ବାୟା କରୁଛି 'ଡାଲଗୋନା କ୍ୟାଣ୍ଡି'

ନୂଆଦିଲ୍ଲୀ: ବାୟା କରୁଛି ଡାଲଗୋନା କ୍ୟାଣ୍ଡି। ଚାରିଆଡେ ଏହି କ୍ୟାଣ୍ଡିକୁ ନେଇ ଚାଲିଛି ଚର୍ଚ୍ଚା। ମୋବାଇଲରୁ ବାହାରି ଏବେ ସଡକ ଉପରୁ ଉଠି ଆସିଛି ଏହି ‘ଡାଲଗୋନା କ୍ୟାଣ୍ଡି’। ଦୋକାନରେ ଏହି କ୍ୟାଣ୍ଡିକୁ ନେଇ ଏବେ ଜମୁଛି ଭିଡ। ପ୍ରକୃତରେ ଦକ୍ଷିଣ କୋରିଆ ସିରିଜ ‘ସ୍କ୍ୱିଡ ଗେମ୍‌’ ସମଗ୍ର ବିଶ୍ୱରେ ଲୋକଙ୍କୁ ପାଗଳ କରିଦେଇଛି। ଏହି ସିରିଜରେ ୬ଟି ଖେଳ ଅଛି, ଯେଉଁଥିରୁ ସବୁଠାରୁ ଲୋକପ୍ରିୟ ହେଉଛି ‘ଡାଲଗୋନା କ୍ୟାଣ୍ଡି ଖେଳ। ଯଦି ଆପଣ ଏହି ସିରିଜ୍ […]

Dalgona-candy

Madhupriya Mistry
  • Published: Tuesday, 19 October 2021
  • , Updated: 19 October 2021, 12:58 PM IST

ନୂଆଦିଲ୍ଲୀ: ବାୟା କରୁଛି ଡାଲଗୋନା କ୍ୟାଣ୍ଡି। ଚାରିଆଡେ ଏହି କ୍ୟାଣ୍ଡିକୁ ନେଇ ଚାଲିଛି ଚର୍ଚ୍ଚା। ମୋବାଇଲରୁ ବାହାରି ଏବେ ସଡକ ଉପରୁ ଉଠି ଆସିଛି ଏହି 'ଡାଲଗୋନା କ୍ୟାଣ୍ଡି'। ଦୋକାନରେ ଏହି କ୍ୟାଣ୍ଡିକୁ ନେଇ ଏବେ ଜମୁଛି ଭିଡ।

ପ୍ରକୃତରେ ଦକ୍ଷିଣ କୋରିଆ ସିରିଜ 'ସ୍କ୍ୱିଡ ଗେମ୍‌' ସମଗ୍ର ବିଶ୍ୱରେ ଲୋକଙ୍କୁ ପାଗଳ କରିଦେଇଛି। ଏହି ସିରିଜରେ ୬ଟି ଖେଳ ଅଛି, ଯେଉଁଥିରୁ ସବୁଠାରୁ ଲୋକପ୍ରିୟ ହେଉଛି 'ଡାଲଗୋନା କ୍ୟାଣ୍ଡି ଖେଳ। ଯଦି ଆପଣ ଏହି ସିରିଜ୍ ଦେଖିଥିବେ, ତେବେ ଏହି କୋରିଆର କ୍ୟାଣ୍ଡ ଖେଳକୁ ସିରିଜର କଠିନ ଖେଳ ବୋଲି କହିବା ଭୁଲ୍ ହେବ ନାହିଁ। ଏବେ ଏହି କ୍ୟାଣ୍ଡିର କ୍ରେଜ ରାସ୍ତା ଉପରକୁ ଆସିଛି।

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ରାସ୍ତାଘାଟରେ ଡାଲଗୋନା କ୍ୟାଣ୍ଡି ବିକ୍ରି ହେଉଛି। 'ସ୍କ୍ୱିଡ ଗେମ୍‌'ରୁ ପ୍ରେରିତ ହୋଇ ଏହି କ୍ୟାଣ୍ଡିକୁ ଏବେ ଜୋରସୋରରେ ତିଆରି କରାଯାଇଛି।  ଚିନି ଏବଂ ବେକିଂ ସୋଡା ଦ୍ୱାରା ନିର୍ମିତ ଏହି ମିଠା ଚକୋଲେଟ ବା କ୍ୟାଣ୍ଡିକୁ ବିଭିନ୍ନ ପ୍ରକାରର ଆକୃତି ରହିଛି, ଯାହା ଲୋକଙ୍କ ସ୍ୱାଦକୁ ଦ୍ୱିଗୁଣିତ କରିଛି। କୋରିଆର ଡାଲଗୋନା କ୍ୟାଣ୍ଡି କେବଳ ଲମ୍ବା କିମ୍ବା ଗୋଲକାର ଆକୃତି ମଧ୍ୟରେ ସୀମିତ ନୁହେଁ, କ୍ୟାଣ୍ଡିକୁ କଙ୍କାଳ ପରି କଠିନ ଆକୃତି ମଧ୍ୟ ଦିଆଯାଇଛି।

ଜଣେ ଦୋକାନୀଙ୍କ କହିବା ମୁତାବକ, ଗତ ୪ ସପ୍ତାହ ହେଲା ତାଙ୍କୁ ଦିନେ ବି ଛୁଟି ମିଳିନି। ପ୍ରବଳ ସଂଖ୍ୟାରେ ଲୋକେ ତାଙ୍କ ଦୋକାନକୁ ଆସୁଛନ୍ତି। ବେଳେବେଳେ ଦିନରେ ଏକଥାତରେ ୩୦୦ରୁ ଅଧିକ ଗ୍ରାହକ ଆସି ଏହି କ୍ୟାଣ୍ଡି କିଣିବାକୁ ଭିଡ ଜମାଉଛନ୍ତି। ପୂର୍ବରୁ ମଧ୍ୟ ଏହି ମିଠା କ୍ୟାଣ୍ଡି ୧୯୭୦ ରୁ ୧୯୯୦ ଦଶକ ମଧ୍ୟରେ କୋରିଆର ଏକ ଲୋକପ୍ରିୟ ଚକୋଲେଟ ଥିଲା।

 

View this post on Instagram

 

A post shared by 🇿🇦🇰🇷𝔽𝕝𝕠𝕨𝕖𝕣 𝕥𝕒𝕜𝕖𝕤 𝕠𝕟 𝕂𝕠𝕣𝕖𝕒🇰🇷🇿🇦 (@flowertakesontheworld)

Related story