diljit
ମୁମ୍ବାଇ: ସୋଶାଲ ମିଡିଆରେ 'ବାବା କା ଢାବା' ଲୋକପ୍ରିୟ ହେବା ପରଠାରୁ ଏଭଳି ଭିଡିଓ ଲଗାତର ସାମ୍ନାକୁ ଆସୁଛି। ଛୋଟ-ଛୋଟ ଦୋକାନ ଦେଇ ଜୀବନଜୀବିକା ଚଳାଉଥିବା ବ୍ୟକ୍ତିମାନଙ୍କ କଷ୍ଟ ଯନ୍ତ୍ରଣାର କାହାଣୀ ସୋଶାଲ ମିଡିଆ ଜରିଆରେ ଲୋକେ ଶେୟାର କରୁଛନ୍ତି। ତେବେ ନିକଟରେ ଜଳନ୍ଧରରେ ଜଣେ 70 ବର୍ଷୀୟ ବୟସ୍କା ମହିଳାଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମହିଳା ଜଣଙ୍କ ନିଜର ଦୁଃଖର କାହାଣୀ କହୁଥିବା ଦେଖିବାକୁ ମିଳିଛି।
ବାବା କା ଢାବା ପରେ ସୋଶାଲ ମିଡିଆରେ ଏବେ ଭାଇରାଲ ହେଉଛି ଆଉ ଜଣେ ବୁଢ଼ୀ ମାଆଙ୍କ ଭିଡିଓ। ବଲିଉଡ୍ ତଥା ପଞ୍ଜାବୀ ଫିଲ୍ମ ଜଗତର ଲୋକପ୍ରିୟ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝ ଭିଡିଓକୁ ଶେୟାର ମଧ୍ୟ କରିଛନ୍ତି। ନିଜ ଫ୍ୟାନମାନଙ୍କୁ ବୟସ୍କା ମହିଳାଙ୍କୁ ସହାୟତା କରିବାକୁ ସେ ଅପିଲ ମଧ୍ୟ କରିଛନ୍ତି।
ଭିଡିଓରେ ବୁଢ଼ୀ ମାଆ ଜଣକ ପେଟ ପାଇଁ କେମିତି ତାଙ୍କୁ କଷ୍ଟ କରିବାକୁ ପଡ଼ୁଛି କହୁଛନ୍ତି। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କ ପାଇଁ ଏ ଦୁନିଆରେ ଆଉ କେହି ସାହାରା ନାହାନ୍ତି। ପେଟକୁ ଦାନା ପାଇଁ ସେ ରାସ୍ତା କଡ଼ରେ ବସି ପରଟା ଆଉ ଚା' ବିକ୍ରି କରୁଛନ୍ତି।
ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଦିଲଜିତ୍ ଏହାକୁ ଶେୟାର କରିବା ପରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ବୁଢ଼ୀ ମା'ଙ୍କ କାହାଣୀ ପହଞ୍ଚିପାରିଛି। ଦିଲଜିତ୍ ବୁଢ଼ୀ ମାଆଙ୍କ ଦୋକାନରେ ଖାଇବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି। ଏହାସହ ଜଳନ୍ଧର ଗଲେ ସେ ନିଶ୍ଚିତ ବୁଢ଼ୀ ମାଆଙ୍କ ହାତ ତିଆରି ପରାଟା ଖାଇବେ ବୋଲି କହିଛନ୍ତି।
ଦିଲଜିତଙ୍କ ବ୍ୟତୀତ ପଞ୍ଜାବୀ ଅଭିନେତା ତଥା ଗାୟକ ଏମି ଭିର୍କ ମଧ୍ୟ ଭିଡିଓଟିକୁ ଶେୟାର କରି ଲୋକଙ୍କୁ ବୟସ୍କ ବ୍ୟକ୍ତିମାନଙ୍କ ସମ୍ମାନ ଓ ସହାୟତା କରିବାକୁ ଅପିଲ୍ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/diljit.jpg)