Advertisment

ଆଲ୍ଲାଙ୍କୁ ଡାକି ପୁଅକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ

ନୂଆଦିଲ୍ଲୀ: ଦୟନୀୟ ସ୍ଥିତି। ଉପାୟ ଶୂନ୍ୟ ଲୋକେ। ସମୁଦ୍ର ମଝିରେ ହାହାକାର୍‌। ଭୋକ ଉପବାସରେ ଆଉଟୁ ପାଉଟୁ ପ୍ରବାସୀ। ଉଦ୍ଧାର ପୂର୍ବରୁ ବିଗିଡିଲା ସ୍ଥିତି। ଶେଷରେ ନିରୁପାୟ ହୋଇ ଆଲ୍ଲାଙ୍କୁ ଡାକି ପୁଅକୁ ସମୁଦ୍ରକୁ ଫିଙ୍ଗି ଦେଲେ। ଏଭଳି କିଛି ଛାତି ଫଟା ଦୃଶ୍ୟ ସାମ୍ନାକୁ ଆସିଛି ତୁର୍କୀରୁ। ଖାଦ୍ୟ, ପିଇବା ପାଣି ଏବଂ ପେଟ୍ରୋଲ ସରିଯିବା ପରେ ତୁର୍କୀରୁ ଇଟାଲୀ ଅଭିମୁଖେ ଯାତ୍ରା କରୁଥିବା ୩୨ଜଣ ପ୍ରବାସୀ ମୃତ୍ୟୁ ଓ ଜୀବନ ମଧ୍ୟରେ ସଙ୍ଘର୍ଷ କରିଥିଲେ। […]

ଅଦ୍ୟତନ ହୋଇଛି
ଆଲ୍ଲାଙ୍କୁ ଡାକି ପୁଅକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ

man-throws-son-into-sea

Advertisment

ନୂଆଦିଲ୍ଲୀ: ଦୟନୀୟ ସ୍ଥିତି। ଉପାୟ ଶୂନ୍ୟ ଲୋକେ। ସମୁଦ୍ର ମଝିରେ ହାହାକାର୍‌। ଭୋକ ଉପବାସରେ ଆଉଟୁ ପାଉଟୁ ପ୍ରବାସୀ। ଉଦ୍ଧାର ପୂର୍ବରୁ ବିଗିଡିଲା ସ୍ଥିତି। ଶେଷରେ ନିରୁପାୟ ହୋଇ ଆଲ୍ଲାଙ୍କୁ ଡାକି ପୁଅକୁ ସମୁଦ୍ରକୁ ଫିଙ୍ଗି ଦେଲେ। ଏଭଳି କିଛି ଛାତି ଫଟା ଦୃଶ୍ୟ ସାମ୍ନାକୁ ଆସିଛି ତୁର୍କୀରୁ।

Advertisment

ଖାଦ୍ୟ, ପିଇବା ପାଣି ଏବଂ ପେଟ୍ରୋଲ ସରିଯିବା ପରେ ତୁର୍କୀରୁ ଇଟାଲୀ ଅଭିମୁଖେ ଯାତ୍ରା କରୁଥିବା ୩୨ଜଣ ପ୍ରବାସୀ ମୃତ୍ୟୁ ଓ ଜୀବନ ମଧ୍ୟରେ ସଙ୍ଘର୍ଷ କରିଥିଲେ। ଉଦ୍ଧାର କାର୍ଯ୍ୟ ପୂର୍ବରୁ ସ୍ଥିତି ବିଗିଡିବା ଯୋଗୁ ଡଙ୍ଗାରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲେ। ଯେତେବେଳେ ଏହି ସମସ୍ତଙ୍କର ମୃତ ଶରୀର ପଚି ସଢ଼ିବାକୁ ଲାଗିଥିଲା, ସେତେବେଳେ ଡଙ୍ଗାରେ ଥିବା ଲୋକମାନେ ନିରୁପାୟ ହୋଇ ସେମାନଙ୍କୁ ନିଜ ପୋଷାକରେ ବାନ୍ଧି ସମୁଦ୍ରରେ ଫିଙ୍ଗି ଦେଇଥିଲେ। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

https://twitter.com/Omar_Madaniah/status/1571397973216468992?s=20&t=pk7qUPdebEJ6lpc2FeB7og

Advertisment

ଭିଡିଓରେ ଜଣେ ବାପା ନିଜ ପୁଅର ମୃତଦେହକୁ ସମୁଦ୍ର ଭିତରକୁ ଫିଙ୍ଗୁ ଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି ବୁଝାପଡୁଛି ଯେ ସେହି ସମୟରେ ଅବସ୍ଥା କେତେ ଭୟଙ୍କର ଥିଲା। ପିଲାଟିକୁ ଫିଙ୍ଗିଥିବା ବ୍ୟକ୍ତି ସିରିଆର ମୂଳ ବାସିନ୍ଦା, ଯିଏ ତାଙ୍କ ଜୀବନରେ ନୂତନ ପରିବର୍ତ୍ତନ ପାଇଁ ନିଜ ପରିବାର ସହିତ ଇଟାଲୀ ଅଭିମୁଖେ ଯାତ୍ରା କରୁଥିଲେ। ଡଙ୍ଗା ଉପରୁ ଯେତେବେଳେ ଏହି ବ୍ୟକ୍ତି ଜଣକ ନିଜ ପୁଅକୁ ସମୁଦ୍ରକୁ ଫିଙ୍ଗୁଛନ୍ତି ସେତେବେଳେ ତାଙ୍କ ପଛରେ ଥିବା ଅନ୍ୟ ବ୍ୟକ୍ତିମାନେ 'ଆଲ୍ଲା ହୁ ଆକବର' ନାରା ଦେଉଥିବା ଦେଖିବାକୁ ମିଳିଛି।

ଅଗଷ୍ଟ ୨୭ ତାରିଖରେ ୩୨ ପ୍ରବାସୀଙ୍କୁ ନେଇ ଏକ ଡଙ୍ଗା ତୁର୍କୀର ଅନ୍ତାଲ୍ୟା ସହରରୁ ଇଟାଲୀର ପୋଜାଲା ଅଭିମୁଖେ ଯାତ୍ରା କରିଥିଲା। ଯାତ୍ରା ଅଧିକ ଲମ୍ବା ଥିଲା କିନ୍ତୁ ଡଙ୍ଗାରେ ସେହି ଅନୁଯାୟୀ ପର୍ଯ୍ୟାନ୍ତ ସାମନ ନଥିଲା। ଧୀରେ ଧୀରେ ଖାଦ୍ୟ, ପଇବା ପାଣି ଏବଂ ତେଲ ସରିବାକୁ ଲଗାଥିଲା। ସବୁକିଛି ସରିଯିବା ପରେ ଭୋକ-ଉପବାସରେ ବିଶେଷକରି ଡଙ୍ଗାରେ ଥିବା ମହିଳା ଏବଂ ଶିଶୁମାନଙ୍କର ଅବସ୍ଥା ବିଗିଡିବାକୁ ଲାଗିଥିଲା। କିଛି ଲୋକେ ଜୀବିତ ରହିବା ପାଇଁ ଟୁଥପେଷ୍ଟରେ ସମୁଦ୍ରର ଲୁଣିଆ ପାଣି ମିଶାଇ ନିଜ ଭୋକ ଆଉ ଶୋଷ ମେଣ୍ଟାଇବାକୁ ଚେଷ୍ଟା କରିଥିଲେ। ତେବେ ୬ଜଣ ମହିଳା ଓ ଶିଶୁ ଏହି ସମୁଦ୍ରର ଲୁଣିଆ ପାଣିକୁ ପିଇବା ପରେ ଗୁରୁତର ହୋଇ ପଡିଥିଲେ। ଆଉ ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

ଡଙ୍ଗା ଉପରେ ଉପସ୍ଥିତ ଅନ୍ୟ ଲୋକେ ଘରେ ପହଞ୍ଚିବା ପରେ ମୃତଦେହଗୁଡିକର ଅନ୍ତିମ ସଂସ୍ଥାର କରିବା ପାଇଁ  ଅନ୍ୟ ଏକ ସ୍ଥାନରେ ରଖି ଦେଇଥିଲେ। କିନ୍ତୁ ଯାତ୍ରା ଏତେ ଲମ୍ବା ଥିଲା ଯେ ଶବଗୁଡିକ ପଚିସଢ଼ି ଦୁର୍ଗନ୍ଧ ହେବାକୁ ଲାଗିଥିଲା। ଏହାପରେ ଶବଗୁଡିକୁ ପାଣିରେ ଫିଙ୍ଗିବାକୁ ଲାଗିଥିଲେ ତାଙ୍କ ପରିବାର ଲୋକେ।

ଅନ୍ୟପଟେ ମଝି ସମୁଦ୍ରରେ ଲୋକେ ଫସି ରହିଥିବା ଖବର ପାଇବା ପରେ ଇଟାଲୀରୁ ଏକ ଜାହାଜ ଆସି ସେମାନଙ୍କୁ ଉଦ୍ଧାର କରିଥିଲା। ଜାତିସଂଘ ଏଜେନ୍ସି UNHCR ସ୍ପଷ୍ଟ କରିଛି ଯେ, ଡଙ୍ଗାରେ ୩୦ରୁ ଅଧିକ ଲୋକ ଥିଲେ। ଯେଉଁଥିରୁ ୬ ଜଣଙ୍କ ଭୋକ ଉପବାସରେ ମୃତ୍ୟୁ ହୋଇଛି। ଏଥିସହ ଉଦ୍ଧାର ହୋଇଥିବା ଲୋକଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜାତିସଂଘ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe