Advertisment

ଟିକା ପାଇଁ ଦଳାଚକଟା ସ୍ଥିତି

ଭୋପାଳ: ଟିକା ପାଇଁ ଦଳାଚକଟା ପରିସ୍ଥିତି। ଗୁରୁବାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମଧ୍ୟ ପ୍ରଦେଶର ଛିଣ୍ଡୱାରା ଜିଲ୍ଲାରେ। ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ବି ଭାଇରାଲ ହେଉଛି। ଗତକାଲି ସୌସାରରେ ଏକ ଟିକାକରଣ କେନ୍ଦ୍ର ଖୋଲିବା ପରେ ବିଭିନ୍ନ ବୟସର ଲୋକେ ଦୌଡ଼ିବାକୁ ଆରମ୍ଭ କରିଥିଲେ। ସମସ୍ତେ ପ୍ରଥମେ ସ୍ଲଟ୍‌ ସଂରକ୍ଷଣ କରିବା ଲକ୍ଷ୍ୟରେ ଦୌଡ଼ିଥିଲେ। ଏହି ସମୟରେ ଅନେକ ଲୋକ ତଳେ ପଡ଼ି ଯାଇଥିଲେ। ଏହି ଦୌଡ଼ାଦୌଡ଼ିରେ ବିଶେଷ କରି ବୟସ୍କ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଟିକା ପାଇଁ ଦଳାଚକଟା ସ୍ଥିତି

Stampede-Like Situation

ଭୋପାଳ: ଟିକା ପାଇଁ ଦଳାଚକଟା ପରିସ୍ଥିତି। ଗୁରୁବାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମଧ୍ୟ ପ୍ରଦେଶର ଛିଣ୍ଡୱାରା ଜିଲ୍ଲାରେ। ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ବି ଭାଇରାଲ ହେଉଛି।

Advertisment

ଗତକାଲି ସୌସାରରେ ଏକ ଟିକାକରଣ କେନ୍ଦ୍ର ଖୋଲିବା ପରେ ବିଭିନ୍ନ ବୟସର ଲୋକେ ଦୌଡ଼ିବାକୁ ଆରମ୍ଭ କରିଥିଲେ। ସମସ୍ତେ ପ୍ରଥମେ ସ୍ଲଟ୍‌ ସଂରକ୍ଷଣ କରିବା ଲକ୍ଷ୍ୟରେ ଦୌଡ଼ିଥିଲେ। ଏହି ସମୟରେ ଅନେକ ଲୋକ ତଳେ ପଡ଼ି ଯାଇଥିଲେ। ଏହି ଦୌଡ଼ାଦୌଡ଼ିରେ ବିଶେଷ କରି ବୟସ୍କ ମହିଳାମାନେ ତଳେ ପଡ଼ି ଯାଇଥିଲେ। କିଛି ଲୋକ ସେମାନଙ୍କ ଉପରେ ଡେଇଁ ଦୌଡ଼ି ଥିଲେ। ପରେ ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ମଧ୍ୟ ପ୍ରଦେଶରେ ଟିକାକରଣ ଖୁବ୍‌ ଧିମା ଚାଲିଥିଲା। ତେବେ କେନ୍ଦ୍ର ସରକାରଙ୍କ ନୂଆ ଟିକାକରଣ ନୀତି ପରେ ଗତ ସପ୍ତାହରୁ ଏଠାରେ ଟିକାକରଣ କାର୍ଯ୍ୟରେ ତତ୍ପରତା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଇତି ମଧ୍ୟରେ ରାଜ୍ୟରେ ଟିକା ନ ଦିଆଯାଇ ଲୋକଙ୍କ ନାଁରେ ସାର୍ଟିଫିକେଟ୍ ଜାରି କରାଯାଇଥିବା ଅଭିଯୋଗ ଆସିଥିଲା। ତେବେ ରାଜ୍ୟ ସରକାର ଏହାକୁ ଖଣ୍ଡନ କରିଛନ୍ତି। ଗୁରୁବାର (ଗତକାଲି) ରାଜ୍ୟରେ ୯.୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଏବେ ମାତ୍ର ୩% ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି।

Advertisment