tank
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧକୁ ନେଇ ସୋଶାଲ୍ ମିଡିଆରେ ପୋଷ୍ଟ କରାଯାଉଛି ବହୁତ ଭିଡିଓ। ଏଥିରୁ ଅନେକ ହେଉଛି ଛାତିଥରା ଓ ଲୋମଟାଙ୍କୁରା। ସେହିପରି ଆଉ କିଛି ଭିଡିଓ ଆସୁଛି ଯାହା ୟୁକ୍ରେନବାସୀଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ। କାରଣ ଏଗୁଡ଼ିକରେ ୟୁକ୍ରେନ୍ର ସାଧାରଣ ଜନତା ରୁଷ ସେନାଙ୍କୁ ଦୃଢ଼ ବିରୋଧ କରୁଥିବା ଓ ସେମାନଙ୍କ ବାଟ ଓଗାଳୁ ଥିବା ଦେଖିବାକୁ ମିଳିଛି। କିନ୍ତୁ ଆଉ କିଛି ଭିଡିଓ ଓ ଫଟୋ ଆସୁଛି, ଯେଉଁ ଗୁଡ଼ିକ ବେଶ୍ ରୋଚକପୂର୍ଣ୍ଣ। ଏବେ ଏମିତି ଏକ ଭିଡିଓ ଆସିଛି, ଯାହାକୁ ଦେଖି ଆପଣଙ୍କୁ ବି ନିଶ୍ଚୟ ହସ ଲାଗିବ। ତା’ସହିତ ୟୁକ୍ରେନ୍ର ଉକ୍ତ ବ୍ୟକ୍ତିଙ୍କ ସାହାସକୁ ବି ଆପଣ ପ୍ରଶଂସା କରିବେ।
ସଦ୍ୟ ଭାଇରାଲ ହେଉଥିବା ଭିଡିଓରେ ୟୁକ୍ରେନ୍ର ଜଣେ ଚାଷୀ ଟ୍ରାକ୍ଟର ସହାୟତାରେ ରୁଷ ସେନାର ଏକ ଯୁଦ୍ଧ ଟ୍ୟାଙ୍କକୁ ଟାଣି ନେଉଥିବାର ଦେଖିବାକୁ ମିଳିଛି। ଆଉ ଟ୍ୟାଙ୍କ ପଛରେ ଜଣେ ବ୍ୟକ୍ତି ଦୌଡ଼ୁଥିବା ଦେଖିବାକୁ ମିଳିଛି।
ଏହି ଭିଡିଓକୁ ଇଂଲଣ୍ଡର ଜଣେ ସାଂସଦ ଜନି ମରସର ଗତକାଲି ପୋଷ୍ଟ କରିଥିଲେ। ଏହି ଖବର ଲେଖାଯିବା ସୁଦ୍ଧା ଇଂଲଣ୍ଡ ସାଂସଦଙ୍କ ଏହି ପୋଷ୍ଟକୁ ୪୦ ଲକ୍ଷରୁ ଅଧିକ ଥର ଦେଖି ସାରିଛନ୍ତି ଲୋକେ। ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି, ଏଥିରେ କିଛି ମଜାଳିଆ ଦୃଶ୍ୟ ନାହିଁ। ଏହା ୟୁକ୍ରେନ୍ବାସୀଙ୍କ ପାଇଁ ପ୍ରେରଣାର ଏକ ଉତ୍ସ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/tank.jpg)