Advertisment

ଯୁଦ୍ଧ ଭିତରେ ବିବାହ, ହସ୍ପିଟାଲରେ ହେଲେ ହାତକୁ ଦି ହାତ

କିଭ୍‌: ଯୁଦ୍ଧ ଭିତରେ ପ୍ରେମ। ପ୍ରବଳ ଗୁଳିଗୋଳା ଓ ରକେଟ୍‌ ମାଡ ମଧ୍ୟରେ ପଡିଲା ହାତଗଣ୍ଠି। ହସ୍ପିଟାଲ ଭିତରେ ହାତକୁ ଦି ହାତ ହେଲେ ଦମ୍ପତି। ସତ ଜନ୍ମର ସାଥୀ ହେବା ପାଇଁ ନେଲେ ଶପଥ। ଯୁଦ୍ଧ ସଙ୍କଟ ଆଉ ଖାଦ୍ୟ ଅଭାବ ଭିତରେ ପରସ୍ପରକୁ କେକ୍‌ ବଦଳରେ ବ୍ରେଡ୍‌ ଖୁଆଇ କଲେ ସେଲିବ୍ରେସନ୍‌। ଦମ୍ପତିଙ୍କ ଏହି ବିବାହ ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏପଟେ ଫୁଟୁଛି ଗୁଳି, ବର୍ଷୁଛି ବୋମା। ଆଉ ସେପଟେ ଯୁଦ୍ଧ ବିମାନର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଯୁଦ୍ଧ ଭିତରେ ବିବାହ, ହସ୍ପିଟାଲରେ ହେଲେ ହାତକୁ ଦି ହାତ

couple-married-in-hospital

କିଭ୍‌: ଯୁଦ୍ଧ ଭିତରେ ପ୍ରେମ। ପ୍ରବଳ ଗୁଳିଗୋଳା ଓ ରକେଟ୍‌ ମାଡ ମଧ୍ୟରେ ପଡିଲା ହାତଗଣ୍ଠି। ହସ୍ପିଟାଲ ଭିତରେ ହାତକୁ ଦି ହାତ ହେଲେ ଦମ୍ପତି। ସତ ଜନ୍ମର ସାଥୀ ହେବା ପାଇଁ ନେଲେ ଶପଥ। ଯୁଦ୍ଧ ସଙ୍କଟ ଆଉ ଖାଦ୍ୟ ଅଭାବ ଭିତରେ ପରସ୍ପରକୁ କେକ୍‌ ବଦଳରେ ବ୍ରେଡ୍‌ ଖୁଆଇ କଲେ ସେଲିବ୍ରେସନ୍‌। ଦମ୍ପତିଙ୍କ ଏହି ବିବାହ ଏବେ ଚର୍ଚ୍ଚାର କାରଣ ପାଲଟିଛି।

Advertisment

ଏପଟେ ଫୁଟୁଛି ଗୁଳି, ବର୍ଷୁଛି ବୋମା। ଆଉ ସେପଟେ ଯୁଦ୍ଧ ବିମାନର ଗର୍ଜନ ଭିତରେ ଉଚ୍ଚାରଣ ହେଉଛି ମନ୍ତ୍ର। ପଢ଼ାଯାଇଛି ବାଇବେଲ। ହାତକୁ ଦି ହାତ ହେଉଛନ୍ତି ପ୍ରେମି ଯୁଗଳ। ୟୁକ୍ରେନର ରାଜଧାନୀ କିଭ୍‌ରେ ଦମ୍ପତି ଯୁଦ୍ଧ ସ୍ଥିତି ଭିତରେ କରିଛନ୍ତି ଏକ ହସ୍ପିଟାଲରେ ବିବାହ । ଏହି ନବଦମ୍ପତି ପେଶାରେ ଡାକ୍ତର। ଖ୍ରୀଷ୍ଟିଆନ୍‌ ରୀତିନୀତି ଅନୁଯାୟୀ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ବେଳେ ସେମାନଙ୍କ ଅନ୍ୟ ସାଥୀ ଡାକ୍ତରମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏମାନଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବେଲାରୁଷର ମିଡିଆ ଆଉଟେଲଟ୍‌ Nexta ଏହି ଭିଡିଓକୁ ଟ୍ୱିଟ୍‌ କରିଛି। ଏହାର କ୍ୟାପସନରେ ଲେଖା ଅଛି- 'କିଭ୍‌ର ଦୁଇ ଜଣ ଡାକ୍ତର ହସ୍ପିଟାଲର ଭିତରେ ହିଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ।' ଏହି ଭିଡିଓଟି ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାକୁ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଳେଣି।

Advertisment

ତେବେ ଯୁଦ୍ଧ ଭିତରେ ଏଭଳି ବିବାହ କରିବା ପ୍ରଥମ ଘଟଣା ନୁହେଁ। ଗତ ସପ୍ତାହରେ ମଧ୍ୟ ଏଭଳି କିଛି ଫଟୋ ସାମ୍ନାକୁ ଆସିଥିଲା ଯେଉଁଠି କିଭ୍‌ର ଏକ ଚର୍ଚ୍ଚରେ ବିବାହ ଆୟୋଜିତ ହୋଇଥିଲା। ପ୍ରକୃତରେ କିଭ୍‌ରେ ରହୁଥିବା ୨୧ ବର୍ଷୀୟା ୟାରିନା ଏବଂ ସ୍ୱିୟାତୋସ୍ଲାଭ ବିବାହ କରିଥିଲେ। ବିବାହ ବେଳେ ଗୋଟିଏ ପଟେ ଚର୍ଚ୍ଚା ଭିତରେ ଘଣ୍ଟୁ ବାଜୁଥିବା ବେଳେ ଆଉ ଗୋଟିଏ ପଟେ ଫୁଟୁଥିଲା ଗୁଳି। ଶୁଭୁଥିଲା ବିସ୍ଫୋରଣର ଭୟଙ୍କର ଶବ୍ଦ।

ରୁଷର ଆକ୍ରମଣ ଭିତରେ ୟୁକ୍ରେନ୍‌ରୁ ଅନେକ ଫଟୋ ଆଉ ଭିଡିଓ ସାମ୍ନାକୁ ଆସୁଛି। ସେଥିମଧ୍ୟରୁ ଅନେକ ଲୋମଟାଙ୍କୁରା ଦୃଶ୍ୟ ହୋଇଥିବେଳେ ଆଉ କିଛି ମଜାଦାର ହେବା ସହ ଆଉ କିଛି ପ୍ରେରଣାଦାୟୀ ଥିବା ଦେଖିବା ମିଳିଛି।

https://twitter.com/nexta_tv/status/1498792930806534144?s=20&t=op9X4NxkJfxfCZqDVeDcbQ

Russia-Ukraine War