honey
ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ନିର୍ଭୀକ ବା ନିଡ଼ର ପ୍ରାଣୀ ହେଉଛନ୍ତି ହନି ବାଜର। ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହି ମାଂସାହାରୀ ପ୍ରାଣୀଙ୍କ ପାଖରେ ନିଜକୁ ରକ୍ଷା କରିବା ପାଇଁ ଆକ୍ରମଣ କ୍ଷମତା ରହିଛି। ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ‘ନିଡ଼ର ପ୍ରାଣୀ’ ଭାବରେ ହନି ବାଜରର ନାମ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ଏହି ଛୋଟ ପ୍ରାଣୀ ସିଂହ ଓ ବାଘ ପରି ବଡ଼ ଶିକାରୀ ସହିତ ଲଢ଼େଇ ମଧ୍ୟ କରିପାରନ୍ତି। ଏବେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଛୋଟ ହନି ବାଜର ଦଳେ ସିଂହ ସହିତ ଲଢ଼େଇ କରୁଛନ୍ତି। ଭିଡିଓଟି ଦେଖିବାକୁ ଭଲ ଲାଗୁଥିଲେ ମଧ୍ୟ ଏଥିରେ ହନି ବାଜରଙ୍କ ସାହାସିକତାକୁ ପ୍ରଶଂସା କରାଯାଇଛି।
ଭାରତୀୟ ବନ ବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ଏକ ଭିଡିଓ ଶେଆର୍ କରିଛନ୍ତି। ଯେଉଁ ଭିଡିଓରେ ସିଂହ ଓ ହନି ବାଜରଙ୍କ ଲଢ଼େଇ ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି ଯେ ଛୋଟ ହୋଇଥିଲେ ମଧ୍ୟ ଦୁଇଟି ହନି ବାଜର ଘାଇଲା ସିଂହ ମୁହଁରୁ ନିଜକୁ ରକ୍ଷା କରିଛନ୍ତି ଏବଂ ସେମାନଙ୍କୁ ଡ଼ରାଇ ଘଉଡ଼ାଇବାରେ ସଫଳ ହୋଇଛନ୍ତି।
ସୁଶାନ୍ତ ନନ୍ଦ ଏହି ଭିଡିଓଟିକୁ ଶେଆର୍ କରି ଲେଖିଛନ୍ତି, ‘ ଛୋଟ ବାଜର ନିଜର ଶକ୍ତି ଓ କ୍ରୁରତା ପାଇଁ ଜଣାଶୁଣା। ଏହି ଛୋଟ ପଶୁ ଆକ୍ରାତ୍ମକ ଓ ନିଡ଼ର ଭାବରେ ଅନ୍ୟ ପ୍ରଜାତିଙ୍କ ଉପରେ ଆକ୍ରମଣ କରିଥାଏ। ଏମାନଙ୍କ ରକ୍ଷା ପାଇବା କଷ୍ଟକର।’
ହନି ବାଜର ଓ ସିଂହଙ୍କର ଏହି ଲଢ଼େଇର ଭିଡିଓଟିକୁ ପୂର୍ବି ଜାମ୍ୱିଆର ଲୁଙ୍ଗୱା ନ୍ୟାଲନାଲ୍ ଗେମ୍ ପାର୍କରେ ପର୍ଯ୍ୟଟକମାନେ ରେକର୍ଡ କରିଛନ୍ତି।
ଭିଡିଓଟିକୁ ସୋଶାଲ ମିଡିଆରେ ୬ ଅଗଷ୍ଟରେ ଶେଆର୍ କରାଯାଇଥିଲା। ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି ଏବଂ ହଜାରରୁ ଅଧିକ ଲାଇକ୍ ଓ ରିଟ୍ୱିଟ୍ ମିଳିଛି।
ସୂଚନାଯୋଗ୍ୟ, ହନି ବାଜର ଆଫ୍ରିକା, ସାଉଦି ଆରବ, ଇରାନ୍ ଓ ପଶ୍ଚିମ ଏସିଆରେ ଦେଖିବାକୁ ମିଳିଥା’ନ୍ତି। ସାଉଥ୍ ଆଫ୍ରିକା କଣ୍ଟ୍ରି ଲାଇଫ୍ ଅନୁସାରେ ଏମାନଙ୍କ ଶରୀରରେ ଶିକାରୀଙ୍କ ପରି ଲଢ଼ିବା କ୍ଷମତା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/honey.jpg)