Advertisment

ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଚୋର: ଯଦି ଟଙ୍କା ନଥିଲା କାହିଁକି ତାଲା ପକାଉଥିଲ

ଭୋପାଲ: ଚୋରି କରିବାକୁ ଆସି ଚିଠି ଲେଖିଦେଇ ଗଲା ଚୋର। ସେ ପୁଣି ଜିଲ୍ଲାପାଳଙ୍କ ନାଁରେ। କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଘରକୁ ଚୋରି କରିବାକୁ ଆସି ଖୋଦ୍‌ ଜିଲ୍ଲାପାଳଙ୍କ ଡାଏରୀରେ ଏବଂ ପେନ୍‌ ବ୍ୟବହାର କରି ଚିଠି ଲେଖିଲା ଚୋର। ଏବେ ଏହି ଚିଠି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ଦେୱାସରେ ଘଟିଛି ଏଭଳି ଅଜବ ଚୋରି ଘଟଣା। ଏଠାକାର କିଛି ଚୋର ଉପ-ଜିଲ୍ଲାପଳଙ୍କ ଘରକୁ ଟାର୍ଗେଟ କରିଥିଲେ। ଘରେ କେହି ନଥିବାର […]

ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଚୋର: ଯଦି ଟଙ୍କା ନଥିଲା କାହିଁକି ତାଲା ପକାଉଥିଲ

Thief left letter

Advertisment

ଭୋପାଲ: ଚୋରି କରିବାକୁ ଆସି ଚିଠି ଲେଖିଦେଇ ଗଲା ଚୋର। ସେ ପୁଣି ଜିଲ୍ଲାପାଳଙ୍କ ନାଁରେ। କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଘରକୁ ଚୋରି କରିବାକୁ ଆସି ଖୋଦ୍‌ ଜିଲ୍ଲାପାଳଙ୍କ ଡାଏରୀରେ ଏବଂ ପେନ୍‌ ବ୍ୟବହାର କରି ଚିଠି ଲେଖିଲା ଚୋର। ଏବେ ଏହି ଚିଠି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମଧ୍ୟପ୍ରଦେଶର ଦେୱାସରେ ଘଟିଛି ଏଭଳି ଅଜବ ଚୋରି ଘଟଣା। ଏଠାକାର କିଛି ଚୋର ଉପ-ଜିଲ୍ଲାପଳଙ୍କ ଘରକୁ ଟାର୍ଗେଟ କରିଥିଲେ। ଘରେ କେହି ନଥିବାର ସୁଯୋଗ ପାଇ ଚୋରମାନେ କବାଟ ଭାଙ୍ଗି ପଶିଥିଲେ। ହେଲେ ହାତରେ କିଛି ଲାଗିନଥିଲା। ଘରେ ଟଙ୍କାଟିଏ ବି ନଥିଲା। ଏଥିରେ ବିରକ୍ତ ହୋଇ ଚୋର ଉପ-ଜିଲ୍ଲାପାଳଙ୍କ ନାଁରେ ତାଙ୍କ ଡାଏରୀରେ ଏକ ଚିଠି ଲେଖି ଆସିଥିଲା। ଏହି ଚିଠିରେ ଲେଖାଥିଲା-'ଯଦି ଘରେ ଟଙ୍କା ନଥିଲା ତେବେ କାହିଁକି ତଲା ପକାଉଥିଲ। କଲେକ୍ଟର।'

ପ୍ରକୃତରେ, ଏହି ଚୋର ଜଣକ ଖଟେଗାଓଁ ଏସଡିଏମ (ଡେପୁଟି କଲେକ୍ଟର) ତ୍ରିଲୋଚନ ଗଉଡ୍‌ଙ୍କ ସିଭିଲ ଲାଇନରେ ସ୍ଥିତ ସରକାରୀ ଘରେ ଚୋରି କରିବାକୁ ଯାଇଥିଲେ। ଗଉଡ୍‌ ବର୍ତ୍ତମାନ ଦେୱାସର ଖାଟେଗାଓଁ ତହସିଲର SDM ଅଟନ୍ତି। ସେ ପ୍ରାୟ ୧୫ ଦିନ ଧରି ଦେୱାସରେ ଥିବା ତାଙ୍କ ଘରକୁ ଆସି ନଥିଲେ।

Advertisment

ହେଲେ ଗତକାଲି ରାତିରେ ଉପ-ଜିଲ୍ଲାପାଳ ଉକ୍ତ ଘରକୁ ଯାଇଥିଲେ। ଘରର ତାଲା ଭାଙ୍ଗି ପଡିଥିବା ଦେଖି  ସେ ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତ ବେଳେ ଚୋର ଜିଲ୍ଲାପାଳଙ୍କ ନାଁରେ ଲେଖିଥିବା ଏହି ହାତ ଲେଖା ଚିଠି ମିଳିଥିଲା। ଏହି ଚିଠିଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ପୁଲିସ ଏକ ଅଜ୍ଞାତ ମାମଲା ରୁଜୁ କରି ଚୋରକୁ ଖୋଜିବା ଆରମ୍ଭ କରିଛି। ଉକ୍ତ ଚୋର ଏସ୍‌ଡିଏମ୍‌ଙ୍କ ଘରୁ ଗୋଟିଏ ସୁନା ମୁଦି, କିଛି ରୂପା ଅଳଙ୍କାର ଏବଂ ନଗଦ ୩୦ ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡିଛି।

https://twitter.com/Anurag_Dwary/status/1447254153797922817?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe