Advertisment

ଚଳନ୍ତା କାର୍‌ ଉପରେ ବସି ଷ୍ଟଣ୍ଟ ଦେଖାଇବା ନିଶା ଉତୁରିଗଲା

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଯୁବପିଢ଼ି ସୋଶାଲ ମିଡିଆରେ ଭାଇରାଲ ହେବା ପରେ କାହିଁ କେତେ କ’ଣ କରନ୍ତି। କିଏ ସୁଉଚ୍ଚ ପାହାଡ ଉପରୁ ବଜିଂ ଜମ୍ପି କରେ ତ ଆଉ କିଏ ଚଳନ୍ତା ବାଇକ୍‌ ଉପରେ ଠିଆ ହୋଇ ଷ୍ଟଣ୍ଟ ଦେଖାଏ। ନିକଟରେ ଏଭଳି ହିଁ କିଛି ଦୃଶ୍ୟ ପୁଣି ଥରେ ସାମ୍ନାକୁ ଆସିଛି। ଜଣେ ଯୁବକ ଚଳନ୍ତା କାର୍‌ ଉପରେ ବସି ଦେଖାଇଛନ୍ତି ଷ୍ଟଣ୍ଟ। ତେବେ ତାଙ୍କୁ ଏହି ଷ୍ଟଣ୍ଟ କରିବା ଏବେ ମହଙ୍ଗା ପଡିଛି। […]

ଅଦ୍ୟତନ ହୋଇଛି
ଚଳନ୍ତା କାର୍‌ ଉପରେ ବସି ଷ୍ଟଣ୍ଟ ଦେଖାଇବା ନିଶା ଉତୁରିଗଲା

stunt-in-a-moving-car

Advertisment

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଯୁବପିଢ଼ି ସୋଶାଲ ମିଡିଆରେ ଭାଇରାଲ ହେବା ପରେ କାହିଁ କେତେ କ'ଣ କରନ୍ତି। କିଏ ସୁଉଚ୍ଚ ପାହାଡ ଉପରୁ ବଜିଂ ଜମ୍ପି କରେ ତ ଆଉ କିଏ ଚଳନ୍ତା ବାଇକ୍‌ ଉପରେ ଠିଆ ହୋଇ ଷ୍ଟଣ୍ଟ ଦେଖାଏ। ନିକଟରେ ଏଭଳି ହିଁ କିଛି ଦୃଶ୍ୟ ପୁଣି ଥରେ ସାମ୍ନାକୁ ଆସିଛି। ଜଣେ ଯୁବକ ଚଳନ୍ତା କାର୍‌ ଉପରେ ବସି ଦେଖାଇଛନ୍ତି ଷ୍ଟଣ୍ଟ। ତେବେ ତାଙ୍କୁ ଏହି ଷ୍ଟଣ୍ଟ କରିବା ଏବେ ମହଙ୍ଗା ପଡିଛି। ତାଙ୍କ ଷ୍ଟଣ୍ଟ ଦେଖାଇବା ନିଶା ଉତୁରି ଯାଇଛି।

Advertisment

ନିକଟରେ ଦିଲ୍ଲୀ-ମେରଟ ଏକ୍ସପ୍ରେସ୍‌ୱେରେ ଜଣେ ଯୁବକ ଚଳନ୍ତା  ଗାଡି ଉପରେ ବସି ଷ୍ଟଣ୍ଟ ଦେଖାଇଛନ୍ତି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯୁବକ ଜଣକ କାର୍‌ର ଛାତ ଉପରେ ବସି ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ରିଲ୍‌ ବନାଇବା ପାଇଁ ଯୁବକ ଜଣକ ଏହି ଭିଡିଓ ବନାଇଥିଲେ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ଯୁବକଙ୍କ ବିରୋଧରେ କଡା ଆକ୍ସନ ନେଇଛି ପୁଲିସ। ଉକ୍ତ ଯୁବକଙ୍କ ନାଁରେ ୫ ହଜାର ଟଙ୍କାର ଚାଲାଣ ମଧ୍ୟ କାଟିଛି ପୁଲିସ।

https://twitter.com/mukeshmukeshs/status/1519547497017794560?s=20&t=dzGWXcLsmP9HU6Nq8UfPyQ

Advertisment

କିଛି ମାସ ପୂର୍ବେ ମଧ୍ୟ ନଏଡା ରାସ୍ତାରେ କିଛି ଯୁବକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା। ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ ରାସ୍ତାରେ ଏକ ଦ୍ରୁତ ଗତିରେ ଚାଲୁଥିବା ଏସୟୁଭି କାର ନୋଏଡାର ସେକ୍ଟର ୧୨ ରାସ୍ତାରେ ଯାଉଛି ଏବଂ ଯୁବକମାନେ କାରର ଝରକା ଉପରେ ଷ୍ଟଣ୍ଟ ଦେଖାଉଥିବା ନଜର ଆସିଛନ୍ତି। ନୋଏଡା ଆରଟିଓରେ ପଞ୍ଜିକୃତ ହୋଇଥିବା ଉକ୍ତ କାର୍‌ରେ ପୁଲିସର ଷ୍ଟିକର ମଧ୍ୟ ଲାଗିଥିଲା। ପରେ ଉକ୍ତ ଯୁବକଙ୍କ ବିରୋଧରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ସେହିପରି ଗାଜିଆବାଦ ରୋଡ୍‌ରେ ମଧ୍ୟ ସମାନ ଏହିଭଳି ଏକ ଚକିତ କଲା ଭଳି ଭିଡିଓ ସାମ୍ନାକୁ ଆସିଥିଲା। ଦୁଇ ଯୁବକ ଚଳନ୍ତା କାର୍‌ ଉପରେ ବସି ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା। ଟ୍ରାଫିକ୍‌ ଭିଡ ଥିବା ସଡକ ଉପରେ ଏକ ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ କାର୍‌ ଉପରେ ଦୁଇ ଯୁବକ ଠିଆ ହୋଇ ଷ୍ଟଣ୍ଟ ଦେଖାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଲୋକେ ଚକିତ ହୋଇପଡିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe