Advertisment

ଇଂରାଜୀ ଗୀତରେ ଧୂମ୍‌ ନାଚିଲେ ଟ୍ରାଫିକ୍‌ ପୁଲିସ

ନୂଆଦିଲ୍ଲୀ: ଖରା ବର୍ଷାରେ ଠିଆ ହୋଇ ରାସ୍ତାରୁ ଟ୍ରାଫିକ ହଟାଇବାରେ ବ୍ୟସ୍ତଥା’ନ୍ତି ଟ୍ରାଫିକ ପୁଲିସ। ଲୋକମାନେ କିଭଳି ସୁରୁଖୁରୁରେ ଯାତାୟତ କରିବେ ସେ ନେଇ ସେମାନେ ତତ୍ପର। କିନ୍ତୁ ଏଭଳି କିଛି ଟ୍ରାଫିକ ପୁଲିସ ଅଛନ୍ତି ଯିଏକି ରାସ୍ତା ଉପରେ ଡ୍ୟାନ୍ସ କରି ଲୋକଙ୍କ ମନୋରଞ୍ଜନ କରି ଟ୍ରାଫିକ ସମ୍ଭାଳିଥା’ନ୍ତି। ନିକଟରେ ଏଭଳି ହିଁ ଜଣେ ଡ୍ୟାନ୍ସର ଟ୍ରାଫିକ ପୁଲିସ ସାମ୍ନାକୁ ଆସିଛନ୍ତି, ଯିଏ ରାସ୍ତା ଉପରେ ଇଂରାଜୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। […]

ଇଂରାଜୀ ଗୀତରେ ଧୂମ୍‌ ନାଚିଲେ ଟ୍ରାଫିକ୍‌ ପୁଲିସ

traffic-police-danced

Advertisment

ନୂଆଦିଲ୍ଲୀ: ଖରା ବର୍ଷାରେ ଠିଆ ହୋଇ ରାସ୍ତାରୁ ଟ୍ରାଫିକ ହଟାଇବାରେ ବ୍ୟସ୍ତଥା'ନ୍ତି ଟ୍ରାଫିକ ପୁଲିସ। ଲୋକମାନେ କିଭଳି ସୁରୁଖୁରୁରେ ଯାତାୟତ କରିବେ ସେ ନେଇ ସେମାନେ ତତ୍ପର। କିନ୍ତୁ ଏଭଳି କିଛି ଟ୍ରାଫିକ ପୁଲିସ ଅଛନ୍ତି ଯିଏକି ରାସ୍ତା ଉପରେ ଡ୍ୟାନ୍ସ କରି ଲୋକଙ୍କ ମନୋରଞ୍ଜନ କରି ଟ୍ରାଫିକ ସମ୍ଭାଳିଥା'ନ୍ତି। ନିକଟରେ ଏଭଳି ହିଁ ଜଣେ ଡ୍ୟାନ୍ସର ଟ୍ରାଫିକ ପୁଲିସ ସାମ୍ନାକୁ ଆସିଛନ୍ତି, ଯିଏ ରାସ୍ତା ଉପରେ ଇଂରାଜୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଟ୍ରାଫିକ ପୁଲିସ ବାବୁଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଡ୍ୟୁଟି ବେଳେ ଟ୍ରାଫିକ ପୁଲିସଙ୍କ ଜବରଦସ୍ତ ଡ୍ୟାନ୍ସ। ସେ ଡ୍ୟାନ୍ସ ଜାରିଆରେ କଣ୍ଟ୍ରୋଲ କରୁଛନ୍ତି ଟ୍ରାଫିକ। ରେଡ୍‌ ସିଗ୍‌ନାଲ ଆସିବା କ୍ଷଣି ଦିବଙ୍ଗତ ହଲିଉଡ ଡ୍ୟାନ୍ସର ମାଇକଲ ଜ୍ୟାକସନ୍‌ଙ୍କ ଗୀତରେ ଟ୍ରାଫିକ ପୁଲିସ ଜଣକ ଡ୍ୟାନ୍ସ କରୁଛନ୍ତି। ତାଙ୍କ ଅନ୍ଦାଜ ଓ ଡ୍ୟାନ୍ସ କରିବା ଷ୍ଟାଇଲ୍‌ ଏବେ ସମସ୍ତଙ୍କୁ ଘାଇଲା କରିଛି। ସୋଶାଲ ମିଡିଆରେ ନିଜ ଡ୍ୟାନ୍ସ ଜରିଆରେ ଏହି ଟ୍ରାଫିକ ପୁଲିସ ଜଣକ ନିଆଁ ଲଗାଇ ଦେଇଛନ୍ତି। ସମସ୍ତେ ତାଙ୍କୁ ଏବେ ପ୍ରଶଂସା କରୁଛନ୍ତି।

ଟ୍ରାଫିକ ପୁଲିସଙ୍କ ଏହି ଡ୍ୟାନ୍ସ ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି। ଆପଣଙ୍କ ଆଗରେ ବଡ ବଡ କୋରିଓଗ୍ରାଫର ଫେଲ୍‌ ମାରିଯିବେ ବୋଲି ୟୁଜର୍ସମାନେ କହିଛନ୍ତି। ତେବେ ଟ୍ରାଫିକ ପୁଲିସ ଜଣକ ନାଁ କ'ଣ ଓ ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe