Advertisment

ରାସ୍ତା ମଝିରେ ଚାଲିଥିଲା ମାର୍‌ପିଟ୍‌, ଚଢ଼ିଗଲା କାର୍‌

ନୂଆଦିଲ୍ଲୀ: ରାସ୍ତା ମଝିରେ ଚାଲିଥିଲା ମାର୍‌ପିଟ୍‌। କେହି କାହାକୁ ଛାଡିବାକୁ ନାରାଜା। ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଏତିକି ବେଳେ ହଠାତ୍‌ ଚଢ଼ିଗଲା କାର୍‌। ଏଭଳି କିଛି ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଗାଜିଆବାଦ୍‌ରୁ। ଗାଜିଆବାଦର ମସୁରି ଅଞ୍ଚଳରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପରିକି ରାସ୍ତା ମଝିକୁ ଆସିଛି ଛାତ୍ରମାନେ ପରସ୍ପର ସହ ମାରପିଟ୍‌ କରିଥିଲେ। ଏତିକି ବେଳେ ଦୁଇ ଛାତ୍ର ବିଚ୍‌ରାସ୍ତାରେ ଠିଆ ହୋଇ ଝଗଡା ଲାଗୁଥିବା ବେଳେ ହଠାତ୍‌ ଏକ […]

ରାସ୍ତା ମଝିରେ ଚାଲିଥିଲା ମାର୍‌ପିଟ୍‌, ଚଢ଼ିଗଲା କାର୍‌

car-crushed-two-youth

Advertisment

ନୂଆଦିଲ୍ଲୀ: ରାସ୍ତା ମଝିରେ ଚାଲିଥିଲା ମାର୍‌ପିଟ୍‌। କେହି କାହାକୁ ଛାଡିବାକୁ ନାରାଜା। ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଏତିକି ବେଳେ ହଠାତ୍‌ ଚଢ଼ିଗଲା କାର୍‌। ଏଭଳି କିଛି ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଗାଜିଆବାଦ୍‌ରୁ।

Advertisment

ଗାଜିଆବାଦର ମସୁରି ଅଞ୍ଚଳରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପରିକି ରାସ୍ତା ମଝିକୁ ଆସିଛି ଛାତ୍ରମାନେ ପରସ୍ପର ସହ ମାରପିଟ୍‌ କରିଥିଲେ। ଏତିକି ବେଳେ ଦୁଇ ଛାତ୍ର ବିଚ୍‌ରାସ୍ତାରେ ଠିଆ ହୋଇ ଝଗଡା ଲାଗୁଥିବା ବେଳେ ହଠାତ୍‌ ଏକ କାର୍‌ ଜୋର୍‌ରେ ଆସି ତାଙ୍କ ଉପରେ ଚଢ଼ି ଯାଇଥିଲା। କାର୍‌ ଧକ୍କା ଖାଇ ଛାତ୍ର ଜଣକ କିଛି ଦୂରରେ ଯାଇ ଛିଟିକି ପଡିଥିଲେ। ସେହି ସମୟରେ ଅନ୍ୟ ଛାତ୍ର ଜଣକ ଆସି ପୁଣି ଥରେ ଉକ୍ତ ଛାତ୍ରଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି।

https://twitter.com/IndianExpress/status/1572900574705905664?s=20&t=_Mpm6MQJye6OLzkU2j9J2w

Advertisment

କୁହାଯାଉଛି ଯେ, ଏହି ଯୁବକମାନେ ଏକ ଘରୋଇ କଲେଜର ଛାତ୍ର ଅଟନ୍ତି। ଏମାନଙ୍କ ଭିତରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ଛାତ୍ରଙ୍କୁ ଧକ୍କା ଦେଇଥିଲା। ତେବେ କାର୍‌ଟି ଉଦ୍ଦେଶ୍ୟମୂଳକ ଭାବେ ଏହି ଧକ୍କା କରିଥିବା ଅନୁମାନ କରାଯାଉଛି। ସେପଟେ କିଛି ସମୟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାତ୍ରମାନେ ସେଠାରୁ ଦୌଡି ପଳାଇଥିଲେ।

ଘଟଣାଟି ବୁଧବାର ଦିନର ବୋଲି ସୂଚନା ରହିଛି। ଗାଜିଆବାଦ୍‌ ଥାନାର ମସୁରୀ ଅଞ୍ଚଳରେ କଲେଜର ବିବିଏ ଓ ବିସିଏ ଛାତ୍ରଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ସେମାନେ ରାସ୍ତା ମଝିରେ ମାଡ଼ଗୋଳ ଲାଗୁଥିଲେ। ଦୁଇ ଦଳ ମଧ୍ୟରେ ମାଡ଼ଗୋଳ ହେଉଥିବା ବେଳେ କାର୍‌ଟି ଆସିଥିବାର ଦେଖି କିଛି ଛାତ୍ର ସେଠାରୁ ପଳାଇଥିଲେ। ମାତ୍ର ଯେଉଁ ୨ ଛାତ୍ର ସେଠାରେ ଉପସ୍ଥିତ ରହିଥିଲେ ସେମାନଙ୍କ ଉପରେ କାର୍‌ଟି ମାଡ଼ି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ମାମଲାରେ କିଛି ଛାତ୍ରଙ୍କୁ ଅଟକ ରଖାଯାଇଥିବା ପୁଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe