Advertisment

ରକେଟ୍‌ ଲଞ୍ଚର ଧରି ବୋଟିଂ କରୁଛନ୍ତି ତାଲିବାନୀ

କାବୁଲ: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ କ’ଣ କରୁଛନ୍ତି ତାଲିବାନୀ? ନିକଟରେ ସୋଶାଲ ମିଡିଆରେ ତାଲିବାନୀଙ୍କ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଆଫଗାନିସ୍ତାନରେ ସେମାନେ କ’ଣ କରୁଛନ୍ତି ସେଥିରୁ ଦେଖିବାକୁ ମିଳିଥିଲା। କେତେବେଳେ ପିଲାଙ୍କ ପାର୍କରେ ଖେଳୁଥିଲେ ତ ଆଉ କେତେବେଳେ ଜିମ୍‌ରେ ମଜାଳିଆ ଢ଼ଙ୍ଗରେ କସରତ କରୁଥିଲେ। ଏବେ ତାଲିବାନୀ ବନ୍ଧୁକଧାରୀମାନେ ନଦୀରେ ବୋଟିଂ କରିବା ପାଇଁ ମଧ୍ୟ ପହଞ୍ଚି ଯାଇଛନ୍ତି। ମଜା କଥା ହେଉଛି ସମସ୍ତ ତାଲିବାନୀ ସୈନ୍ୟ ହାତରେ […]

ଅଦ୍ୟତନ ହୋଇଛି
ରକେଟ୍‌ ଲଞ୍ଚର ଧରି ବୋଟିଂ କରୁଛନ୍ତି ତାଲିବାନୀ

Talibani boating with rocket-launcher

Advertisment

କାବୁଲ: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ କ'ଣ କରୁଛନ୍ତି ତାଲିବାନୀ? ନିକଟରେ ସୋଶାଲ ମିଡିଆରେ ତାଲିବାନୀଙ୍କ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଆଫଗାନିସ୍ତାନରେ ସେମାନେ କ'ଣ କରୁଛନ୍ତି ସେଥିରୁ ଦେଖିବାକୁ ମିଳିଥିଲା। କେତେବେଳେ ପିଲାଙ୍କ ପାର୍କରେ ଖେଳୁଥିଲେ ତ ଆଉ କେତେବେଳେ ଜିମ୍‌ରେ ମଜାଳିଆ ଢ଼ଙ୍ଗରେ କସରତ କରୁଥିଲେ। ଏବେ ତାଲିବାନୀ ବନ୍ଧୁକଧାରୀମାନେ ନଦୀରେ ବୋଟିଂ କରିବା ପାଇଁ ମଧ୍ୟ ପହଞ୍ଚି ଯାଇଛନ୍ତି। ମଜା କଥା ହେଉଛି ସମସ୍ତ ତାଲିବାନୀ ସୈନ୍ୟ ହାତରେ ରକେଟ ଲଞ୍ଚର ଧରି ନୌକାବିହାର କରିଛନ୍ତି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଡେଲି ମେଲ୍‌ର ଏକ ରିପୋର୍ଟ ମୁତାବକ, ଆଫଗାନିସ୍ତାନର ବାମିୟାନ ଅଞ୍ଚଳ ସ୍ଥିତ ବନ୍ଦ-ଏ-ଆମିର ନ୍ୟାସନାଲ ପାର୍କରୁ ଆସିଛି ଏହି ଚିତ୍ର। ତାଲିବାନୀ ଯୋଦ୍ଧାମାନେ ନଦୀକୁ ଦେଖି ପାଣିକୁ ଡେଇଁ ପଡୁଛନ୍ତି। ସେଠାରେ ସେମାନେ ପ୍ଲେମିଙ୍ଗୋ ବୋଟ୍‌ରେ ବୋଟିଂ କରୁଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସେମାନେ ହାତରେ ରକେଟ୍‌ ଲଞ୍ଚର ଧରି ବୋଟିଂ କରୁଥିବା ମଧ୍ୟ ନଜର ଆସିଛନ୍ତି। ତାଲିବାନୀଙ୍କ ଏହି ଫଟୋକୁ ଜଣେ ଆଫଗାନିସ୍ତାନ ସାମ୍ବାଦିକ ଟ୍ୱିଟ୍‌ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ତାଲିବାନ କବ୍‌ଜା କରିବା ପୂର୍ବରୁ ଏହି ସ୍ଥାନଟି ଆଫଗାନବାସୀଙ୍କ ପିକନିକ୍ ସ୍ପଟ୍‌ ଥିଲା, କିନ୍ତୁ ଆଜି ତାଲିବାନ ବନ୍ଧୁକଧାରୀମାନେ ଏହାକୁ କବ୍‌ଜା କରି ନେଇଛନ୍ତି। ରକେଟ ଲଞ୍ଚର ସହ ଆହୁରି ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଧରିଥିବା ସେମାନେ ଦେଖିବାକୁ ମିଳିଛି।

Advertisment

ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ ମଧ୍ୟ ତାଲିବାନ ସୈନ୍ୟମାନେ ଛୋଟ ପିଲାଙ୍କ ପାର୍କ ଭିତରେ ବସି ଘୋଡା ଦୋଳିରେ ବସିବା ଠାରୁ ଆରମ୍ଭ କରି ପିଲାଙ୍କ ଖେଳଣାରେ ଖେଳୁଥିବା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନ ବୁଲି ବୁଲି କାବୁଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଜିନିଷକୁ ଉପଭୋଗ କରୁଛି। ନିକଟରେ ପ୍ରାଣୀ ଉଦ୍ୟାନରେ ମଧ୍ୟ ପଶୁମାନଙ୍କ ଉପରକୁ ବନ୍ଧୁକ ଦେଖାଉଥିବାର ଫଟୋ ସାମ୍ନାକୁ ଆସିଥିଲା ଯାହା ଭାଇରାଲ ହୋଇଥିଲା।

https://twitter.com/Jake_Hanrahan/status/1439304675514273800?s=20

Viral Photo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe