Advertisment

ଲାଇଭ୍ ଷ୍ଟ୍ରିମିଂ ବେଳେ ବିଚ୍‌ରାସ୍ତାରେ ୟୁଟ୍ୟୁବର୍‌ଙ୍କୁ ଅସଦାଚରଣ, ୨ ଗିରଫ

ମୁମ୍ବାଇ: ବିଚ୍ ରାସ୍ତାରେ ଅସଦାଚରଣର ଶିକାର ହେଲେ ମହିଳା ୟୁଟ୍ୟୁବର୍। ଲାଇଭ୍ ଷ୍ଟ୍ରିମିଂ ବେଳେ ତାଙ୍କ ସହ କିଛି ଦୁର୍ବୃତ୍ତ କଲେ ଦୁର୍ବ୍ୟବହାର। ଏଭଳି କିଛି ଘଣ୍ଟା ସାମ୍ନାକୁ ଆସିଛି ମୟାନଗରୀ ମୁମ୍ବାଇରୁ। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ମୁମ୍ବାଇର ଏକ ବିଚ୍ ରାସ୍ତାରେ ଜଣେ କୋରିଆନ୍ ମହିଳା ୟୁଟ୍ୟୁବର୍ ଅସଦାଚରଣର ଶିକାର ହୋଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସର କହିବା ମୁତାବକ, ଉକ୍ତ ମହିଳା […]

author-image
Madhupriya Mistry
ଲାଇଭ୍ ଷ୍ଟ୍ରିମିଂ ବେଳେ ବିଚ୍‌ରାସ୍ତାରେ ୟୁଟ୍ୟୁବର୍‌ଙ୍କୁ ଅସଦାଚରଣ, ୨ ଗିରଫ

harassing-korean-woman

ମୁମ୍ବାଇ: ବିଚ୍ ରାସ୍ତାରେ ଅସଦାଚରଣର ଶିକାର ହେଲେ ମହିଳା ୟୁଟ୍ୟୁବର୍। ଲାଇଭ୍ ଷ୍ଟ୍ରିମିଂ ବେଳେ ତାଙ୍କ ସହ କିଛି ଦୁର୍ବୃତ୍ତ କଲେ ଦୁର୍ବ୍ୟବହାର। ଏଭଳି କିଛି ଘଣ୍ଟା ସାମ୍ନାକୁ ଆସିଛି ମୟାନଗରୀ ମୁମ୍ବାଇରୁ। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

Advertisment

ମୁମ୍ବାଇର ଏକ ବିଚ୍ ରାସ୍ତାରେ ଜଣେ କୋରିଆନ୍ ମହିଳା ୟୁଟ୍ୟୁବର୍ ଅସଦାଚରଣର ଶିକାର ହୋଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସର କହିବା ମୁତାବକ, ଉକ୍ତ ମହିଳା ଜଣକ ଦକ୍ଷିଣ କୋରିଆର ବାସିନ୍ଦା। ସେ ଲାଇଭ୍ ଷ୍ଟ୍ରିମିଂ କରୁଥିବା ବେଳେ ତାଙ୍କ ସହ କିଛି ଯୁବକ ଅସଦାଚରଣ କରିଥିଲେ। ତେବେ ଏନେଇ ମହିଳା ଜଣକ କୌଣସି ଅଭିଯୋଗ କରିନାହାନ୍ତି। କିନ୍ତୁ ଭିଡିଓ ଭାଇରାଲ ହେବା ପରେ ପୁଲିସ ଖୋଦ୍ ନିଜ ଆଡୁ ତଦନ୍ତ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।

https://twitter.com/mhyochi/status/1597867422975156226?s=20&t=H8XN21yZq1o0TiaJNkIYYg

Advertisment

ସୋଶାଲ ମିଡିଆରେ ଶେଆର କରାଯାଇଥିବା ଭଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଅଭିଯୁକ୍ତ ମୁମ୍ବାଇର ଖାର୍ ଅଞ୍ଚଳରେ ଉକ୍ତ ମହିଳା ୟୁଟ୍ୟୁବର୍‌ଙ୍କ ହାତ ଧରି ଟାଣୁଛନ୍ତି। ମହିଳା ଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ‘ନା, ନା’ ଚିତ୍କାର କରୁଛନ୍ତି। ଯେତେ ମନା କଲେ ବି ଦୁଇ ଜଣ ଯୁବକ ଉକ୍ତ ମହିଳାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ତାଙ୍କୁ ଟଣାଉଟରା ମଧ୍ୟ କରୁଛନ୍ତି। ଯେଉଁ ସମୟରେ ଏହି ଘଟଣା ଘଟିଲା ସେହି ସମୟରେ ମହିଳା ଜଣକ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ।

ସେପଟେ ଏହି ଘଟଣା ନେଇ ପୀଡିତା ମହିଳା ଟ୍ୱିଟ୍ କରି କହିଛନ୍ତି, ଗତକାଲି ରାତିରେ ଲାଇଭଷ୍ଟ୍ରିମିଂ ସମୟରେ ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ମିଶି ମୋତେ ହଇରାଣ କରିଥିଲେ। ଏହି ମାମଲାକୁ ବୃଦ୍ଧି ନକରିବାକୁ ମୁଁ ଚେଷ୍ଟା କଲି ଏବଂ ଚାଲିଗଲି।