Advertisment

ଅଙ୍କଲ୍‌ଙ୍କ 'ରୋହି ମାଛ ଡ୍ୟାନ୍ସ ଷ୍ଟେପ୍‌' ଦେଖି ଲୋକେ ପାଗଳ, କହିଲେ- ୱାନ୍ସ ମୋର୍‌...

ନୂଆଦିଲ୍ଲୀ: ସାମ୍ନାକୁ ଆସିଲେ ପୁଣି ଆଉ ଜଣେ ଡବୁ ଅଙ୍କଲ୍‌। ଅଭିନେତା ଗୋବିନ୍ଦାଙ୍କ ଗୀତରେ ନାଚି ସମସ୍ତଙ୍କୁ ପାଗଳ କରିଥିବା ଡବୁ ଅଙ୍କଲଙ୍କ ଭଳି ଆଉ ଜଣେ ଅଙ୍କଲ ବି ଦେଖାଇଲେ ନିଜ ଡ୍ୟାନ୍ସିଂ କ୍ୱାଲିଟି। ଷ୍ଟେଜ ଉପରେ ଚଢ଼ି କଲେ ଜବରଦସ୍ତ ଡ୍ୟାନ୍ସ। ତାଙ୍କ ଆଗରେ ଟ୍ରେନି ଡ୍ୟାନ୍ସରମାନେ ମଧ୍ୟ ମାରିଲେ ଫେଲ୍‌। ସ୍ୱପ୍ନା ଚୌଧୁରୀଙ୍କ ଗୀତ ‘ତେରି ଆଖୋଁ କା ୟୋ କାଜଲ୍‌’ ଗୀତରେ ନାଚି ନାଚି ଷ୍ଟେଜ୍‌ ଦୁଲୁକାଇ ଦେଲେ। ତଳେ ଗଡି […]

ଅଦ୍ୟତନ ହୋଇଛି
ଅଙ୍କଲ୍‌ଙ୍କ 'ରୋହି ମାଛ ଡ୍ୟାନ୍ସ ଷ୍ଟେପ୍‌' ଦେଖି ଲୋକେ ପାଗଳ, କହିଲେ- ୱାନ୍ସ ମୋର୍‌...

desi-uncle-dance

Advertisment

ନୂଆଦିଲ୍ଲୀ: ସାମ୍ନାକୁ ଆସିଲେ ପୁଣି ଆଉ ଜଣେ ଡବୁ ଅଙ୍କଲ୍‌। ଅଭିନେତା ଗୋବିନ୍ଦାଙ୍କ ଗୀତରେ ନାଚି ସମସ୍ତଙ୍କୁ ପାଗଳ କରିଥିବା ଡବୁ ଅଙ୍କଲଙ୍କ ଭଳି ଆଉ ଜଣେ ଅଙ୍କଲ ବି ଦେଖାଇଲେ ନିଜ ଡ୍ୟାନ୍ସିଂ କ୍ୱାଲିଟି। ଷ୍ଟେଜ ଉପରେ ଚଢ଼ି କଲେ ଜବରଦସ୍ତ ଡ୍ୟାନ୍ସ। ତାଙ୍କ ଆଗରେ ଟ୍ରେନି ଡ୍ୟାନ୍ସରମାନେ ମଧ୍ୟ ମାରିଲେ ଫେଲ୍‌। ସ୍ୱପ୍ନା ଚୌଧୁରୀଙ୍କ ଗୀତ 'ତେରି ଆଖୋଁ କା ୟୋ କାଜଲ୍‌' ଗୀତରେ ନାଚି ନାଚି ଷ୍ଟେଜ୍‌ ଦୁଲୁକାଇ ଦେଲେ। ତଳେ ଗଡି ନାଚିଲେ। ତାଙ୍କ ନିଆରା ଡ୍ୟାନ୍ସିଂ ଷ୍ଟେପ ସମସ୍ତଙ୍କୁ କଲା ଘାଇଲା। ଲୋକେ କହିଲେ ୱାନ୍ସ ମୋର୍‌…। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି। ଚାରିଆଡେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ହଠାତ୍‌ ଷ୍ଟେଜ ଉପରକୁ ଚଢ଼ି ଆସୁଛନ୍ତି। ଏହାପରେ ସେ ଜଣେ ଲେଡି ଡ୍ୟାନ୍ସରଙ୍କ ସହ ମିଶି କରୁଛନ୍ତି ଧୂଆଁଧାର୍‌ ଡ୍ୟାନ୍ସ। ଷ୍ଟେଜ ଉପରେ ଥିବା ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରକୁ ମଧ୍ୟ ଏହି ବ୍ୟକ୍ତି ଜଣକ ପଛରେ ପକାଇ ଦେଉଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣ। ଏଥିସହ ଅନେକ ୟୁଜର୍ସ ଏଥିରେ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି।

Advertisment

ଜଣେ ୟୁଜର୍ସ ଏହି ଭିଡିଓରେ ଲେଖିଛନ୍ତି, ମନ ଭରିଲାନି, ୱାନ୍ସ ମୋର୍‌। ସେହିପରି ଆଉ ଜଣେ ଅଙ୍କଲଙ୍କ ଡ୍ୟାନ୍ସ ଦେଖି ଲେଖିଛନ୍ତି-ରୋହି ମାଛ ଡ୍ୟାନ୍ସ ଷ୍ଟେପ୍‌। ଅଙ୍କଲଙ୍କ ଏହି ନିଆରା ରୋହି ମାଛ ଡ୍ୟାନ୍ସ ଷ୍ଟେପ୍‌ ଦେଖି ଲୋକେ ହସି ହସି ବେଦମ୍‌ ହୋଇପଡିଛନ୍ତି।

ଏହି ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଛି। ଏହି ଭିଡିଓକୁ କମେଡିଆନ୍‌ ସୁନୀଲ ଗ୍ରୋଭର ଓରଫ୍‌ ଗୁଥି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଏହାର କ୍ୟାପସନ୍‌ରେ ସେ 'ୱାନ୍‌ ମୋର..ଥରକରେ ମନ ଭରିଲାନି' ବୋଲି ଲେଖିଛନ୍ତି।

Desi Uncle Dance On Teri Aakhya Ka Yo Kajal

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe