Advertisment

ଗୁଡ଼ି ଉଡ଼ାଉଥିଲେ; ସୂତା ସହ ନିଜେ ଆକାଶକୁ ଉଡ଼ିଗଲେ, ଭିଡିଓ ଭାଇରାଲ୍

ଜାଫନା: ଆକାଶରେ ରଙ୍ଗ ବେରଙ୍ଗର ଗୁଡ଼ି ଉଡ଼ୁଥିବାର ଦେଖିବାକୁ ମିଳେ। ଅନେକଥର ଲୋକେ ଅନ୍ୟକୁ କହନ୍ତି ଯେ ଗୁଡ଼ି ସହ ନିଜେ ଆକାଶକୁ ଉଡ଼ିଯିବୁନି। କିନ୍ତୁ ଭାବନ୍ତୁ ଯଦି ସତରେ ଏଭଳି ହୁଏ, ତାହେଲେ କ’ଣ ହେବ। ଏବେ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଗୁଡ଼ି ସହ ଜଣେ ବ୍ୟକ୍ତି ପବନରେ ଆକାଶକୁ ଉଡ଼ି ଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଗୁଡ଼ି ସୂତା ଧରି ବହୁ ଉପରକୁ […]

ଗୁଡ଼ି ଉଡ଼ାଉଥିଲେ; ସୂତା ସହ ନିଜେ ଆକାଶକୁ ଉଡ଼ିଗଲେ, ଭିଡିଓ ଭାଇରାଲ୍

kite

Advertisment

ଜାଫନା: ଆକାଶରେ ରଙ୍ଗ ବେରଙ୍ଗର ଗୁଡ଼ି ଉଡ଼ୁଥିବାର ଦେଖିବାକୁ ମିଳେ। ଅନେକଥର ଲୋକେ ଅନ୍ୟକୁ କହନ୍ତି ଯେ ଗୁଡ଼ି ସହ ନିଜେ ଆକାଶକୁ ଉଡ଼ିଯିବୁନି। କିନ୍ତୁ ଭାବନ୍ତୁ ଯଦି ସତରେ ଏଭଳି ହୁଏ, ତାହେଲେ କ’ଣ ହେବ। ଏବେ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଗୁଡ଼ି ସହ ଜଣେ ବ୍ୟକ୍ତି ପବନରେ ଆକାଶକୁ ଉଡ଼ି ଯାଉଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଗୁଡ଼ି ସୂତା ଧରି ବହୁ ଉପରକୁ ଉଡ଼ି ଯାଉଛନ୍ତି। କିଛି ସମୟ ପବନରେ ରହିବା ପରେ ତାଙ୍କର ଜଣେ ବନ୍ଧୁ କଳେ ବଳେ ତାଙ୍କୁ ତଳକୁ ଆଣିବାକୁ ପ୍ରୟାସ କରିଥିଲେ। ଯେତେବେଳେ ବ୍ୟକ୍ତି ଜଣକ ଧୀରେ ଧୀରେ ଗୁଡ଼ି ସହ ତଳକୁ ଖସିଲେ, ସେ ନିଜ ହାତ ଛାଡ଼ିଦେଲେ। ଆଉ ବ୍ୟକ୍ତି ଜଣକ ତଳେ ପଡ଼ିଯାଇଥିଲେ।

https://twitter.com/OdishaReporter/status/1474028650689298432?s=20

ସୋଶାଲ ଭିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଶ୍ରୀଲଙ୍କାର ଜାଫନା ଅଞ୍ଚଳର। ଶ୍ରୀଲଙ୍କାର ଜାଫନାରେ ନିକଟରେ ଗୁଡ଼ି ଉଡ଼ାଇବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଜଣେ ‍ବ୍ୟକ୍ତି ତା’ର ବାକି ସଦସ୍ୟଙ୍କ ସହ ମିଶି ଏକ ବଡ଼ ଗୁଡ଼ିକୁ ଧରି ଡେଇଁବାକୁ ପ୍ରୟାସ କରୁଥିଲା। ପବନର ବେଗ ଅଧିକ ଥିବାରୁ ଗୁଡ଼ିଟି ଟାଣି ହୋଇଥିଲା। ଆଉ ଦେଖୁ ଦେଖୁ ଗୁଡ଼ି ସୂତା ସହ ବ୍ୟକ୍ତି ଜଣକ ୩୦ରୁ ୪୦ ଫୁଟୋ ଉପରକୁ ଉଠିଯାଇଥିଲେ।

Advertisment

ବ୍ୟକ୍ତି ଜଣଙ୍କୁ ଉଚ୍ଚରେ ଉଡ଼ୁଥିବାର ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଯେତେବେଳେ ଗୁଡ଼ିଟି ଟିକେ ତଳକୁ ଆସିଲା, ବ୍ୟକ୍ତି ଜଣକ ସୂତାକୁ ଛାଡ଼ି ଦେଲେ ଏବଂ ତଳେ କଚାଡ଼ି ହୋଇ ପଡ଼ିଥିଲେ। ସୌଭାଗ୍ୟବଶତଃ ବ୍ୟକ୍ତି ଜଣଙ୍କର ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। କିନ୍ତୁ ତଳେ ପଡ଼ିବା ଦ୍ୱାରା ତାଙ୍କୁ ସାମାନ୍ୟ ଆଘାତ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe