Advertisment

ନୀତା ଅମ୍ୱାନୀ ନୁହେଁ, ମୋଦି ମୁଣ୍ଡ ନୁଆଁଇ ଏହି ମହିଳାଙ୍କୁ କରିଥିଲେ ନମସ୍କାର

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ସୋଶାଲ ମିଡିଆରେ ଏକ ଫଟୋ ଭାଇରାଲ ହୁଏ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ୱାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଆଗରେ ମୁଣ୍ଡ ନୁଆଁଇ ନମସ୍କାର କରୁଥିବା ଦେଖିବାକୁ ମିଳେ। ହେଲେ ଏହି ଫଟୋକୁ ପ୍ରାୟତଃ ଅନେକ ମୋଦି ବିରୋଧୀ ଶେୟାର କରି ଅମ୍ୱାନୀ ପରିବାର ପ୍ରତି ମୋଦିଙ୍କ ଦରଦ କେତେ ବୋଲି କହି ହୁଅନ୍ତି। ବିଭିନ୍ନ ପ୍ରସଙ୍ଗରେ ଫ୍ୟାକ୍ଟ ଚେକ କରୁଥିବା ସଂସ୍ଥା କିନ୍ତୁ କେବେ ଏ ବାବଦରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନୀତା ଅମ୍ୱାନୀ ନୁହେଁ, ମୋଦି ମୁଣ୍ଡ ନୁଆଁଇ ଏହି ମହିଳାଙ୍କୁ କରିଥିଲେ ନମସ୍କାର

MODI-AMBANI

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ସୋଶାଲ ମିଡିଆରେ ଏକ ଫଟୋ ଭାଇରାଲ ହୁଏ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ୱାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଆଗରେ ମୁଣ୍ଡ ନୁଆଁଇ ନମସ୍କାର କରୁଥିବା ଦେଖିବାକୁ ମିଳେ। ହେଲେ ଏହି ଫଟୋକୁ ପ୍ରାୟତଃ ଅନେକ ମୋଦି ବିରୋଧୀ ଶେୟାର କରି ଅମ୍ୱାନୀ ପରିବାର ପ୍ରତି ମୋଦିଙ୍କ ଦରଦ କେତେ ବୋଲି କହି ହୁଅନ୍ତି। ବିଭିନ୍ନ ପ୍ରସଙ୍ଗରେ ଫ୍ୟାକ୍ଟ ଚେକ କରୁଥିବା ସଂସ୍ଥା କିନ୍ତୁ କେବେ ଏ ବାବଦରେ ସତ୍ୟାସତ୍ୟ ଯାଞ୍ଚ କରି ନାହାନ୍ତି।

Advertisment

ଏବେ କିନ୍ତୁ ପ୍ରସାର ଭାରତୀର ପୂର୍ବତନ ସିଇଓ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଜବାହର ସରକାର ଏହାକୁ ନେଇ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତା ଅମ୍ୱାନୀଙ୍କୁ ହାତ ଯୋଡ଼ି ନମସ୍କାର କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଫଟୋ ନକଲି। ଏହାକୁ ଏଡିଟ କରାଯାଇଛି। ଅସଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯେଉଁ ମହିଳାଙ୍କୁ ମୁଣ୍ଡ ନୁଆଁଇ ହାତଯୋଡ଼ି ନମସ୍କାର କରିଛନ୍ତି ସେ ହେଲେ ସମାଜସେବୀ ଦୀପିକା ମଣ୍ଡଳ।

ଜବାହର ସରକାର ଏହାର ମୂଳ ଫଟୋକୁ ଶେୟାର କରିଛନ୍ତି। ଏହି ଫଟୋକୁ ଗୁଗୁଲରେ ସର୍ଚ୍ଚ କରି ଦେଖିଲେ B4Blaze.com ନାମକ ଲିଙ୍କରେ ଦେଖିବାକୁ ମିଳୁଛି। ଯେଉଁଥିରେ ମୋଦି ଦୀପିକା ମଣ୍ଡଳକୁ ହାତ ଯୋଡ଼ି ନମସ୍କାର ହେଉଥିବା ଦେଖିବାକୁ ମିଳିଛି। ଦୀପିକା ଦିଲ୍ଲୀ ସ୍ଥିତ ଏନଜିଓ ଦିବ୍ୟା ଜ୍ୟୋତି ସାଂସ୍କୃତିକ ସଂଗଠନର ସିଇଓ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୀପିକାଙ୍କ ଏହି ଫଟୋ ୨୦୧୫ ମସିହାର। ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଅନେକଙ୍କ ସହ ପିଏମ ମୋଦିଙ୍କୁ ଯୋଡ଼ି ଫଟୋ ଭାଇରାଲ କରନ୍ତି ମୋଦିଙ୍କ ସମାଲୋଚକ। ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଶଶି ଶେଖର ମଧ୍ୟ ଟ୍ୱିଟ କରି ବିରକ୍ତ  ଭାବ ପ୍ରକାଶ କରିଛନ୍ତି। ଏହା ନିନ୍ଦନୀୟ ବୋଲି କହିଛନ୍ତି।

Advertisment

https://twitter.com/shashidigital/status/1401813650294202369?s=20

Narendra Modi