Advertisment

କାର୍‌ରେ ଗଲେ ୬ କିମି, 'ଉବର୍‌' ଧରାଇଲା ୩୨ଲକ୍ଷର ବିଲ୍‌

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିହାତି ଆଶ୍ଚର୍ଯ୍ୟ ହେଉଥିବେ। ୬ କିମି ରାସ୍ତାକୁ କିଏ କ’ଣ ୩୨ ଲକ୍ଷର ବିଲ୍‌ ଦିଏ। ହେଲେ କଥାଟି ଏକଦମ୍‌ ସତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ୬ କିମି କାର୍‌ରେ ଯିବା ପରେ ତାଙ୍କୁ ମିଳିଛି ୩୨ ଲକ୍ଷ ଟଙ୍କାର ବିଲ୍‌। ରାଇଡିଂ ସୁବିଧା ଯୋଗାଇ ଦେଉଥିବା ଅନ୍‌ଲାଇନ୍‌ ସଂସ୍ଥା ‘ଉବର୍‌’ ଏହି ମୋଟା ଅଙ୍କର ବିଲ୍‌ ଧରାଇଛି। ଏହି ବିଲ୍‌କୁ ଦେଖି କାର୍‌ ବୁକ୍‌ […]

ଅଦ୍ୟତନ ହୋଇଛି
କାର୍‌ରେ ଗଲେ ୬ କିମି, 'ଉବର୍‌' ଧରାଇଲା ୩୨ଲକ୍ଷର ବିଲ୍‌

Uber

Advertisment

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିହାତି ଆଶ୍ଚର୍ଯ୍ୟ ହେଉଥିବେ। ୬ କିମି ରାସ୍ତାକୁ କିଏ କ'ଣ ୩୨ ଲକ୍ଷର ବିଲ୍‌ ଦିଏ। ହେଲେ କଥାଟି ଏକଦମ୍‌ ସତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ୬ କିମି କାର୍‌ରେ ଯିବା ପରେ ତାଙ୍କୁ ମିଳିଛି ୩୨ ଲକ୍ଷ ଟଙ୍କାର ବିଲ୍‌। ରାଇଡିଂ ସୁବିଧା ଯୋଗାଇ ଦେଉଥିବା ଅନ୍‌ଲାଇନ୍‌ ସଂସ୍ଥା 'ଉବର୍‌' ଏହି ମୋଟା ଅଙ୍କର ବିଲ୍‌ ଧରାଇଛି। ଏହି ବିଲ୍‌କୁ ଦେଖି କାର୍‌ ବୁକ୍‌ କରିଥିବା ଯୁବକଙ୍କ ହୋସ୍‌ ଉଡିଯାଇଛି।

Advertisment

ବ୍ରିଟେନ୍‌ର ୨୨ ବର୍ଷୀୟ ଓଲିଭର୍‌ କପଲାନ୍‌। ସେ ଅଫିସରୁ ବାହାରିବା ପରେ ଉବର୍‌ କ୍ୟାବ୍‌ ବୁକ୍‌ କରିଥିଲେ।  ଅଫିସରୁ ପ୍ରାୟ ୬ କିଲୋମିଟରରେ ଦୂରରେ ସ୍ଥିତ ଏକ ପବ୍‌କୁ ତାଙ୍କର ଯିବାର ଥିଲା। ସେଠାରେ ସେ ତାଙ୍କ ବନ୍ଧୁଙ୍କ ସହ ଡ୍ରିଙ୍କସ୍‌ ପାର୍ଟି କରିଥା'ନ୍ତେ।

6 KM का सफर, बिल आया 32 लाख... UBER कैब लेने वाला हैरान! - Uber charges 32 lakh Rs for six km journey after cab location error passenger surprised tstf - AajTak

ସବୁ କିଛି ଠିକ୍‌ ଚାଲିଥିଲା। ଅଲିଭର୍‌ କ୍ୟାବ୍‌ରେ ବସିଲେ ଆଉ ନିଜ ଗନ୍ତବ୍ୟ ସ୍ଥଳରେ ମଧ୍ୟ ପହଞ୍ଚିଲେ। ସେଠାରେ ସେ ପାର୍ଟି କରି ରାତିରେ ଘରକୁ ଫେରିଥିଲେ। କିନ୍ତୁ ସକାଳୁ ଉଠି କ୍ରେଡିଟ୍‌ କାର୍ଡ ବିଲ୍‌ ଚେକ୍‌ କରିବା ବେଳେ ତାଙ୍କ ହୋସ୍‌ ଉଡିଯାଇଥିଲା। ଉବର୍‌ କ୍ୟାବ୍‌ ବିଲ୍‌ ୩୨ ଲକ୍ଷ ଟଙ୍କାରୁ ବି ଅଧିକ ଆସିଥିବା ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

Advertisment

ପ୍ରକୃତରେ ଅଲିଭର୍‌ ନିଶାସକ୍ତ ଅବସ୍ଥାରେ ଥିବା ଯୋଗୁ ରାତିରେ ନିଜର ବିଲ୍‌ ଚେକ୍‌ କରିପାରିନଥିଲେ। ଅଲିଭର୍‌ ନିଜ ଡ୍ରପ୍‌-ଅଫ୍‌ ଲୋକେସନ୍‌ ବ୍ରିଟେନର ମଞ୍ଚେଷ୍ଟର୍‌ ସେଟ୍‌ ଦେବା ବଦଳରେ ଭୁଲବଶତଃ ଅଷ୍ଟ୍ରେଲିଆ ଦେଇଦେଇଥିଲେ। ଏଥିଲାଗି ଉବର୍‌ ତାଙ୍କୁ ୩୨ ଲକ୍ଷ ଟଙ୍କାର ବିଲ୍‌ ଧରାଇ ଦେଇଥିଲା। ଏହାପରେ ସେ ଉବର୍‌ କମ୍ପାନୀର କଷ୍ଟମର୍‌ ସର୍ଭିସକୁ ଫୋନ୍‌ କରିଥିଲେ। ଆଉ ପୂରା ସମସ୍ୟାର ସମାଧାନ ହୋଇଥିଲା। ଶେଷରେ ଅଲିଭର୍‌ଙ୍କୁ ୩୨ ଲକ୍ଷ ବଦଳରେ ମାତ୍ର ୯୦୦ଟଙ୍କା ଦେବାକୁ ପଡିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe