ପୁଅର ଗଞ୍ଜେଇ ନିଶା ଛଡାଇଦେଲା ମା', ଆଖିରେ ଦଳି ଦେଲା ଲଙ୍କା ଗୁଣ୍ଡ

ହାଇଦ୍ରାବାଦ: ପୁଅକୁ ମା’ ଦେଲା ପେଟେଣ୍ଟ ମେଡିସିନ୍‌। ପୁଅର ନିଶା ଛଡାଇବା ପାଇଁ ଚଣ୍ଡି ରୂପ ଧାରଣ କଲା ମା’। ବଦମାସ ପୁଅର ବଦ୍‌ଗୁଣ ଛଡାଇବାକୁ ଯାଇ ଆଖିରେ ଦଳି ଦେଲା ଲଙ୍କା ଗୁଣ୍ଡ। ପୁଅ ଯେତେ ଚିତ୍କାର କଲେ ବି କିଛି ଶୁଣିଲାନି। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେଲେଙ୍ଗାନା ସୂର୍ଯ୍ୟପେଟା ଜିଲ୍ଲା କୋଡାଦ ସହରର ଜଣେ ୧୫ ବର୍ଷୀୟ ନାବାଳକ। ଗତ କିଛି […]

woman rubs chilli powder

Madhupriya Mistry
  • Published: Wednesday, 06 April 2022
  • , Updated: 06 April 2022, 04:40 PM IST

ହାଇଦ୍ରାବାଦ: ପୁଅକୁ ମା' ଦେଲା ପେଟେଣ୍ଟ ମେଡିସିନ୍‌। ପୁଅର ନିଶା ଛଡାଇବା ପାଇଁ ଚଣ୍ଡି ରୂପ ଧାରଣ କଲା ମା'। ବଦମାସ ପୁଅର ବଦ୍‌ଗୁଣ ଛଡାଇବାକୁ ଯାଇ ଆଖିରେ ଦଳି ଦେଲା ଲଙ୍କା ଗୁଣ୍ଡ। ପୁଅ ଯେତେ ଚିତ୍କାର କଲେ ବି କିଛି ଶୁଣିଲାନି। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେଲେଙ୍ଗାନା ସୂର୍ଯ୍ୟପେଟା ଜିଲ୍ଲା କୋଡାଦ ସହରର ଜଣେ ୧୫ ବର୍ଷୀୟ ନାବାଳକ। ଗତ କିଛି ଦିନ ହେବ ସେ ଲଗାତାର ଭାବେ ନିଶା ଦ୍ରବ୍ୟ ସେବନ କରୁଥିଲା। ଘରେ ପାଠ ପଢ଼ିବାକୁ ଯିବି କହି ଗଞ୍ଜେଇ ସେବନ କରୁଥିଲା ଏହି ପୁଅ। ଏପିରକି ଦିନ ଦିନ ସେ ଘରକୁ ମଧ୍ୟ ଆସୁନଥିଲା। ଏହା ଦେଖି ଚିନ୍ତିତ ହୋଇପଡିଥିଲା ମା'। ପୁଅର ନିଶା କେମିତି ଛଡାଇବ, ସେ ନେଇ ଚିନ୍ତା କରୁଥିଲା। ଏପରିକି ପୁଅର ନିଶା ଅଭ୍ୟାସ ଛଡାଇବା ପାଇଁ ମନ୍ଦିରରେ ପୂଜା ପାଠ ମଧ୍ୟ କରିଥିଲା। ହେଲେ ପୁଅର କିନ୍ତୁ କିଛି ଫରକ ପଡିନଥିଲା।

ନିଶା ପାଇଁ ବିଭିନ୍ନ ବାହାନାରେ ନିଜ ମା'କୁ ଟଙ୍କା ମାଗୁଥିଲେ ଓ ଟଙ୍କା ପାଇଁ ମା' ସହ ଝଗଡା ମଧ୍ୟ କରୁଥିଲା।  ବାପା ମା' ନିଜ ନାବାଳକ ପୁଅର ଏହି ଅବସ୍ଥା ଦେଖି ବିବ୍ରତ ହୋଇ ପଡିଥିଲେ। ତେବେ ସୋମବାର ସପ୍ତାହ ପରେ ପୁଅ ଘରକୁ ଫେରି ପୁଣି ଗଞ୍ଜେଇ ଖାଇବା ପାଇଁ ମା'କୁ ଟଙ୍କା ମାଗିଥିଲା। ଏଥିରେ ରାଗିଯାଇ ମା' ଧାରଣା କରିଥିଲା ଦୁର୍ଗା ରୂପ। ନାବାଳକ ପୁଅକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିବା ସହ ତା' ଆଖିରେ ଲଙ୍କା ଗୁଣ୍ଡ ଦଳି ଦେଇଥିବା ନେଇ ପୁଲିସ ସୂଚନା ଦେଇଛି।

ତେବେ ଘଟଣା ପରେ ପୁଲିସ ଉକ୍ତ ମହିଳା, ତାଙ୍କ ସ୍ୱାମୀ ଏବଂ ପୁଅକୁ ବୁଝାଇଛି। ବାପା-ମା'ଙ୍କୁ ଏପରି ଦଣ୍ଡ ଦେବା ପରିବର୍ତ୍ତେ  “ନିଶା” ଅଭ୍ୟାସରୁ ମୁକ୍ତ କରିବା ପାଇଁ ପୁଅକୁ ଡାକ୍ତର କିମ୍ବା ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ନେବାକୁ ପରାମର୍ଶ ଦେଇଛି। ଏଥିସହ ସାଧାରଣ ଜନତାଙ୍କୁ ଏଭଳି ନ କରିବା ପାଇଁ ପରାମର୍ଶ ଦେଇଛି।

https://twitter.com/IndiaGender/status/1510957088629211140?s=20&t=WJq_4tvAycmbkTwdXR5EpQ

Related story