Advertisment

ଗୋଟିଏ ଦାନା ଅଙ୍ଗୁରର ଦାମ୍ ୩୫ ହଜାର!

ନୂଆଦିଲ୍ଲୀ: କୁହାଯାଏ ଅଙ୍ଗୁର ଖାଇଲେ ମିଠା, ନଖାଇଲେ ଖଟା। ହେଲେ ଏଠି ଆପଣ ଅଙ୍ଗୁର ଖାଆନ୍ତୁ କି ନଖାଆନ୍ତୁ ତାର ଦାମ ଶୁଣିଲେ ଆପଣଙ୍କ ମନ ଖଟା ହୋଇଯିବ। କିଲୋ କି ଦୁଇ କିଲୋ ନୁହେଁ, ଗୋଟିଏ ଅଙ୍ଗୁରର ଦାମ୍ ହଜାର ହଜାର ଟଙ୍କା। ଏ ହେଉଛି ବିଶ୍ୱର ସବୁଠୁ ମହଙ୍ଗା ଅଙ୍ଗୁର। ଲାଲ୍ ଟହ ଟହ ଏହି ଅଙ୍ଗୁର ଏବେ ଲଗଜୁରୀ ଫଳ ତାଲିକାରେ ସାମିଲ ହୋଇଛି। ଅଙ୍ଗୁରର ନାଁ ରୁବି ରୋମନ। ସାଇଜ୍ ଯେମିତି […]

author-image
Madhupriya Mistry
ଗୋଟିଏ ଦାନା ଅଙ୍ଗୁରର ଦାମ୍ ୩୫ ହଜାର!

grapes

ନୂଆଦିଲ୍ଲୀ: କୁହାଯାଏ ଅଙ୍ଗୁର ଖାଇଲେ ମିଠା, ନଖାଇଲେ ଖଟା। ହେଲେ ଏଠି ଆପଣ ଅଙ୍ଗୁର ଖାଆନ୍ତୁ କି ନଖାଆନ୍ତୁ ତାର ଦାମ ଶୁଣିଲେ ଆପଣଙ୍କ ମନ ଖଟା ହୋଇଯିବ। କିଲୋ କି ଦୁଇ କିଲୋ ନୁହେଁ, ଗୋଟିଏ ଅଙ୍ଗୁରର ଦାମ୍ ହଜାର ହଜାର ଟଙ୍କା। ଏ ହେଉଛି ବିଶ୍ୱର ସବୁଠୁ ମହଙ୍ଗା ଅଙ୍ଗୁର। ଲାଲ୍ ଟହ ଟହ ଏହି ଅଙ୍ଗୁର ଏବେ ଲଗଜୁରୀ ଫଳ ତାଲିକାରେ ସାମିଲ ହୋଇଛି।

Advertisment

[caption id="attachment_656724" align="aligncenter" width="647"]red-grapes ଏ ହେଉଛି ବିଶ୍ୱର ସବୁଠୁ ମହଙ୍ଗା ଅଙ୍ଗୁର।[/caption]

ଅଙ୍ଗୁରର ନାଁ ରୁବି ରୋମନ। ସାଇଜ୍ ଯେମିତି ସ୍ୱାଦ ତାଠାରୁ ଅଧିକ। ନଖାଇଲା ଯାଏଁ ଜାଣିହେବନି ଅଙ୍ଗୁର କେତେ ସୁଆଦିଆ। ଜାପାନରେ ଫଳୁଥିବା ଏହି ସ୍ୱତନ୍ତ୍ର ଅଙ୍ଗୁର ଦେଖିବାକୁ ପିଙ୍ଗ ପଙ୍ଗ ବଲ୍ ଭଳି। ବଗିଚାରେ ଫଳୁଥିବା ପ୍ରତ୍ୟେକ ଅଙ୍ଗୁରର ଆକାର ଏବଂ ସ୍ୱାଦ ଏକାଭଳି। ବିଶ୍ୱର ଅନ୍ୟ ସ୍ଥାନରେ ମିଳୁଥିବା ଅଙ୍ଗୁରର ସ୍ୱାଦ ଠାରୁ ଏହାର ସ୍ୱାଦ ଭିନ୍ନ ଏବଂ ଅଧିକ ସୁଆଦିଆ।

Advertisment

[caption id="attachment_656727" align="aligncenter" width="650"]ruby roman grapes ବିଶ୍ୱର ସବୁଠୁ ମହଙ୍ଗା ଅଙ୍ଗୁରର ନାଁ ରୁବି ରୋମନ[/caption]

ଏହି ଅଙ୍ଗୁରକୁ ଜାପାନର ଇଶିକାବା ପ୍ରଥମେ ନିଜ ବଗିଚାରେ ଫଳାଇଥିଲେ। କିଛି ଦିନ ତଳେ ଏହି ସ୍ୱତନ୍ତ୍ର ଅଙ୍ଗୁରର ଅକ୍ସନ କରାଯାଇଥିଲା। ମୋଟ ୨୪ ଟି ଅଙ୍ଗୁର ୮ ଲକ୍ଷ ୧୭ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ଅର୍ଥାତ୍ ଗୋଟିଏ ଗୋଟିଏ ଅଙ୍ଗୁରର ଦାମ୍ ପାଖାପାଖି ୩୫ ହଜାର ଟଙ୍କା।