/odisha-reporter/media/post_attachments/uploads/2021/05/adline-castelino-saree-look-viral.jpg)
adline castelino saree look viral
ନୂଆଦିଲ୍ଲୀ: ଭାରତର ଏଡଲାଇନ୍ କ୍ୟାଷ୍ଟେଲିନୋ । ସେ ମିସ୍ ୟୁନିଭର୍ସ-୨୦୨୦ ପ୍ରତିଯୋଗିତା ତୃତୀୟ ରନର୍ଅପ୍ ଘୋଷିତ ହୋଇଛନ୍ତି । ମିସ୍ ୟୁନିଭର୍ସ-୨୦୨୦ ପ୍ରତିଯୋଗିତା ଶେଷ ହୋଇସାରିଛି । କିନ୍ତୁ ଏଡଲାଇନ୍ କ୍ୟାଷ୍ଟେଲିନୋ ଚର୍ଚ୍ଚା ଶେଷ ହୋଇନାହିଁ । ପ୍ରତିଯୋଗିତାରେ ସେ ନେଇଥିବା ଗେଟ୍ଅପ୍ ଏବଂ ତାଙ୍କ ଶାଢ଼ି ଲୁକ୍ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ତାଙ୍କ ଲୁକ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ନିକଟରେ ଶ୍ରୀଲଙ୍କାର ଜଣେ କଳାକାର କ୍ୟାଷ୍ଟେଲିନୋଙ୍କ ଠାରୁ ପ୍ରେରିତ ହୋଇ ଠିକ୍ ତାଙ୍କ ପରି ଦେଖାଯାଉଥିବା ଏକ ସୁନ୍ଦର କଣ୍ଢେଇ ତିଆରି କରିଛନ୍ତି । ଏହି କଣ୍ଢେଇକୁ ଠିକ୍ ସେହିପରି ଶାଢ଼ି ଏବଂ ଅଳଙ୍କାର ପିନ୍ଧାଇଛନ୍ତି ଯେପରି କ୍ୟାଷ୍ଟେଲିନୋ ପ୍ରତିଯୋଗିତାରେ ପିନ୍ଧିଥିଲେ । କଣ୍ଢେଇଟିକୁ ସେ ପୁରାପୁରା ଇଣ୍ଡିଆନ୍ ଲୁକ୍ ଦେଇ ସଜେଇଛନ୍ତି । କେବଳ ସେତିକି ନୁହେଁ କଣ୍ଢେଇର ଫଟୋକୁ ସେ ନିଜ ଇନ୍ଷ୍ଟାଗ୍ରାମରେ ସେଆର ମଧ୍ୟ କରିଛନ୍ତି । ଏଡଲାଇନ କ୍ୟାଷ୍ଟେଲିନୋ ମଧ୍ୟ ଶ୍ରୀଲଙ୍କା କଳାକାରଙ୍କ ଇନଷ୍ଟାଗ୍ରାମ ଫଟୋକୁ ସେଆର କରିଛନ୍ତି ।
କଣ୍ଢେଇ ତିଆରି କରିଥିବା ଶ୍ରୀଲଙ୍କା କଳାକାର ଜଣକ ଫଟୋକୁ ସେଆର କରି କ୍ୟାପସନରେ ଲେଖିଛନ୍ତି, “ଶାଢ଼ି ଏକ ପାରମ୍ପିକ ପୋଷକ, ଯାହା ପୁରା ଦେଶକୁ ଏକାଠି ବାନ୍ଧି ରଖେ । ଭାରତର ରାଷ୍ଟ୍ରୀୟ ଫୁଲ ସହ ପ୍ରେରିତ ହୋଇଥିବା ଶାଢ଼ିର ଏହି ରଙ୍ଗ ବେଶ ସୁନ୍ଦର ।”
ତେବେ ଶ୍ରୀଲଙ୍କାର କଳାକାର ଜଣକ ଏହା ପୂର୍ବରୁ ମଧ୍ୟ ବଲିଉଡ ସେଲିବ୍ରିଟଙ୍କ ଠାରୁ ପ୍ରେରିତ ହୋଇ ଅନେକ ଏଭଳି କଣ୍ଢେଇ ତିଆରି କରିଛନ୍ତି । ସେଗୁଡିକର ଫଟୋକୁ ସେ ନିଜ ଇନ୍ଷ୍ଟାଗ୍ରାମରେ ସେଆର କରିଛନ୍ତି ।
ସୂଚନା ମୁତାବକ କ୍ୟାଷ୍ଟେଲିନୋ ମିସ୍ ୟୁନିଭର୍ସ ଫାଇନାଲ ରାଉଣ୍ଡ ପ୍ରତିଯୋଗିତାରେ ହାତରେ ତିଆରି ଏକ ଗୋଲାପି ରଙ୍ଗର ଶାଢ଼ି ପିନ୍ଧିଥିଲେ, ଯାହା ରାଷ୍ଟ୍ରୀୟ ଫୁଲ ପଦ୍ମରୁ ପ୍ରେରିତ ହୋଇଥିଲା । ଏହି ଶାଢ଼ିଟିକୁ ହାଇଦ୍ରାବାଦରେ ବାସ କରୁଥିବା ଶ୍ରବଣ କୁମାର ଡିଜାଇନ୍ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
