ଭାଇରାଲ ହେଉଛି ମିସ୍ ୟୁନିଭର୍ସ ରନର୍‌ଅପ୍‌ଙ୍କ ଶାଢ଼ି ଲୁକ୍

ନୂଆଦିଲ୍ଲୀ: ଭାରତର ଏଡଲାଇନ୍ କ୍ୟାଷ୍ଟେଲିନୋ । ସେ ମିସ୍ ୟୁନିଭର୍ସ-୨୦୨୦ ପ୍ରତିଯୋଗିତା ତୃତୀୟ ରନର୍‌ଅପ୍ ଘୋଷିତ ହୋଇଛନ୍ତି । ମିସ୍ ୟୁନିଭର୍ସ-୨୦୨୦ ପ୍ରତିଯୋଗିତା ଶେଷ ହୋଇସାରିଛି । କିନ୍ତୁ ଏଡଲାଇନ୍ କ୍ୟାଷ୍ଟେଲିନୋ ଚର୍ଚ୍ଚା ଶେଷ ହୋଇନାହିଁ । ପ୍ରତିଯୋଗିତାରେ ସେ ନେଇଥିବା ଗେଟ୍‌ଅପ୍ ଏବଂ ତାଙ୍କ ଶାଢ଼ି ଲୁକ୍ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ତାଙ୍କ ଲୁକ୍‌କୁ ସମସ୍ତେ ପ୍ରଶଂସା କରୁଛନ୍ତି । ନିକଟରେ ଶ୍ରୀଲଙ୍କାର ଜଣେ କଳାକାର କ୍ୟାଷ୍ଟେଲିନୋଙ୍କ ଠାରୁ ପ୍ରେରିତ ହୋଇ […]

adline castelino saree look viral

Madhupriya Mistry
  • Published: Wednesday, 26 May 2021
  • , Updated: 26 May 2021, 12:54 PM IST

ନୂଆଦିଲ୍ଲୀ: ଭାରତର ଏଡଲାଇନ୍ କ୍ୟାଷ୍ଟେଲିନୋ । ସେ ମିସ୍ ୟୁନିଭର୍ସ-୨୦୨୦ ପ୍ରତିଯୋଗିତା ତୃତୀୟ ରନର୍‌ଅପ୍ ଘୋଷିତ ହୋଇଛନ୍ତି । ମିସ୍ ୟୁନିଭର୍ସ-୨୦୨୦ ପ୍ରତିଯୋଗିତା ଶେଷ ହୋଇସାରିଛି । କିନ୍ତୁ ଏଡଲାଇନ୍ କ୍ୟାଷ୍ଟେଲିନୋ ଚର୍ଚ୍ଚା ଶେଷ ହୋଇନାହିଁ । ପ୍ରତିଯୋଗିତାରେ ସେ ନେଇଥିବା ଗେଟ୍‌ଅପ୍ ଏବଂ ତାଙ୍କ ଶାଢ଼ି ଲୁକ୍ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ତାଙ୍କ ଲୁକ୍‌କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ନିକଟରେ ଶ୍ରୀଲଙ୍କାର ଜଣେ କଳାକାର କ୍ୟାଷ୍ଟେଲିନୋଙ୍କ ଠାରୁ ପ୍ରେରିତ ହୋଇ ଠିକ୍ ତାଙ୍କ ପରି ଦେଖାଯାଉଥିବା ଏକ ସୁନ୍ଦର କଣ୍ଢେଇ ତିଆରି କରିଛନ୍ତି । ଏହି କଣ୍ଢେଇକୁ ଠିକ୍ ସେହିପରି ଶାଢ଼ି ଏବଂ ଅଳଙ୍କାର ପିନ୍ଧାଇଛନ୍ତି ଯେପରି କ୍ୟାଷ୍ଟେଲିନୋ ପ୍ରତିଯୋଗିତାରେ ପିନ୍ଧିଥିଲେ । କଣ୍ଢେଇଟିକୁ ସେ ପୁରାପୁରା ଇଣ୍ଡିଆନ୍ ଲୁକ୍ ଦେଇ ସଜେଇଛନ୍ତି । କେବଳ ସେତିକି ନୁହେଁ କଣ୍ଢେଇର ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର ମଧ୍ୟ କରିଛନ୍ତି । ଏଡଲାଇନ କ୍ୟାଷ୍ଟେଲିନୋ ମଧ୍ୟ ଶ୍ରୀଲଙ୍କା କଳାକାରଙ୍କ ଇନଷ୍ଟାଗ୍ରାମ ଫଟୋକୁ ସେଆର କରିଛନ୍ତି ।

କଣ୍ଢେଇ ତିଆରି କରିଥିବା ଶ୍ରୀଲଙ୍କା କଳାକାର ଜଣକ ଫଟୋକୁ ସେଆର କରି କ୍ୟାପସନରେ ଲେଖିଛନ୍ତି, “ଶାଢ଼ି ଏକ ପାରମ୍ପିକ ପୋଷକ, ଯାହା ପୁରା ଦେଶକୁ ଏକାଠି ବାନ୍ଧି ରଖେ । ଭାରତର ରାଷ୍ଟ୍ରୀୟ ଫୁଲ ସହ ପ୍ରେରିତ ହୋଇଥିବା ଶାଢ଼ିର ଏହି ରଙ୍ଗ ବେଶ ସୁନ୍ଦର ।”

ତେବେ ଶ୍ରୀଲଙ୍କାର କଳାକାର ଜଣକ ଏହା ପୂର୍ବରୁ ମଧ୍ୟ ବଲିଉଡ ସେଲିବ୍ରିଟଙ୍କ ଠାରୁ ପ୍ରେରିତ ହୋଇ ଅନେକ ଏଭଳି କଣ୍ଢେଇ ତିଆରି କରିଛନ୍ତି । ସେଗୁଡିକର ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି ।

ସୂଚନା ମୁତାବକ କ୍ୟାଷ୍ଟେଲିନୋ ମିସ୍ ୟୁନିଭର୍ସ ଫାଇନାଲ ରାଉଣ୍ଡ ପ୍ରତିଯୋଗିତାରେ ହାତରେ ତିଆରି ଏକ ଗୋଲାପି ରଙ୍ଗର ଶାଢ଼ି ପିନ୍ଧିଥିଲେ, ଯାହା ରାଷ୍ଟ୍ରୀୟ ଫୁଲ ପଦ୍ମରୁ ପ୍ରେରିତ ହୋଇଥିଲା । ଏହି ଶାଢ଼ିଟିକୁ ହାଇଦ୍ରାବାଦରେ ବାସ କରୁଥିବା ଶ୍ରବଣ କୁମାର ଡିଜାଇନ୍ କରିଥିଲେ ।

 

View this post on Instagram

 

A post shared by NIGYDOLLS (@nigydolls)

 

View this post on Instagram

 

A post shared by NIGYDOLLS (@nigydolls)

 

View this post on Instagram

 

A post shared by NIGYDOLLS (@nigydolls)

Related story