Advertisment

ସ୍ୱିଗି ବୟଙ୍କୁ ବିଚ୍‌ ରାସ୍ତାରେ ପିଟି ଫସିଲେ ଟ୍ରାଫିକ୍‌ ପୁଲିସ

ଚେନ୍ନାଇ: ବିଚ୍‌ ରାସ୍ତାରେ ସ୍ୱିଗି ଡେଲିଭରୀ ବୟଙ୍କୁ ନିର୍ଧୁମ ମାଡ଼। ରାସ୍ତାରେ ଗାଡ଼ି ଅଟକାଇ ପିଟିଲେ ଟ୍ରାଫିକ ପୁଲିସ। ଚାପୁଡା ଉପରେ ଚାପୁଡା କସି ଦେଇଗଲେ। କେବଳ ସେତିକି ନୁହେଁ ତାଙ୍କ ଫୋନ୍‌ ମଧ୍ୟ ଛଡାଇ ନେଲେ। ହେଲେ ସ୍ୱିଗି ବୟଙ୍କୁ ଏଭଳି ମାଡ ମାରିବା ଏବେ ଉକ୍ତ ଟ୍ରାଫିକ ପୁଲିସଙ୍କୁ ମହଙ୍ଗା ପଡିଛି। ସୋଶାଲ ମିଡିଆରେ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ସେ ଫସି ଯାଇଛନ୍ତି। ତାମିଲନାଡୁର କୋଏମ୍ବଟୁରରୁ ଆସିଛି କିଛି ଏଭଳି […]

ସ୍ୱିଗି ବୟଙ୍କୁ ବିଚ୍‌ ରାସ୍ତାରେ ପିଟି ଫସିଲେ ଟ୍ରାଫିକ୍‌ ପୁଲିସ

traffic-cop-slaps-swiggy boy

Advertisment

ଚେନ୍ନାଇ: ବିଚ୍‌ ରାସ୍ତାରେ ସ୍ୱିଗି ଡେଲିଭରୀ ବୟଙ୍କୁ ନିର୍ଧୁମ ମାଡ଼। ରାସ୍ତାରେ ଗାଡ଼ି ଅଟକାଇ ପିଟିଲେ ଟ୍ରାଫିକ ପୁଲିସ। ଚାପୁଡା ଉପରେ ଚାପୁଡା କସି ଦେଇଗଲେ। କେବଳ ସେତିକି ନୁହେଁ ତାଙ୍କ ଫୋନ୍‌ ମଧ୍ୟ ଛଡାଇ ନେଲେ। ହେଲେ ସ୍ୱିଗି ବୟଙ୍କୁ ଏଭଳି ମାଡ ମାରିବା ଏବେ ଉକ୍ତ ଟ୍ରାଫିକ ପୁଲିସଙ୍କୁ ମହଙ୍ଗା ପଡିଛି। ସୋଶାଲ ମିଡିଆରେ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ସେ ଫସି ଯାଇଛନ୍ତି। ତାମିଲନାଡୁର କୋଏମ୍ବଟୁରରୁ ଆସିଛି କିଛି ଏଭଳି ଚିତ୍ର।

Advertisment

ଜଣେ ଫୁଡ ଡେଲିଭରୀ ବୟଙ୍କୁ ରାସ୍ତା ଉପରେ ମାଡ ମାରିବା ଟ୍ରାଫିକ କନଷ୍ଟେବଳଙ୍କୁ ମହଙ୍ଗା ପଡିଛି। ତାଙ୍କୁ ମିଳିଛି ଦଣ୍ଡ। ତାଙ୍କୁ ସହରର ପୁଲିସ କଣ୍ଟ୍ରୋଲ ରୁମ୍‌ଙ୍କୁ ବଦଳି କରିଦିଆଯାଇଛି। ବାସ୍ତବରେ ସୋଶାଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଏହି ଟ୍ରାଫିକ୍ କନଷ୍ଟେବଳ ଜଣେ ସ୍ୱିଗି ବୟଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଏହି ଭିଡିଓ କ୍ଲିପ୍ ଏବଂ ଫୁଡ୍‌ ଡେଲିଭରୀ ବୟଙ୍କ ଅଭିଯୋଗ ଆଧାରରେ ଉକ୍ତ କନଷ୍ଟେବଳ ସତୀଶଙ୍କୁ ବଦଳି କରାଯାଇଛି।

ସିଙ୍ଗନଲ୍ଲୁର ଥାନା ସହ ଜଡିତ ଗ୍ରେଡ୍‌-୧ ଟ୍ରାଫିକ କନଷ୍ଟେବଳ ସତୀଶ ଶୁକ୍ରବାର ଅବିନାଶ ରୋଡ ସ୍ଥିତ ଟ୍ରାଫିକ ପୋଷ୍ଟରେ ଡେଲିଭରୀ ବୟ ମୋହନସୁନ୍ଦରମ୍‌ଙ୍କୁ ଚାପୁଡା ମାରିଥିଲେ। ଏ ପୂରା ଘଟଣା କ୍ୟାମେରାରେ କଏଦ ହୋଇଥିଲା। ଏହାପରେ ବରିଷ୍ଠ ପୁଲିସ ଅଧିକାରୀ ଉକ୍ତ କନଷ୍ଟେବଳଙ୍କ ବିରୋଧରେ ଆକ୍ସନ ନେଇଛନ୍ତି।

Advertisment

ମୋହନସୁନ୍ଦରମ ଗତ ଦୁଇ ବର୍ଷ ହେଲା ସ୍ୱିଗିରେ କାମ କରୁଛନ୍ତି। ସେ ଶୁକ୍ରବାର ସନ୍ଧ୍ୟାରେ କେଉଁଆଡେ ଫୁଡ୍‌ ଡେଲିଭରୀ ପାଇଁ ଯାଉଥିଲେ। ଏତିକି ବେଳେ ଏକ ଘରୋଇ ସ୍କୁଲ ବସ୍‌ ଚାଳକ ବେପରୁଆ ଭାବେ ଗାଡି ଚଳାଉଥିଲା। ଯେଉଁଥିପାଇଁ ଧକ୍କା ହେବାକୁ ଯାଉଥିଲା। ଏଭଳି ପରିସ୍ଥିତିରେ ମୋହନସୁନ୍ଦରମ୍ ସ୍କୁଲ ବସ୍‌ ଡ୍ରାଇଭରକୁ ଅଟକାଇ ଥିଲେ ତାଙ୍କୁ ତାଙ୍କ ବେପୁରଆ ଡ୍ରାଇଭିଂ ବିଷୟରେ ବୁଝାଉଥିଲେ। ଏଥିଯୋଗୁ ଟ୍ରାଫିକ୍ ଜାମ୍ ହୋଇଥିଲା।

ଏହାଦେଖି ସେଠାରେ ପୋଷ୍ଟିଂ ହୋଇଥିବା ଟ୍ରାଫିକ କନଷ୍ଟେବଳ ରାଗି ଯାଇଥିଲେ। ପରେ ମୋହନସୁନ୍ଦରମଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଚାପୁଡ଼ା ମାରିବା ସହ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ। ଏହା ସହିତ ତାଙ୍କ ବାଇକ୍‌କୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ପୂରା ଘଟଣାକୁ ନିଜ କ୍ୟାମେରାରେ କଏଦ କରିନେଇଥିଲେ।

ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ମୋହନସୁନ୍ଦରମ ଅଭିଯୋଗ କରିଥିଲେ। ଯାହା ପରେ ଟ୍ରାଫିକ କନଷ୍ଟେବଳଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ନଗର ପୁଲିସ କମିଶନରଙ୍କ ନିକଟକୁ ଆସିଥିବା ମୋହନସୁନ୍ଦରମଙ୍କ ଅଭିଯୋଗକୁ ଭିତ୍ତି କରି ଅଧିକାରୀମାନେ ସତୀଶଙ୍କୁ କଣ୍ଟ୍ରୋଲ ରୁମକୁ ବଦଳି କରିଛନ୍ତି।

https://twitter.com/welovecovai/status/1532998308448198657?s=20&t=lMgBBxonAe0Z8esArC2n8g

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe