Advertisment

ବୁଲଡୋଜର ଉପରେ ବସି ଆସିଲେ ବର, କଟିଲା ଚାଲାଣ

ଭୋପାଲ: ଅପରାଧୀଙ୍କୁ ସାବାଡ କରିବା ପାଇଁ ଯେବେଠାରୁ ବୁଲଡୋଜର ଚର୍ଚ୍ଚାକୁ ଆସିଲା ସେବେଠାରୁ ଏହାର କ୍ରେଜ ବଢ଼ିବାକୁ ଲାଗିଛି। ନିଜେ ଚର୍ଚ୍ଚାରେ ରହିବା ପାଇଁ ଏବେ ଜଣେ ବର ବୁଲଡୋଜର ଫର୍ମୁଲାକୁ ଆପଣାଇଛନ୍ତି। ବୁଲଡୋଜର ଉପରେ ବସି ବହାରିଛନ୍ତି ବରଯାତ୍ରୀ। ନିଜ ବାହାଘର ପାଇଁ ଘୋଡା ଗାଡି କି କାର୍‌ ନୁହେଁ ସିଧା ବୁଲଡୋଜର ଚଢ଼ି କନିଆଁ ଘରେ ପହଞ୍ଚିଛନ୍ତି। ତେବେ ଏଭଳି କରିବା ତାଙ୍କୁ ମହଙ୍ଗା ପଡିଛି। ଗଣିବାକୁ ପଡିଛି ମୋଟା ଅଙ୍କର ତଣ୍ଡ। ନିଜ […]

ଅଦ୍ୟତନ ହୋଇଛି
ବୁଲଡୋଜର ଉପରେ ବସି ଆସିଲେ ବର, କଟିଲା ଚାଲାଣ

groom in bulldozer

Advertisment

ଭୋପାଲ: ଅପରାଧୀଙ୍କୁ ସାବାଡ କରିବା ପାଇଁ ଯେବେଠାରୁ ବୁଲଡୋଜର ଚର୍ଚ୍ଚାକୁ ଆସିଲା ସେବେଠାରୁ ଏହାର କ୍ରେଜ ବଢ଼ିବାକୁ ଲାଗିଛି। ନିଜେ ଚର୍ଚ୍ଚାରେ ରହିବା ପାଇଁ ଏବେ ଜଣେ ବର ବୁଲଡୋଜର ଫର୍ମୁଲାକୁ ଆପଣାଇଛନ୍ତି। ବୁଲଡୋଜର ଉପରେ ବସି ବହାରିଛନ୍ତି ବରଯାତ୍ରୀ। ନିଜ ବାହାଘର ପାଇଁ ଘୋଡା ଗାଡି କି କାର୍‌ ନୁହେଁ ସିଧା ବୁଲଡୋଜର ଚଢ଼ି କନିଆଁ ଘରେ ପହଞ୍ଚିଛନ୍ତି। ତେବେ ଏଭଳି କରିବା ତାଙ୍କୁ ମହଙ୍ଗା ପଡିଛି। ଗଣିବାକୁ ପଡିଛି ମୋଟା ଅଙ୍କର ତଣ୍ଡ।

Advertisment

ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଜଣେ ସିଭିଲ ଇଞ୍ଜିନିୟର ଏକ ବୁଲଡୋଜରରେ ଉପରେ ବସି କନିଆଁ ଘରେ ପହଞ୍ଚିବା ମହଙ୍ଗା ପଡିଛି। ପୁଲିସ ବର ସମେତ ବୁଲଡୋଜର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ୫୦୦୦ ଟଙ୍କାର ଚାଲାଣ ମଧ୍ୟ କାଟିଛି।

ବାସ୍ତବରେ, ବୈତୁଲ ଜିଲ୍ଲାର ଝଲାର ଗାଁର ବାସିନ୍ଦା ସିଭିଲ ଇଞ୍ଜିନିୟର ଅଙ୍କୁଷ ଜୈସୱାଲ। ସେ ମଙ୍ଗଳବାର ଦିନ ବୁଲଡୋଜରରେ ବସି ବରଯାତ୍ରୀ ନେଇ ରଜରାସ୍ତାରେ ବାହାରିଥିଲେ। ସେ ବୁଲଡୋଜରର କ୍ରେନ ଉପରେ ବସି କନିଆଁ ଘରେ ପହଞ୍ଚିଥିଲେ। ସେ କେବଳ ଏକା ବସି ନଥିଲେ ତାଙ୍କ ସାଙ୍ଗରେ ଏକ ଛୋଟ ଛୁଆ ମଧ୍ୟ ବସିଥିଲା। କେବଳ ସେତିକି ନୁହେଁ ବର ସମେତ ତାଙ୍କ ପରିବାରର ଦୁଇ ଜଣ ମହିଳା ମଧ୍ୟ ବୁଲଡୋଜର ଉପରେ ବସିଥିବା ଦେଖିବାକୁ ମିଳିଥିଲା। ପରେ ଏହି ବରଯାତ୍ରୀର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଥିଲା ପୁଲିସ।

Advertisment

ବୈତୁଲ ପୁଲିସ ଅଧୀକ୍ଷକ ସିମାଲା ପ୍ରସାଦଙ୍କ ନିର୍ଦ୍ଦେଶରେ ଜେସିବି (ବୁଲଡୋଜର) ଡ୍ରାଇଭର ରବି ବାରସ୍କରଙ୍କୁ ପଞ୍ଜୀକରଣ ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରି ମୋଟର ଯାନ ଅଧିନିୟମ ଧାରା ୩୯/୧୯୨ (୧) ଅନୁଯାୟୀ ୫୦୦୦ଟଙ୍କା ଜରିମାନା କରାଯାଇଛି।

ଜେସିବି ମେସିନ୍ ବ୍ୟବସାୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ସାଧାରଣ ପରିବହନ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଜେସିବି ଡ୍ରାଇଭର ନିୟମ ଉଲ୍ଲଂଘନ କରିଛନ୍ତି। ତେଣୁ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe