେ କେବଳ ପ୍ରତିଭା ହିଁ ଅସାଧାରଣ ସୃଜନ ସୃଷ୍ଟି କରିପାରିବ ନାହିଁ। ଅସାଧାରଣ ହେବା ପାଁଇ ଅଭ୍ୟାସରେ ଲଗାତର କଠିନ ପରିଶ୍ରମ ଏବଂ ନିଜକୁ ଉନ୍ନତ କରିବା ପାଇଁ ଇଚ୍ଛାଶକ୍ତି ଆବଶ୍ୟକ।

Sachin Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe