Snake
ନୂଆଦିଲ୍ଲୀ: ସାପ। ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଯାଏ। ଏଭଳି ସ୍ଥିତିରେ ଯଦି କୌଣସି ବ୍ୟକ୍ତି ନିଜ ବ୍ୟାଗ୍ରେ ସାପ ନେଇ ଆପଣଙ୍କ ସହ ଯାତ୍ରା କରନ୍ତି ତେବେ କ’ଣ ହେବ। ଏଭଳି ହିଁ କିଛି ଘଟଣା ଘଟିଛି ବିମାନ ବନ୍ଦରରେ। ଜଣେ ଯାତ୍ରୀଙ୍କ ବ୍ୟାଗ୍ରୁ ବାହାରିଛି ସାପ, ଯାହାକୁ ଦେଖି ସୁରକ୍ଷାକର୍ମୀ ଛାନିଆ ହୋଇଯାଇଛନ୍ତି।
ଆମେରିକାର ଟାମ୍ପା ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଚେକିଂ ବେଳେ ଜଣେ ମହିଳାଙ୍କ ବ୍ୟାଗରୁ ବାହାରିଛି ୪ “ୁଟ୍ ଲମ୍ବର ସାପ। ଏହା ଦେଖିବା ପରେ ସୁରକ୍ଷା କର୍ମଚାରୀଙ୍କ ହୋସ୍ ଉଡିଯାଇଛି। ସମସ୍ତେ ଭୟରେ ଥରି ଉଠିଛନ୍ତି। ସାପକୁ ନେଇ ଏହି ମହିଳା ଜଣକ ବିମାନରେ ଯାତ୍ରା କରିବାକୁ ଯାଉଥିଲେ। ନିଜ କ୍ୟାରିବ୍ୟାଗ୍ରେ ସାପକୁ ଲୁଚାଇ ରଖିଥିଲେ ମହିଳା। କିନ୍ତୁ ଏହା ପୂର୍ବରୁ ହିଁ ସୁରକ୍ଷା କର୍ମଚାରୀମାନେ ଏହି ମହିଳା ଯାତ୍ରୀଙ୍କୁ ଅଟକାଇ ଦେଇଛନ୍ତି।
ବିମାନ ବନ୍ଦରର ପରିବହନ ସୁରକ୍ଷା ପ୍ରଶାସନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୁରକ୍ଷା ଯାଞ୍ଚ ସମୟରେ ଏକ୍ସ-ରେ ଫଟୋ ଶେଆର କରିଛି। ଏକ୍ସ-ରେ ଫଟୋରେ ଏହା ଦେଖିବାକୁ ମିଳିଛି ଯେ, ବ୍ୟାଗ ଭିତରେ, ଜୋତା ଏବଂ ଲାପଟପ୍ ଭଳି ଅନ୍ୟାନ୍ୟ ଜିନିଷ ସହିତ ଏକ ସାପ ରହିଛି। ଏହି ସାପଟି ବୋଆ କନଷ୍ଟ୍ରିକ୍ଟର ପ୍ରଜାତିର। ଏହି ପ୍ରଜାତିର ସାପ ବେଶ୍ ବିଷାକ୍ତ ହୋଇଥାନ୍ତ।
ସୂଚନା ମୁତାବକ, ଡିସେମ୍ବର ୧୫ ତାରିଖରେ ଏହି ଘଟଣା ଘଟିଥିଲା। ସୋଶାଲ ମିଡିଆରେ ଏହି ଏକ୍ସ-ରେ ଫଟୋ ସାମ୍ନାକୁ ଆସିବା ପରେ ଏହ ଖବର ଏବେ ହଇଚଇ ସୃଷ୍ଟି କରିବା ସହ ଭାଇରାଲ ମଧ୍ୟ ହୋଇଛି। ବିମାନବନ୍ଦରର ନିୟମ ଅନୁଯାୟୀ ନିଜ ବ୍ୟାଗ୍ରେ କୌଣସି ମଧ୍ୟ ପଶୁ କିମ୍ବା ସାପକୁ ନେବା ଅନୁମତି ନାହିଁ।
ସେପଟେ ସାପ ନେଇ ଯାଉଥିବା ମହିଳା ଯାତ୍ରୀଙ୍କ କହିବା ମୁତାବକ, ଏହି ସାପଟି ତାଙ୍କ ପାଇଁ ବେଶ୍ ମହତ୍ତ୍ୱ ରଖେ। ଏହା ତାଙ୍କର ଗୃହପାଳିତ ସାପ ବୋଲି ସେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/Snake.jpg)