ମାଲିକ ମରିଗଲା ପରେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁନିଆ ବଦଳୁଛି। ମଣିଷ ବଦଳୁଛି। ତା’ ସହ ବଦଳିଯାଉଛି ସମାଜର ଚିତ୍ର-ଚରିତ୍ର। ହେଲେ ସିଏ ଆଜି ବି ଯେ କେତେ ବିଶ୍ୱସ୍ତ, କେତେ ଭରସାଯୋଗ୍ୟ, ତା’ର ପ୍ରମାଣ ଦେଇଛି। ସେ ହେଉଛି ମଣିଷର ପ୍ରକୃତ ବନ୍ଧୁ ବୋଲାଉଥିବା କୁକୁର। ହଁ, ଚର୍ଚ୍ଚାରେ ପୁଣି ଏକ କୁକୁର। ମାଲିକର ମୃତ୍ୟୁ ପରେ ଦିନ ତମାମ ଶବ ପାଖରେ ଜଗି ରହିଥିଲା। ମୃତଦେହ ମଶାଣିକୁ ଯିବା ପରେ ହିଁ ସେ ସେହି ସ୍ଥାନ ଛାଡ଼ିଥିଲା। ଆଉ […]

Dog

Jitendra Garnayak
  • Published: Sunday, 03 April 2022
  • , Updated: 03 April 2022, 08:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁନିଆ ବଦଳୁଛି। ମଣିଷ ବଦଳୁଛି। ତା’ ସହ ବଦଳିଯାଉଛି ସମାଜର ଚିତ୍ର-ଚରିତ୍ର। ହେଲେ ସିଏ ଆଜି ବି ଯେ କେତେ ବିଶ୍ୱସ୍ତ, କେତେ ଭରସାଯୋଗ୍ୟ, ତା’ର ପ୍ରମାଣ ଦେଇଛି। ସେ ହେଉଛି ମଣିଷର ପ୍ରକୃତ ବନ୍ଧୁ ବୋଲାଉଥିବା କୁକୁର। ହଁ, ଚର୍ଚ୍ଚାରେ ପୁଣି ଏକ କୁକୁର। ମାଲିକର ମୃତ୍ୟୁ ପରେ ଦିନ ତମାମ ଶବ ପାଖରେ ଜଗି ରହିଥିଲା। ମୃତଦେହ ମଶାଣିକୁ ଯିବା ପରେ ହିଁ ସେ ସେହି ସ୍ଥାନ ଛାଡ଼ିଥିଲା। ଆଉ ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେଉଛି।

ଏହି ଭାଇରାଲ୍‌ ଭିଡିଓଟି ସୁନ୍ଦରଗଡ଼ ଜିଲ୍ଲା କେ.ବଳାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ବଜାରର। ଗତ ମାସ ୨୫ ତାରିଖରେ ଜଣେ ବୃଦ୍ଧ ଭିକ୍ଷୁକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହ ପାଖରେ କୁକୁରଟି ଘଣ୍ଟା ଘଣ୍ଟା ଧରି ଜଗି ରହିଥିବା ଦେଖିବାକୁ ମିଳିଥିଲା। ଥରେ ଭାବନ୍ତୁ, ଭିକ୍ଷାବୃତ୍ତି କରି ଚଳୁଥିବା ମଣିଷଟି ନା ତା’ର ଯତ୍ନ ନେଉଥିବ, ନା ତାକୁ ଦାମୀ ଖାଦ୍ୟ ଖୁଆଉଥିବ। ହୁଏତ କେବେ କେମିତି ବିସ୍କୁଟ ଦିଖଣ୍ଡ, କି ଭାତ ଗଣ୍ଡେ ଖାଇବାକୁ ଦେଉଥିବ। ହେଲେ ମାଲିକର ମୃତ୍ୟୁ ପରେ ବି, ତା’ର ଋଣ ଶୁଝିବାକୁ କୁକୁରଟି ଆଦୌ ଭୁଲି ନଥିଲା। ଆଉ ତାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ହେଉଛି ବିମଳାଗଡ଼ ବଜାରରେ।

କୁକୁରଟି ମୃତଦେହ ଜଗି ରହିଥିବା ଖବର ପ୍ରଚାରିତ ହେବା ପରେ କେ. ବଳାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ୱାଇଁ ଓ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ମିଶି କୋକେଇ ବାନ୍ଧିଥିଲେ ଏବଂ ମୃତଦେହକୁ ମଶାଣିକୁ ନେଇ ଯଥାରୀତିରେ ସତ୍କାର କରିଥିଲେ।

Related story