Advertisment

‘୫୦୦ ଦିଅ, ନ ହେଲେ ୫୦୦୦ ଫାଇନ୍‌ କଟାଯିବ’

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ‘୫୦୦ ଟଙ୍କା ଦିଅ। ନହେଲେ ୫୦୦୦ ଟଙ୍କାର ଫାଇନ କଟାଯିବ।’ ଜଣେ ପୁଲିସ୍ କର୍ମଚାରୀ ଜଣେ ବାଇକ ଚାଳକଙ୍କୁ ଏମିତି ଶୈଳୀରେ ଲାଞ୍ଚ ମାଗୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ନୟାଗଡ଼ ଜିଲ୍ଲା ଦଶପଲ୍ଲାର। ଗୁରୁବାର ଦଶପଲ୍ଲା ଦୁର୍ଗା ବଜାରରେ ମାସ୍କ ଓ ଗାଡ଼ି କାଗଜ ପତ୍ର ଚେକିଂ ହେଉଥିଲା। ଏହି ସମୟରେ ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ ସେଠୀ ଜଣେ ବାଇକ ଚାଳକକୁ ଧରିଥିଲେ ଓ ଗାଡ଼ି କାଗଜପତ୍ର […]

ଅଦ୍ୟତନ ହୋଇଛି
‘୫୦୦ ଦିଅ, ନ ହେଲେ ୫୦୦୦ ଫାଇନ୍‌ କଟାଯିବ’

Police

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ‘୫୦୦ ଟଙ୍କା ଦିଅ। ନହେଲେ ୫୦୦୦ ଟଙ୍କାର ଫାଇନ କଟାଯିବ।’ ଜଣେ ପୁଲିସ୍ କର୍ମଚାରୀ ଜଣେ ବାଇକ ଚାଳକଙ୍କୁ ଏମିତି ଶୈଳୀରେ ଲାଞ୍ଚ ମାଗୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ନୟାଗଡ଼ଜିଲ୍ଲା ଦଶପଲ୍ଲାର।

Advertisment

ଗୁରୁବାର ଦଶପଲ୍ଲା ଦୁର୍ଗା ବଜାରରେ ମାସ୍କ ଓ ଗାଡ଼ି କାଗଜ ପତ୍ର ଚେକିଂ ହେଉଥିଲା। ଏହି ସମୟରେ ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ ସେଠୀ ଜଣେ ବାଇକ ଚାଳକକୁ ଧରିଥିଲେ ଓ ଗାଡ଼ି କାଗଜପତ୍ର ଦେଖାଇବାକୁ କହିଥିଲେ। କାଗଜ ପତ୍ର ନଥିବାରୁ ତାକୁ ୫୦୦ ଟଙ୍କା ମାଗିଥିଲେ ।

ଭାଇରାଲ ଭିଡିଓରେ ପୁଲିସ୍ କର୍ମଚାରୀ ଜଣଙ୍କ ଜଣେ ବ୍ୟକ୍ତିଙ୍କୁ ବାବୁ କ’ଣ କହିଲେ ବୋଲି ପଚାରୁଛନ୍ତି। ତା’ପରେ କହିଛନ୍ତି, ୫୦୦ ଟଙ୍କା ଖର୍ଚ୍ଚ ଦେଇ ଦେ। ନହେଲେ ୫୦୦୦ ଟଙ୍କା ଫାଇନ୍ ପଡ଼ିବ।

Advertisment

ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ବେଳେ ଏନେଇ ନୟାଗଡ଼ ପୁଲିସର ମତାମତ ମିଳିପାରି ନାହିଁ।

Corrupt Police Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe